।। ସେବା ନିବୃତ ଅଦର୍ଶ ଶିକ୍ଷକ ଜନ୍ମାଜୟ ବହିଦାରଙ୍କ ବିୟୋଗରେ ଶୋକ ।।

Feb 6, 2026 - 21:48
 0  53
।। ସେବା ନିବୃତ ଅଦର୍ଶ ଶିକ୍ଷକ ଜନ୍ମାଜୟ ବହିଦାରଙ୍କ ବିୟୋଗରେ ଶୋକ ।।

କୋଲାବିରା, ୬ ।୨ (ଫାଷ୍ଟ ନ୍ୟୁଜ ଓଡିଶା): କୋଲାବିରା ଜମିଦାରପଡା ନିବାସୀ ସେବା ନିବୃତ ଆଦର୍ଶ ଶିକ୍ଷକ ତଥା କୋଲାବିରା ଗ୍ରାମର ସର୍ବ ବରିଷ୍ଠ ନାଗରୀକ ଜନ୍ମାଜୟ ବହିଦାରଙ୍କ ୯୫ ବର୍ଷ ବୟସରେ ଗୁରୁବାର ରତିରେ ମୃତ୍ୟୁ ହୋଇଛି ଶେଷ ସମୟ ପର୍ଯ୍ୟନ୍ତେ ସେ କୌଣସି ରୋଗ ବ୍ୟାଧରେ କୌଣସି ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାପାଇଁ ଭର୍ତି ହୋଇନଥିଲେ ମାତ୍ର ଅଳ୍ପ କିଛିଦିନ ହେଲା ସେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥ ଥିଲେ ।୧୯୮୬ ମସିହାରେ ସେ ପ୍ରଧାନ ଶିକ୍ଷକ ଭାବରେ ସେବା ନିବୃତ ହୋଇଥିଲେ । ଶତାୟୁ ଛୁଇଁବା ଆଗରୁ ସ୍ବର୍ଗ ପଥର ପଥକ ହୋଇଥିବା ଶ୍ରୀ ବହିଦାର ଜୀବନର ଅପରାହ୍ନ ରେ ଉପନିତ ହେବ। ପର୍ଯ୍ୟନ୍ତ ସଦାସର୍ବଦା କର୍ମଚଂଚଳ ଅବା ସହ ନିଜର ସମୟାନୁନର୍ଜିତା,ପରିଛନ୍ନତା, ଖାଦ୍ୟ-ପେୟ,ପୋଷାକ ପରିପାଟୀ ପ୍ରତି ଅତ୍ୟନ୍ତ ସଚେତନ ଥିଲେ । ତାଛଡା ତାଙ୍କ ସମସାମୟିକ ଶିକ୍ଷକ ମାନଙ୍କ ମଧ୍ୟରେ ସୁନ୍ଦର ହସ୍ତାକ୍ଷର,ଚମତ୍କାର ଶବ୍ଦ ସଂଯୋଜନା,ବଳିଷ୍ଠ ବାକ୍ୟ ଗଠନ ବ୍ୟାକରଣଗତ ସୁଦ୍ଧତା ଓ ସୀମିତ ଶଦ୍ଦ ମଧ୍ୟରେ ଅନେକ କିଛି କହିବାର ଦକ୍ଷତା ପାଇଁ ସେ ସମସ୍ତଙ୍କ ପ୍ରିୟପାତ୍ର ଓ ପ୍ରଥମ ପସନ୍ତ ଥିଲେ । ଅବସର ପରେ ସେ ଅଂଚଳର ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ରହି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ନିୟୋଜିତ ଥିଲେ । ଶହିଦ କରୁଣାକରଙ୍କୁ ଲୋକଲୋଚନକୁ ଆଣିବା ଦିଗରେ ତାଙ୍କ ମୁଖ୍ୟ ଭୂମିକା ରହିଥିଲା କହିଲେ ଅତ୍ୟୁକ୍ତ ହେବନାହିଁ କାରଣ କୋଲାବ ଠିରା ଠାରେ ଶହିଦ କରୁଣାକର ସ୍ତୁତି ଟ୍ରଷ୍ଟ ଗଠନ ସହିତ ଟ୍ରଷ୍ଟର ମାର୍ଗଦର୍ଶକ ଭାବରେ ରହି କରୁଣାକରଙ୍କ ବଳିଷ୍ଠ ଇତିହାସକୁ ଉପସ୍ଥାପନ କରେଇପାରିଥିଲେ । ଶେଷ ଶଯ୍ୟା ନିକଟରେ ଦୁଇପୁଅ ବେଲାଲ,କୁନାଲ ସମେତ ଝିଅ ତଥା ନାତୀ ନାତୁଣି ଉପସ୍ଥିତ ଥିଲେ । କୋଲାବିରା ତେଲେନ ନଦୀକୂଳ ମଶାଣିରେ ପଂଚଭୁତରେ ବିଳିନ ହୋଇଥିଲା ମାର୍ଗତ ଜନାଜୟଙ୍କ ମରଶରୀର । ବଡ ପୁଅ ବେଲା ମୁଖାଗ୍ନୀ ଦେଇ ଅନ୍ତିମ ସଂସ୍କାର ସଂମ୍ପନ୍ନ ହୋଇଥିଲା । ଜମିଦାର ବୀର ଅମରେନ୍ଦ୍ର ପ୍ରତାପ ସିଂ ସୁଶିଲ କୁମାର ଦାସ,ବୀରେନ୍ଦ୍ର ମହାପାତ୍ର,ଅଶୋକ କୁମାର ବେହେରା,ନବୀନ ଚନ୍ଦ୍ର ନାଏକ ମନୋଜ କୁମାର ପ୍ରଧାନ ପ୍ରମୁଖଙ୍କ ବହୁଗ୍ରାମବାସୀ ଶେଷ ଦର୍ଶନ କରିବା ସହିତଶ୍ରଦ୍ଧାଜଂଳି ଜଣେଇ ଦିବଙ୍ଗତ ଆତ୍ମାର ସଦଗତି କାମନା କରିଥିଲେ ଖବର ପ୍ରସାରିତ ହେବା ପରେ ଅଂଚଳରେ ଶୋକର ଛାୟା ଖେଲି ଯାଇଛି । *ପରମେଶ୍ବର ବେହେରା,କୋଲାବିରା* ;- କୋଲାବିରା ରେ ଆମେ ଦୁଇଜଣ ବରିଷ୍ଠ ହୋଇରହିଥୁଲୁ । ସ୍ବର୍ଗତ ଜନ୍ମାଜୟ ମୋଠାରୁ ମାତ୍ର ଚାରି ମାସର ବଡ ଥିଲେ ଏବଂ ଆମର ସମ୍ପର୍କ ମାମୁଁ-ଭଜଣା ଥିଲା । ତାଙ୍କ ମୃତ୍ୟୁରେ ମୁଁ ମର୍ମାହତ, ଜଣେ ବରିଷ୍ଠ ଏବଂ ବଲିଷ୍ଠ ସହଯୋଗି ଭାବରେ ଆମେ ଦୁହେଁ ଏକତ୍ର ଭାବରେ ପରିଣତ ବୟଷରେ ଜୀବନ ଅତିବାହିତ କରୁଥିଲୁ, ସେ ତାଙ୍କର ଜୀବନର ୯୫ ବର୍ଷ ଜୀବନ କାଳରେ ଅନେକ ଉଥାନ ପତନ କୁ ସଫଳତାର ସହ ସମାନା କରି ଆଜି ପରିଣତ ବୟସରେ ପରଲୋକ ଗମନ ମୋ ପଇଁ ଅତି କଷ୍ଟ ଦାୟକ ହୋଇପଡିଛି ।ବହୁଦିନ ରୁ ଜଳୁଥିବା କୋଲାବିରା ର ଜଳୟମାନ ଦୀପ ଶିଖା ଟି ଆଜି ନିର୍ବାପିତ ହୋଇଗଲା । ତାଙ୍କ ବିୟୋଗରେ କୋଲାବିରା ର ଏକ ଯୁଗର ଅବସସାନ ଘଟିଛି । *ବୀର ଅମରେନ୍ଦ୍ର ପ୍ରତାପ ସିଂହ,ଜମିଦାର କୋଲାବିରା;-* ମୋର ବାପା ଜମିଦାର ନୃପଲାଲ ସିଂ ଙ୍କ ଜମିଦାରୀ ସମୟରେ ତାଙ୍କ ସହଯୋଗୀ ହୋଇ ଶାସନ ର ପରିଚାଳନା କରିବା ସହିତ ଜମିଦାରୀ ଉଚ୍ଛେଦ ଆଇନର କାର୍ଯ୍ୟକାରିତା ପର ସରକାରୀ ବ୍ୟବସ୍ଥା ମଧ୍ୟରେ ମଧ୍ୟରେ ଏକ ବେତନ ଭୋଗୀ ଶିକ୍ଷକ ଭାବରେ ନିଜର କର୍ତବ୍ୟ ସଂପାଦନ କରିବାସ ସହିତ ସେ କୋଲାବିରା ଐତିହ,ଅସ୍ମିତା ଓ ଅତୀତକୁ ଅତି ନିକଟରୁ ଦେଖୁଥିଲେ । ରାଜା ଜମିଦାର ଶାସନରେ ସକ୍ରିୟ ସଂଶ୍ଳିଷ୍ଟ ଥିଲେ ଏବଂ ଏତେଦିନ ଯାଏ ଏହାର ଜୀବନ୍ତ ସାକ୍ଷୀ ରୁପେ ଦଣ୍ଡାୟମାନ ଥିଲେ । କୋଲାବିରା ଅସ୍ମିତା ର ସେ ଏକ ପ୍ରତୀକ । ପରାଧନତା ର ଜର୍ଜରୀତ ସମୟରେ ଜନ୍ମିତ ଜନ୍ମଜୟ ବାବା, ବ୍ରିଟିଶ ର କଳା ଶାସନ କୁ ଦେଖୁଛନ୍ତି ପୁଣି ସାଧ୍ଵନ ଭାରତ ର ସ୍ଵାଧୀନ ସୁର୍ଯ୍ୟୋଦୟର ସ୍ବାଦ ମଧ୍ୟ ଚାଖୁଛନ୍ତି । ତାଙ୍କ ବିୟୋଗରେ ଜଣେ ପିତା ସମାନ ହିତାକଂକ୍ଷୀକୁ ହରେଇଥିବା ସହିତ ଜଣେ ସତମାର୍ଗ ଦେଖାଉଥ‌ିବା ବ୍ୟକ୍ତିତ୍ବ କୁ ଚିରଦିନ ପାଇଁ ହରେଇ ମୁଁ ଅତ୍ୟନ୍ତ ମର୍ମାହତ ।

କୋଲାବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା)

What's Your Reaction?

Like Like 2
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ