।। ସ୍କୁଟି ଧକ୍କାରେ ବୃଦ୍ଧ ମୃତ ।।

May 19, 2024 - 14:42
 0  34
।। ସ୍କୁଟି ଧକ୍କାରେ ବୃଦ୍ଧ ମୃତ ।।

ନୂଆପଡ଼ା : ନୂଆପଡ଼ା ସଦର ଥାନା ଅବକାରୀ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ସ୍କୁଟି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି l ସୂଚନାନୁସାରେ ରାଧାକୃଷ୍ଣପଡ଼ାର ଟଙ୍କଧର ସାହୁ (୮୩) ତାଙ୍କ ବନ୍ଧୁ ମହାଦେବ ଛତ୍ରିଆଙ୍କ ସହ ରାଜବେଡ଼ାପଡ଼ାରେ ଚାଲିଥିବା ନାମଯଜ୍ଞ ଦେଖିବାକୁ ଯାଉଥିବା ସମୟରେ ଅବକାରୀ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ପଛପଟୁ ଆସି ଏକ ସ୍କୁଟି ଧକ୍କା ଦେଇଥିଲା। ଫଳରେ ବୃଦ୍ଧ ଜଣକ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ଟଙ୍କଧରଙ୍କୁ ଉଦ୍ଧାର କରି ପୁଲିସ ଗାଡ଼ିରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ନୂଆପଡ଼ା ପୁଲିସ ଏକ ମାମଲା ରୁଜୁ କରିବା ସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲା l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ