।। ସିବିଆଇର ନୂତନ ନିର୍ଦ୍ଦେଶକ ଭାବରେ ଦାୟିତ୍ଵ ଗ୍ରହଣ କଲେ ପ୍ରବୀଣ ସୁଦ ।।

May 25, 2023 - 22:06
 0  46
।। ସିବିଆଇର ନୂତନ ନିର୍ଦ୍ଦେଶକ ଭାବରେ ଦାୟିତ୍ଵ ଗ୍ରହଣ କଲେ ପ୍ରବୀଣ ସୁଦ ।।

ନୁଆଦିଲ୍ଲୀ:ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ) ର ନିର୍ଦ୍ଦେଶକ ଭାବେ ଆଇପିଏସ୍ ପ୍ରବୀଣ ସୁଦ ଆଜି ଦାୟିତ୍ଵ ଗ୍ରହଣ କରିଛନ୍ତି। ତାଙ୍କର କାର୍ଯ୍ୟକାଳ ୨ ବର୍ଷ ହେବ। ଏହାପୂର୍ବରୁ ଆଇପିଏସ୍ ପ୍ରବୀଣ ସୁଦ କର୍ଣ୍ଣାଟକର ଡିଜିପି ଥିଲେ। ସୁବୋଧ କୁମାର ଜୟସୱାଲଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ପ୍ରବୀଣ ସୁଦ ବର୍ତ୍ତମାନର ସିବିଆଇ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।ପ୍ରବୀଣ ସୁଦଙ୍କ ନାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ୩ ସଦସ୍ୟ ବିଶିଷ୍ଟ ଚୟନ କମିଟି ଦ୍ୱାରା ଅନୁମୋଦିତ ହୋଇଥିଲା। ମଇ ୧୩ ତାରିଖ ସନ୍ଧ୍ୟାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କମିଟିରେ ପ୍ରଧାନମନ୍ତ୍ରୀ ମୋଦୀ, ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ ଏବଂ ବିରୋଧୀ ଦଳର ନେତା ଅଧୀର ରଂଜନ ଚୌଧୁରୀଙ୍କୁ ଏହି କମିଟିରେ ଅନ୍ତର୍ଭୁକ୍ତ କରାଯାଇଥିଲା ।

ବ୍ୟୁର ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ