"ସ୍ଵଚ୍ଛତା ହିଁ ସେବା" ପକ୍ଷ ପାଳନ ର ସଫଳ ଆୟୋଜନ ନିମନ୍ତେ ନୂଆପଡା ରେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ

Sep 13, 2024 - 16:15
 0  22
"ସ୍ଵଚ୍ଛତା ହିଁ ସେବା" ପକ୍ଷ ପାଳନ ର ସଫଳ ଆୟୋଜନ ନିମନ୍ତେ ନୂଆପଡା ରେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ

ନୂଆପଡା : ଏବେ ସମଗ୍ର ଦେଶରେ ୧୭ ସେପ୍ଟେମ୍ବରରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ସ୍ୱଚ୍ଛ ଭାରତ ମିଶନ ଆନୁକୂଲ୍ୟରେ ସ୍ଵଚ୍ଛତା ହିଁ ସେବା ପକ୍ଷ ପାଳନ କରାଯିବ | ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ କୁ ଗ୍ରାମ୍ୟ ସ୍ତରରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ସଫଳତାର ସହିତ ପାଳନ କରିବା ପାଇଁ ସ୍ୱଚ୍ଛ ଭାରତ ମିଶନ-ଗ୍ରାମୀଣ ଏବଂ ସ୍ୱଚ୍ଛ ଭାରତ ମିଶନ- ସହରାଞ୍ଚଳର ମିଳିତ ଉଦ୍ୟମରେ ସହଭାଗିତା, ସମ୍ପୂର୍ଣ ସ୍ୱଚ୍ଛତା କାର୍ଯ୍ୟକ୍ରମ, ତଥା ସଫେଇ ମିତ୍ର ସୁରକ୍ଷା ଶିବିର ପ୍ରଭୃତି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ । ସ୍ୱଛତା ହିଁ ସେବା ର ଚଳିତ ବର୍ଷ ଶୀର୍ଷକ " ସ୍ଵଭାଵ ସ୍ୱଚ୍ଛତା - ସଂସ୍କାର ସ୍ୱଚ୍ଛତା" ରହିଛି। ଏହି ପକ୍ଷ କୁ ଶୃଙ୍ଖଳିତ, ବ୍ୟବସ୍ଥିତ ତଥା ଜନ ସହଭାଗିତାରେ ପାଳନ ନିମନ୍ତେ ଜିଲ୍ଲାପାଳ ମଧୁସୂଦନ ଦାଶ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଉପରୋକ୍ତ ସମୟ ମଧ୍ୟରେ ସ୍ୱଚ୍ଛତା, ମେଗା ସ୍ୱଚ୍ଛତା ଡ୍ରାଇଭ୍, ଅଳିଆ ଏବଂ ବର୍ଯ୍ୟବସ୍ତୁ ଥିବା ବ୍ଲାକ ସ୍ପଟ କୁ ସଫା କରିବା, ପରିମଳ କର୍ମଚାରୀଙ୍କ ଅବଦାନକୁ ଚିହ୍ନିବା ଓ ଗୁରୁତ୍ୱଦେବା ସହ ଜିଲ୍ଳାରେ ପରିମଳ ଏବଂ ସ୍ଥାୟୀ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ଆଲୋଚନା ହୋଇଥିଲା l ଜିଲ୍ଲାପାଳ ଏହି କାର୍ଯ୍ୟକ୍ରମ କୁ ସଫଳ କରିବାକୁ ହେଲେ ଏଥିରେ , ଛାତ୍ରଛାତ୍ରୀ, ସ୍ୱୟଂସହାୟକ ଦଳ, ବିଭିନ୍ନ ସ୍ବେଚ୍ଛlସେବୀ ଅନୁଷ୍ଠାନ, ସରକାରୀ ତଥା ବେସରକାରୀ କର୍ମଚାରୀ ତଥା ଜନସାଧାରଣଙ୍କ ଅଂଶ ଗ୍ରହଣ ଉପରେ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ସହରାଞ୍ଚଳ ତଥା ଗ୍ରାମ ପଞ୍ଚାୟତ ଗୁଡ଼ିକରେ 'ଏକ ପେଡ୍ ମା କେ ନାମ' ବୃକ୍ଷରୋପଣ କାର୍ଯ୍ୟକ୍ରମ, ବଜାର ତଥା ଜଳ ଉତ୍ସ ଗୁଡିକର ର ସଫା ସୁତରା, ସ୍ୱତନ୍ତ୍ର ଗ୍ରାମ ସଭା /ୱାର୍ଡ ସଭା ରେ ସଚେତନତା ବୈଠକ, ଜିରୋ ବର୍ଜ୍ୟବସ୍ତୁ ଗ୍ରାମ ଘୋଷଣା କରାଯିବ l ୨୭ ସେପ୍ଟେମ୍ବର ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥାନଗୁଡିକ ଜନସାଧାରଣଙ୍କ ସହାୟତାରେ ସାମୁହିକ ସଫେଇ ଅଭିଯାନ କରାଯିବାକୁ ବିଡ଼ିଓ, ଓ ନିର୍ବାହୀ ଅଧିକାରୀ ବିଜ୍ଞାପିତ ଅଞ୍ଚଳ ମାନଙ୍କୁ ନିର୍ଦେଶ ଦିଆଯାଇଛି। ଜନସାଧାରଣ ନିଜ ନିଜ ସ୍ତରରେ ନିଜ ଅଞ୍ଚଳର ପରିପାର୍ଶ୍ଵିକ ସଫା ସୁତରା ଉପରେ ଯେପରି ସମ୍ପୂର୍ଣ୍ଣ ଧ୍ୟାନ ଦେବେ ସେଥିପାଇଁ ଆବଶ୍ୟକ ପ୍ରଚାର ପ୍ରସାର ଓ ସଚେତନତା ସୃଷ୍ଟି ପାଇଁ ପଦକ୍ଷେପ ନିଆଯିବ lବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସଚେତନତା ନିମନ୍ତେ କବିତା, ପ୍ରବନ୍ଧ, ଚିତ୍ର, ପୋଷ୍ଟର ଲେଖା , ସ୍ଲୋଗାନ ଲେଖିବା, କୁଇଜ୍ ପ୍ରତିଯୋଗିତା ଆୟୋଜନ କରିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀ ଙ୍କୁ ଅନୁରୋଧ କରାଗଲା l ପକ୍ଷ ପାଳନ ଅବସରରେ ଶ୍ରେଷ୍ଠ ସ୍ଵଚ୍ଛତା ପ୍ରଦର୍ଶନ କରିଥିବା ପଂଚାୟତ, ବିଜ୍ଞାପିତ ଅଞ୍ଚଳ, ଅନୁଷ୍ଠାନ ମାନଙ୍କୁ ପୁରଷ୍କୃତ କରାଯିବ l ସଫେଇ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ସେମାନଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯିବ lଡୁଡା ଦ୍ୱାରା ଆୟୋଜିତ ଆଜିର ଏହି ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷ ତଥା ଜିଲ୍ଳା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଧର ଧରୁଆ ବିବରଣୀ ପାଠ କରିଥିଲେ l ବୈଠକରେ ଏପିଡି ଜିଲ୍ଲା ପରିଷଦ, ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ, ଜିଲ୍ଳା ଶିକ୍ଷା ଅଧିକାରୀ, ଜିଲ୍ଳା ସମାଜ ମଙ୍ଗଳଅଧିକାରୀ,ସମସ୍ତ ବିଡ଼ିଓ, ବିଜ୍ଞାପିତ ଅଞ୍ଚଳ ପରିଷଦ କର୍ମକର୍ତ୍ତା, ଏଲ ଡି ଏମ, ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, ଉପସ୍ଥିତ ଥିଲେ। ସ୍ଵଚ୍ଛତା ହିଁ ସେବା ପକ୍ଷ ସଫଳତାର ସହିତ ପାଳନ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ