।। ସେମିଳିଗୁଡ଼ା ଠାରେ ଭାରତ ବନ୍ଦର ପ୍ରଭାବ ।।

Aug 21, 2024 - 18:44
 0  198
।। ସେମିଳିଗୁଡ଼ା ଠାରେ ଭାରତ ବନ୍ଦର ପ୍ରଭାବ ।।

ଆଜି କୋରାପୁଟ ଜିଲ୍ଲା ସେମିଲିଗୁଡ଼ା ଠାରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି l ସାରା ଭାରତରେ ବନ୍ଦ ପାଳନ କରିଥିବାବେଳେ ସେମିଲିଗୁଡ଼ାର ମୁଖ୍ୟ ଟ୍ରାଫିକ ଛକ ଠାରେ ବେରିକେଟ ବାନ୍ଧି ସେମିଲିଗୁଡା ବ୍ଲକର କଣ ଅନୁକୋଣର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କ ମିଳିତରେ ବନ୍ଦ ପାଳନ କରିଥିବା ଦେଖିବାକୁ ମିଳିଛି l ଉଚ୍ଚ ସର୍ବଚ୍ଛ ନ୍ୟାୟଳୟ ଜାତି ଓ ଜନଜାତିର ସଂଗ୍ରକ୍ଷଣ ଉଛେଦ କୁ ନେଇ ସେମିଲିଗୁଡ଼ା ଠାରେ 12 ଘଣ୍ଟିଆ ବନ୍ଦ ପାଳନ କରିଥିବା ଜଣାପଡ଼ିଛି l ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିବା ବେଳେ ସ୍କୁଲ,କଲେଜ ଓ ଦୋକାନ ବଜାର ମଧ୍ୟ୍ୟ ବନ୍ଦ ରହିଥିବା ଦେଖିବାକୁ ମିଳିଛି l ସମ୍ପୂର୍ଣ୍ଣ ଭାବେ ବନ୍ଦ ପାଳନ କରିଥିବା ବେଳେ ଦୂର ଦୁରାନ୍ତରେ ଯାଉଥିବା ଗାଡ଼ି ମୋଟର ଓ ଯାତ୍ରୀ ଯିବାରେ ଅସୁବିଧା ହୋଇଥିଲେ l ଶାନ୍ତି ଶୃଙ୍କାଳ ନିମନ୍ତେ ପୋଲିସ ମୁତୟନ ହୋଇଥିବା ଦେଖିବାକୁ ମିଳିଛି l

 ସେମିଳିଗୁଡ଼ା ରୁ ଦେବେନ୍ଦ୍ର ଖିଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ