ସୁଭଦ୍ରା ଯୋଜନାର ତଦାରଖ ନିମନ୍ତେ ଜିଲ୍ଲା ପ୍ରଶାସନର ଜିଲ୍ଲା ଅଧିକାରୀଙ୍କୁ ଗୁରୁ ଦାୟିତ୍ଵ

Sep 15, 2024 - 20:32
 0  96
ସୁଭଦ୍ରା ଯୋଜନାର ତଦାରଖ ନିମନ୍ତେ ଜିଲ୍ଲା ପ୍ରଶାସନର ଜିଲ୍ଲା ଅଧିକାରୀଙ୍କୁ ଗୁରୁ ଦାୟିତ୍ଵ

ନବରଙ୍ଗପୁର:( ରଞ୍ଜିତ ନାୟକ ) ତା ୧୫.୯.୨୦୨୪: ସରକାର ଙ୍କ ଯୁଗାନ୍ତକାରୀ ସୁଭଦ୍ରା ଯୋଜନା ର ସଫଳ ରୂପାୟନ ନିମନ୍ତେ ନବରଙ୍ଗପୁର ଜିଲ୍ଲାରେ ମହିଳା ମାନଙ୍କ ଆବେଦନ ପ୍ରକ୍ରିୟା ଚାଲୁ ରହିଛି ! ଏଥି ନିମନ୍ତେ ଦୈନିକ ତଦାରଖ ଓ ନିରୀକ୍ଷଣ କାର୍ଯ୍ୟ ପାଇଁ ଜିଲ୍ଲାପାଳ ଡ ଶୁଭଙ୍କର ମହାପାତ୍ର ଙ୍କ ଦ୍ଵାରା ଜିଲ୍ଲା ସ୍ତରୀୟ ବରିଷ୍ଠ ଅଧିକାରୀଙ୍କୁ ବିଭିନ୍ନ ବ୍ଲକ ର ନୋଡାଲ ଅଧିକାରୀ ଭାବରେ ନିୟୋଜିତ କରାଯାଇଛି ! ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ ) ମହେଶ୍ୱର ଚନ୍ଦ୍ର ନାଏକଙ୍କୁ ଚନ୍ଦାହାଣ୍ଡି ବ୍ଲକ, ଅତିରିକ୍ତ ଜିଲ୍ଲାପାଳ (ରେଭିନ୍ୟୁ) ନବୀନ ଚନ୍ଦ୍ର ନାଏକ ଙ୍କୁ ଝରିଗାଁ,ଉପଜିଲ୍ଲାପାଳ ନବରଙ୍ଗପୁର ପ୍ରକାଶ ଚନ୍ଦ୍ର ମିଶ୍ର ଙ୍କୁ କୋଷାଗୁମୁଡା ବ୍ଲକ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର ଙ୍କୁ ଡ଼ାବୁଗାଁ ,ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ଙ୍କୁ ନବରଙ୍ଗପୁର ବ୍ଲକ,ଜିଲ୍ଲା ମଙ୍ଗଳ ଅଧିକାରୀ ରବୀନ୍ଦ୍ର ପାଳକା ଙ୍କୁ ନନ୍ଦାହାଣ୍ଡି ବ୍ଲକ, ଡି ଡି ପ୍ଳାନିଂ ଐଶ୍ଚର୍ଯ୍ୟ ଭଞ୍ଜଙ୍କୁ ପାପଡ଼ାହାଣ୍ଡି ବ୍ଲକ, ପି ଏ, ଆଇ ଟି ଡି ଏ ରାଜୀବ କୁମାର ସାହୁ ଙ୍କୁ ରାଇଘର ବ୍ଲକ, ସହକାରୀ ସି ଇ ଓ (ଓରମାସ ) ଏ ଉମା ମହେଶ୍ୱର ଙ୍କୁ ତେନ୍ତୁଳିଖୁଣ୍ଟି ବ୍ଲକ, ଅତିରିକ୍ତ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଯଦୁମଣି ନାଏକ ଙ୍କୁ ଉମରକୋଟ ବ୍ଲକ ର ଦାୟିତ୍ବ ତୁଲାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ! ସମସ୍ତ ନୋଡାଲ ଅଧିକାରୀ ନିଜ ନିଜ ପ୍ରଦତ୍ତ ଅଞ୍ଚଳ ଗୁଡ଼ିକ ନିୟମିତ ଭାବେ ପରିଦର୍ଶନ କରୁଛନ୍ତି ! ସେହିପରି ମୋ ସେବା କେନ୍ଦ୍ର ଓ ଜନ ସେବା କେନ୍ଦ୍ର ପରିଦର୍ଶନ କରି ଫର୍ମ ପୁରଣ ପ୍ରକ୍ରିୟା, ଡିଜିଲାଇଜେସନ ଆଦି ନୀରିକ୍ଷଣ କରିବା ସହିତ ହିତାଧିକାରୀ ମାନଙ୍କ ସହିତ ଯୋଜନା ସଂପର୍କିତ ଆଲୋଚନା ମଧ୍ୟ କରୁଛନ୍ତି ଏବଂ ଜିଲ୍ଲାରେ ସୁଭଦ୍ରା ଯୋଜନା ର ସଫଳ କାର୍ଯ୍ୟକାରୀତା ନେଇ ତଦାରଖ କରୁଛନ୍ତି !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ