ସ୍ଵାଧୀନତା ସଂଗ୍ରାମୀ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ
ନୂଆପଡ଼ା : ସ୍ଵାଧୀନତା ଦିବସ ୨୦୨୪ ଅବସରରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୋତମାରେ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ମହା ଆଡମ୍ବରରେ ଉନ୍ମୋଚିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମଟି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ କରୁଣାକର ଭୁଏ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ହେମ୍ ସାଗର ମହାନନ୍ଦ ଙ୍କ ମାର୍ଗଦର୍ଶନ ରେ ମୂଖ୍ୟ ଅତିଥି ଡ଼ା ଶିବ ପ୍ରସାଦ ବେହେରା ଙ୍କ କରକମଲରେ ଉନ୍ମୋଚିତ ହୋଇଥିଲା । କାର୍ଯକ୍ରମଟି ସି.ଆର.ସି.ସି ଶ୍ରୀଯୁକ୍ତ ଅମିୟ ଜ୍ୟୋତି ପାଢ଼ୀ ଙ୍କ ନେତୃତ୍ବ ରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ରଞ୍ଜିତା ପାଣିଗ୍ରାହୀ ସଭାପତିତ୍ବ କରିଥଲେ l ସମ୍ମାନୀତ ଅତିଥି ଭାବରେ ପୂର୍ବତନ ପ୍ରଧାନ ଶିକ୍ଷକ ଭରୁଆମୁଣ୍ଡା ଶ୍ରୀଯୁକ୍ତ ସଞ୍ଜୟ କୁମାର ପଣ୍ଡା ଯୋଗଦାନ କରିଥିଲେ । ଶହ ଶିକ୍ଷୟିତ୍ରୀ ମୁକ୍ତା ତାଣ୍ଡି, ସସ୍ମିତା ମହାପାତ୍ର, ସରସ୍ଵତୀ ପାଣ୍ଡେ କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅନ୍ୟତମ ଅତିଥି ମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟି ର ଉପ ସଭାପତି ଶ୍ରୀ କୈଳାଶ ସାହୁ ୱାର୍ଡ ମେମ୍ବର ଶ୍ରୀ ଜିରାଖାନ ରାଉତ, ଶ୍ରୀ ସଚିନ ଚୌହାନ, ଶ୍ରୀ ପଙ୍କଜ ସାହୁ ଓ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ । ସମସ୍ତ ଶିକ୍ଷୟତ୍ରୀ ତଥା ପରିଚାଳନା କମିଟି ସଦସ୍ୟ ଙ୍କ ଅକ୍ଲାନ୍ତ ପରିଶ୍ରମରେ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ସଫଳତା ପ୍ରାପ୍ତ କରିଥିଲା । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇ ସମସ୍ତଙ୍କୁ ମିଷ୍ଟାନ୍ନ ବିତରଣ କରାଯାଇଥିଲା ଓ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0