ସ୍ଥାୟୀ ପାରିଶ୍ରମିକ ଦାବୀରେ ଏମବିକେ,ବ୍ୟାଙ୍କ ମିତ୍ର ଓ ସିଆରପିଙ୍କ ଗଣଧାରଣା

Sep 22, 2025 - 20:24
 0  87
ସ୍ଥାୟୀ ପାରିଶ୍ରମିକ ଦାବୀରେ ଏମବିକେ,ବ୍ୟାଙ୍କ ମିତ୍ର ଓ ସିଆରପିଙ୍କ ଗଣଧାରଣା

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୨୨.୦୯.୨୦୨୫ ରିଖ: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ସକାଳ ୧୦ ଘଟିକା ସମୟରୁ ପାପଡାହାଣ୍ଡି ବ୍ଲକର ୨୦ ଟି ଗ୍ରାମ ପଞ୍ଚାୟତ ରେ କାର୍ଯ୍ୟରତ ସମସ୍ତ ଏମବିକେ,ବ୍ୟାଙ୍କ ମିତ୍ର,ସିଆରପି ସଙ୍ଘ ତରଫରୁ ମିଳିତ ଭାବେ ଗଣଧାରଣା ରେ ବସି ସେମାନଙ୍କ ଦାବି ପୂରଣ ପାଇଁ ବିଭିନ୍ନ ସ୍ଲୋଗାନ ଦେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି, ସେମାନଙ୍କ ଦାବି ଗୁଡିକ ମଧ୍ୟରେ ପୂର୍ବ ପରି ସେମାନଙ୍କୁ ସ୍ଥାୟୀ ଦରମା ପ୍ରଦାନ କରିବା, ସ୍ଥାୟୀ ନିଯୁକ୍ତି ପ୍ରଦାନ, ଆକାଉଣ୍ଟ ରେ ଦରମା ପ୍ରଦାନ କରିବା,ପ୍ରୋଫାମାନ୍ସ ବୋନସ ପ୍ରତ୍ସାହନ ବନ୍ଦ କରିବା,ଛଅ ମାସର ବକେୟା ଟଙ୍କା ପ୍ରଦାନ କରିବା,କାର୍ଯ୍ୟ ଅନୁସାରେ ବର୍ଦ୍ଧିତ ପାରିଶ୍ରମିକ ପ୍ରଦାନ କରିବା ଭଳି ସେମାନଙ୍କ ଦାବି ଗୁଡକ ଉପସ୍ଥାପନା କରିଛନ୍ତି, ପାପଡାହାଣ୍ଡି ସଙ୍ଘ ସଭାନେତ୍ରୀ ମାର୍ଥା ମଞ୍ଜରୀ ଖରା ଏବଂ ସମ୍ପାଦିକା ସସ୍ମିତା ନାୟକ ଙ୍କ ନେତୃତ୍ୱ ରେ ୨୦ ଟି ଗ୍ରାମ ପଂଚାୟତ ରେ କାର୍ଯ୍ୟରତ ଏମବିକେ ର ୨୦ ଜଣ, ବ୍ୟାଙ୍କ ମିତ୍ର ର ୪ ଜଣ, ସିଆରପି ର ୨୩ ଜଣ ଗଣଧାରଣରେ ସାମିଲ ହୋଇ ବସିଛନ୍ତି ! ଗୋଟିଏ ସପ୍ତାହ ପୂର୍ଵରୁ ପାପଡାହାଣ୍ଡି ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କ ଅନୁପସ୍ଥିତ ରେ କାର୍ଯ୍ୟାଳୟ ର ଅଭିଯୋଗ ବକ୍ସ ରେ ସେମାନଙ୍କ ଅଭିଯୋଗ ଦାଖଲ କରିଥିଲେ କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହିକିଯେ ବିଭାଗୀୟ କାର୍ଯ୍ୟାଳୟ ତରଫରୁ କୌଣସି ପ୍ରକାର ଚିଠି ନ ଆସିବାରୁ ବାଧ୍ୟ ହୋଇ ଆଜି ଗଣଧାରଣା ରେ ବସିଛୁ ବୋଲି କୋହଭରା କଣ୍ଠରେ ଟାଣ ଖରାରେ ଖୋଲା ଆକାଶ ତଳେ ଧାରଣା ରେ ବସିଥିବା ଏମବିକେ, ସିଆରପି, ବ୍ୟାଙ୍କ ମିତ୍ର ପ୍ରକାଶ କରିଛନ୍ତି !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ