।। ସୁନାବେଡ଼ା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଏକ ଝୁଲନ୍ତା ମୃତ ଦେହ ଉଦ୍ଧାର ।।

Feb 11, 2024 - 08:52
 0  132
।। ସୁନାବେଡ଼ା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଏକ ଝୁଲନ୍ତା ମୃତ ଦେହ ଉଦ୍ଧାର ।।

କୋରାପୁଟ ଜିଲ୍ଲା ସୁନାବେଡ଼ା ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରୁ ଏକ ଛାତ୍ରୀଙ୍କ ମୃତ ଦେହ ଉଦାର ହୋଇଛି l ଦିନ ଏକ ଘଣ୍ଟା ସମୟରେ ହଷ୍ଟେଲ ରୁମ ଭିତରେ କବାଟ ବନ୍ଦକରି ଫେନରେ ଓଡ଼ଣୀ ବନ୍ଦା ହୋଇ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବା ଜଣାପଡ଼ିଛି l ଛାତ୍ରୀ ଜଣକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲାର ସନ୍ଧ୍ୟାରାଣୀ ଦାସ l ଗଣତି ବିଭାଗର ପ୍ରଥମ ବର୍ଷର ଛାତ୍ରୀ ବୋଲି ଜଣାପଡ଼ିଛି l ଧୀର୍ଘ ସମୟ ଧରି କବାଟ ବନ୍ଦଥିବା ଦେଖି ଅନ୍ୟ ଛାତ୍ରୀ ମାନେ କବାଟ ଭାଙ୍ଗିବାରୁ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା l ଏହା ଦେଖି ଛାତ୍ରୀମାନେ ତୁରନ୍ତ ବିଶ୍ୱବିଦ୍ୟାଳୟ କର୍ତ୍ତୁପକ୍ଷଙ୍କୁ ଖବର ଦେଇଥିଲେ l ଖବର ପାଇ ସୁନାବେଡ଼ା ପୋଲିସ ଆସି ଛାତ୍ରୀ କେଉଁ କାରଣରୁ ଆତ୍ମହତ୍ୟା କଲା ତାହା ଉପରେ ଅଧିକା ତଦନ୍ତ କରିଥିବା ଦେଖିବାକୁ ମିଳିଛି l

 ( ସେମିଲିଗୁଡା ଠାରୁ ଦେବେନ୍ଦ୍ର ଖିଲ )

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ