।। ସ୍ୱଚ୍ଛ ଭାରତର ମିଶନ ଠାରୁ ବାଦ୍ ପଡ଼ିଲା ବଡ଼କର୍ଲାକୋଟ ଗ୍ରାମପଞ୍ଚାୟତ ।।

Sep 1, 2025 - 23:19
Sep 1, 2025 - 23:19
 0  79
।। ସ୍ୱଚ୍ଛ ଭାରତର ମିଶନ ଠାରୁ ବାଦ୍ ପଡ଼ିଲା ବଡ଼କର୍ଲାକୋଟ ଗ୍ରାମପଞ୍ଚାୟତ ।।

କଳାହାଣ୍ଡି: ୦୧/୦୯/୨୫(ଫାଷ୍ଟ ନ୍ୟୁଜ ଓଡ଼ିଶା)ଦୀପ ତଳ ଅନ୍ଧାର ସଦୃଶ୍ୟ ଅବ୍ୟବସ୍ଥା ଘେରରେ ବୁଡି ରହିଛନ୍ତି ବଡକର୍ଲାକୋଟ ବଜାର ପଡା ବାସୀ। କେନ୍ଦ୍ର ସରକାର ଏବଂ ରାଜ୍ଯ ସରକାର ସ୍ୱଛ ଭାରତ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ପରିବେଶ କୁ ସ୍ୱଛ ଓ ପରିମଲ ରଖିବାକୁ ସ୍ୱଛ ଭାରତ ଅଭିଯାନରେ ଅନେକ ପ୍ରକାର ଯୋଜନା କରିଛନ୍ତି ସତ କିନ୍ତୁ କଲାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବଡକର୍ଲାକୋଟ ଗ୍ରାମ ପଞ୍ଚାୟତ ସମ୍ମୁଖ ବଜାରପଡା ବାସୀ ଙ୍କ ଦୁଖ ଦୀପ ତଲ ଅନ୍ଧାର ସଦୃଶ। ଅଲ୍ପ ବର୍ଷା ହେଲେ ଘରେ ଘରେ ପାଣି ପଶୁଛି ବୋଲି ଅଭିଯଗ କରିଛନ୍ତି। ବଜାରପଡା ରେ ଡ୍ରେନେଜ ସୁବିଧା ନ ଥିବାରୁ ନହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଏ ବିଷୟ ରେ ବଜାରପଡା ବାସୀ ଗ୍ରାମପଞ୍ଚାୟତ ସରପଞ୍ଚ ଚଞ୍ଚଳା ନାଏକ ମହାଶୟା ଙ୍କୁ ଲିଖିତ ଆକାରରେ ଜଣାଇକି ଏକ ବର୍ଷ ବିତିଯାଇଥିଲେ ସୁଧା ଅତି ଦୁଖର ବିଷୟ ଜାଣି ଜାଣି ପିଇଓ ମହୋଦୟ ପ୍ରଶାନ୍ତ କୁମାର ଠାକୁର ମହାଶୟ ଓ ସରପଞ୍ଚ ମହାଶୟା ଦ୍ରୁଷ୍ଟି ଗୋଚର କରୁନଥିବା ଅଭିଯଗ କରିଛନ୍ତି। କାରଣ SFC, CF,TFC ଭଳି ଅନେକ ମାଧ୍ୟମରେ ପିଇଓ ମହାଶୟ ଚାହିଁଲେ କ'ଣ ଡ୍ରେନେଜ୍ ର ସୁବିଧା ହୋଇପାରିବନିକି?, ଆଜି ପର୍ଯ୍ୟନ୍ତ କୌଣସି ସୁବିଧା ନହେବାର କାରଣ ସେମାନେ ଚାହୁଁ ନାହାଁନ୍ତି। ଗ୍ରାମପଞ୍ଚାୟତ ରୁ ବଜାରପଡା ଲାଗିକି ଅଛି। ଯଦି ଏଇଠି କେଉଁ କାମ କଲେ ସେମାନଙ୍କ କିଛି ଫାଇଦା ହେବନାହିଁ କି କିଛି ଲାଭ ହେବନାହିଁ ବୋଲି ଜାଣି ଜାଣି କିଛି କାମ ନକରି ସବୁ ଫଣ୍ଡ ର ପଇସାକୁ ଜାମ୍ କରି ପିଇଓ ମହାଶୟ ପୁରା ଅଣଦେଖା କରୁଛନ୍ତି ବଳି ସୂଚନା ମିଳିଛି। ଏଥିରୁ ଜଣାପଡୁଛି ପଞ୍ଚାୟତ ଅଧିକାରୀ ବାବୁ ମାନେ SFC, CFC, କିମ୍ବା ଅନ୍ୟାନ୍ୟ ପାଣ୍ଠି ବା ଜରୁରୀକାଳୀନ ପାଣ୍ଠି ର ପଇସା କୁ ମନମାନି ଅଯଥା ଜାଗାରେ ବ୍ୟବହାର କରି ଲକ୍ଷାଧିକ ଟଙ୍କା ଲୁଟ କରି ନିଜର ପକେଟ୍ ପୁରାଉଥିବା ଉଦ୍ୟମ ବଳି ଜନମହଳରେ ଚର୍ଚ୍ଚିତ ହଉଛି।ଏହି ବିଷୟ ରେ ଆମ ପ୍ରତିନିଧି ସରପଞ୍ଚ ଓ ପିଇଓ ମହାଶୟ ଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ ସୁଧା କୌଣସି ପ୍ରତିକ୍ରିୟା ମିଲି ପାରିନାହିଁ। ଦେଖାଯାଉ ଖବର ପ୍ରସାରଣ ପରେ ବ୍ଲକ ପ୍ରସାସନ କି ପଦକ୍ଷେପ ନେଉଛନ୍ତି ନ ହେଲେ ବ୍ଲକ ପରିସରରେ ଆନ୍ଦୋଳନ କରିବୁ ବୋଲି ବଡକର୍ଲାକୋଟ ବଜାରପଡା ବାସୀ ଚେତାବନୀ ଦେଇଛନ୍ତି।

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ