ସୁନାବେଡ଼ା ରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

ସୁନାବେଡ଼ା, ୩୧/୦୮/୨୫ :() ସୁନାବେଡ଼ା ରେ ସ୍ୱାୟତ୍ତ ଶାସନ ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି। ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ କୋରାପୁଟ ବିଧାୟକ ରଘୁରାମ ମାଛ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତକା ଉତୋଳନ କରିଥିଲେ ପରେ ସୁନାବେଡା ସ୍ଵାସ୍ତ୍ୟ କେନ୍ଦ୍ରରେ ରୋଗୀମାନଙ୍କୁ ପରାମର୍ଶ କରିବା ସହ ଫଳ ବଣ୍ଟନ କରିଥିଲେ, ସ୍ଥାନୀୟ ବିଜୁ ପଟନାୟକ ଉଦ୍ୟାନ ପାର୍କ ରେ ଟଏ ଟ୍ରେନ, ପୌର ପରିଶୋଦ ଲୋଡ଼ଜ ର ଶୁଭାରମ୍ବ କରିଥିଲେ. ଲୋଡ଼ଜ ର ନିବିକୋରଣ କରିଥିବା ଦେଖିବାକୁ ମିଳିଛି. ଆଦିତ୍ୟ ହୋନ୍ତାଳ ଏହାର ଦାୟିତ୍ବ ରେ ଥିବା ଜଣାପଡିଛି. ଓଡ଼ିଶାରେ ସହରାଞ୍ଚଳ ର ବିକାଶ ନେଇ ମୋହନ ମାଝି ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ ବିଧାୟକ ରଘୁ ରାମ ମାଛ. । ମୁଖ୍ୟ ବକ୍ତା ଭାବେ ସୁନାବେଡ଼ା ମହିଳା ସ୍ନାତକ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଉଷା ରାଣୀ ଦାସ ଯୋଗ ଦେଇ ଆମ ଦେଶର ସ୍ୱାୟତ୍ତ ଶାସନର ଇତିହାସ ସମ୍ପର୍କରେ ଆଲୋକପାତ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମ ରେ ପୌରାଧ୍ୟକ୍ଷ ଡଃ ରାଜେନ୍ଦ୍ର କୁମାର ପାତ୍ର, ଉପାଧ୍ୟକ୍ଷା ଋତୁ କଣ୍ଟା, ସାଂସଦ ଙ୍କ ପ୍ରତିନିଧି ପ୍ରଶାନ୍ତ କର, ପୂର୍ବତନ ଜିଲ୍ଲା ବିଜେପି ସଭାପତି ସୁମନ୍ତ ପ୍ରଧାନ ଏବଂ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଜିତ୍ କୁମାର ଚୌଧୁରୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସୁନାବେଡା କୁ ସ୍ଵଚ୍ଛ, ସୁନ୍ଦର ଏବଂ ଶ୍ରେଷ୍ଠ ପୌରାଞ୍ଚଳ ଭାବେ ପ୍ରତିପାଦିତ କରିବା ପାଇଁ ଜନ ସାଧାରଣ ଙ୍କ ସହଯୋଗ କାମନା କରିଥିଲେ।ପାରିଷଦ ରବୀନ୍ଦ୍ର ପ୍ରଧାନ, ମମତା ରାୟ ଏବଂ ମିନତୀ ମିଶ୍ର ନିଜ ବକ୍ତବ୍ୟରେ ସୁନାବେଡା ପୌରାଞ୍ଚଳ ରେ କରାଯାଇଥିବା ବିଭିନ୍ନ ଉନ୍ନତୀ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ, ବିଚାରକ ଏବଂ କ୍ରୀଡା, ସମାଜ ସେବା ଓ ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ କରିଥିବା ବ୍ୟକ୍ତି ମାନଙ୍କୁ ପୁରସ୍କୃତ ତଥା ସମ୍ମାନୀତ କରିବା ସହ ଏଚ୍ ଏସ ସି ଏବଂ ସି ବି ଏସ ସି ପରୀକ୍ଷା ରେ ସର୍ବୋଚ୍ଚ ନମ୍ବର ରଖିଥିବା ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇ ଥିଲା।ଶ୍ରୀଧର ପରିଡ଼ା ଏବଂ ଲକ୍ଷ୍ମୀଧର ମହାପାତ୍ର କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ଶେଷରେ ଛାତ୍ର ଛାତ୍ରୀ ମାନେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ସମସ୍ତ କାଉନସିଲର, କର୍ମଚାରୀ ଏବଂ ବହୁ ସଂଖ୍ୟାରେ ଜନ ସାଧାରଣ ଉପସ୍ଥିତ ଥିଲେ।
କୋରାପୁଟ ରୁ ରୂପ ଖରା ଙ୍କ ରିପୋର୍ଟ
What's Your Reaction?






