।। ସୁଡ୍ରା ଅଞ୍ଚଳରେ ମାଓବାଦୀ ପୋଷ୍ଟର: ପୋଲିସର ଦମନ ଓ ମିଥ୍ୟା ଏନକାଉଣ୍ଟର ବିରୋଧରେ ରବିବାର ୪ ଜିଲାକୁ ୧୨ଘଣ୍ଟିଆ ବନ୍ଦ ଡାକରା ।।

Jun 24, 2023 - 18:12
 0  13
।। ସୁଡ୍ରା ଅଞ୍ଚଳରେ ମାଓବାଦୀ ପୋଷ୍ଟର: ପୋଲିସର ଦମନ ଓ ମିଥ୍ୟା ଏନକାଉଣ୍ଟର ବିରୋଧରେ  ରବିବାର ୪ ଜିଲାକୁ ୧୨ଘଣ୍ଟିଆ ବନ୍ଦ ଡାକରା ।।

କନ୍ଧମାଳ,(କୋରାପୁଟ ପ୍ରଥମ ଖବର):ପୁଣି ଥରେ କନ୍ଧମାଳ ଜିଲାରେ ଲାଗିଛି ମାଓ ପୋଷ୍ଟର। ବାଲିଗୁଡା ଥାନା ସୁଡ୍ରା ନିକଟ କାମ୍ବରିକିଆ ଛକଠାରେ କେକେବିଏନ ଡିଭିଜିନାଲ କମିଟି ସିପିଆଇ ମାଓବାଦୀ ତରଫରୁ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ପୋଲିସର ଦମନ ଓ ମିଥ୍ୟା ଏନକାଉଣ୍ଟର ବିରୋଧରେ ରବିବାର କନ୍ଧମାଳ, କଳାହାଣ୍ଡି, ବୌଦ୍ଧ ଓ ନୟାଗଡ଼ ଜିଲାକୁ ୧୨ ଘଣ୍ଟିଆ ବନ୍ଦ ଡାକରା ନେଇ ମାଓବାଦୀ ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ତେବେ ଅଞ୍ଚଳରେ ମାଓବାଦୀଙ୍କ ଏଭଳି ପୋଷ୍ଟର ଦେଖିବା ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଥିବା ଜଣାପଡିଛି।

 କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ