।। ସ୍ଵାମୀ ବିବେକାନନ୍ଦ ଇଂଲିଶ ମିଡିୟମ ସ୍କୁଲରେ ବାର୍ଷିକ ଉତ୍ସବ ।।

Feb 6, 2024 - 17:40
 0  32
।। ସ୍ଵାମୀ ବିବେକାନନ୍ଦ ଇଂଲିଶ ମିଡିୟମ ସ୍କୁଲରେ ବାର୍ଷିକ ଉତ୍ସବ ।।

ରାୟଗଡ଼ା ଜିଲ୍ଲା ମୁନିଗୁଡା ସଦର ମହକୁମାର ସ୍ଵାମୀ ବିବେକାନନ୍ଦ ଇଂଲିଶ ମିଡିୟମ ସ୍କୁଲରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍ଵାମୀ ବିବେକାନନ୍ଦ ସ୍କୁଲର ପ୍ରିନ୍ସିପାଲ ଦେବାଶିଷ ଦାସଙ୍କ ସଭାପତିତ୍ୱରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ବାର୍ଷିକ ଉତ୍ସବ କାର୍ଯ୍ୟ କ୍ରମରେ ମୁନିଗୁଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଦୁଃଖିନୀ ନୁଣ୍ଡୃକା,ମୁଖ୍ୟ ଅତିଥିଭାବେ ଯୋଗଦେଇ ଥିବା ବେଳେ, ଡ଼ଃ ସବ୍ୟସାଚୀ ମହାପାତ୍ର ସନ୍ମାନୀତ ଅତିଥି ଭାବେ ଆମନ୍ତ୍ରିତ ହୋଇଥିଲେ। ଓଡ଼ିଶା ସମବାୟ ସମିତି ବ୍ୟାଙ୍କ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଜଗନ୍ନାଥ ନୁଣ୍ଡୃକା , ମୁଖ୍ୟ ବକ୍ତା ଭାବେ ଯୋଗଦେଇ, ପ୍ରଦିପ ପ୍ରଜ୍ବଳନ କରି ବାର୍ଷିକ ଉତ୍ସବ ଉଦ୍ ଘାଟନ କରି ଥିଲେ।ପରେ ମୁଖ୍ୟ ଅତିଥି ଓ ସନ୍ମାନୀତ ଅତିଥି ମାନେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଓ ଉପସ୍ଥିତ ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କ ପିତା ମାତା ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଶିକ୍ଷାକୁ ନେଇ ଗୁରୁ ଦାଇତ୍ୱ କିଭଳି ଭୂମିକା ରହିବ ସେହି ଉପରେ ନିଜ ନିଜର ଅଭିଭାଷଣରେ ଆଲୋକ ପାତ କରିଥିଲେ । ସେହିପରି ବରିଷ୍ଠ ସାମ୍ବାଦିକଙ୍କ ମଧ୍ୟରୁ ସି ହେଚ୍ , ଗଣେଶ୍ଵର ରାଓ , ନନ୍ଦକିଶୋର ପଟ୍ଟନାଏକ , ନରେଶ ପାତ୍ର, ପଦ୍ମ ବେହେରା ସଞ୍ଜୟ କୁମାର ନାଗ, ପ୍ରମୁଖ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହିଥିବା ବେଳେ । ଏହି ଅବସରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ କାର୍ଯ୍ୟ କ୍ରମରେ ସ୍କୁଲରେ ହୋଇଥିବା ବିଭିନ୍ନ କ୍ରିଡ଼ା ଓ ପ୍ରତିଯୋଗିତା ରେ ଉତିର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ, ଅତିଥି ମାନଙ୍କ ଦ୍ବାରା ମାନପତ୍ର ଓ ଟ୍ରଫି ପୁରସ୍କାର ପ୍ରଦାନ କରିଥିଲେ। ଛୋଟ ଛୋଟ ଶିଶୁ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ ନୃତ୍ୟ ସଂଗୀତ କଳା ପ୍ରତିଭା ଲୋକଙ୍କ ମନୋରଞ୍ଜନ ପାଇଁ। ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ରେ ସୁନ୍ଦର ଭାବେ ପରିବେଷଣ କରିଥିଲେ। ସମସ୍ତ ଙ୍କ ମନରେ ଆନନ୍ଦ ମୟ ଉତ୍ସାହ ଦେଖିବାକୁ ମିଳିଥିଲା ଏହି ଉତ୍ସବରେ ଶତାବ୍ଦୀକ ଅଭି ଭାବକ ଓ ମହିଳା ପୁରୁଷ ମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି । ଶେଷରେ ସ୍କୁଲ ପ୍ରିନ୍ସିପାଲ ଦେବାଶିଷ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

 ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ