।। ସିଜିମାଳୀ ସୁରକ୍ଷା ସମିତି ର ଆବାହକ ଲକ୍ଷଣ ମାଝୀ ଙ୍କର ପ୍ରେସ ବାର୍ତ୍ତା ।।

Nov 23, 2023 - 12:12
 0  69
।।  ସିଜିମାଳୀ ସୁରକ୍ଷା ସମିତି ର ଆବାହକ ଲକ୍ଷଣ ମାଝୀ ଙ୍କର ପ୍ରେସ ବାର୍ତ୍ତା ।।

ଗତ ବିର୍ଷାମୁଣ୍ତା ଜୟନ୍ତୀ ୧୫/୧୧/୨୦୨୩ ରିଖ ବୁଧବାର ଦିନ କେରପାଇ ଗ୍ରାମରେ ଆଦିବାସୀ ଦଳିତ ଓ ସିଜିମାଳୀ ସୁରକ୍ଷା ସମିତି ତରଫରୁ ଆୟୋଜନ ହୋଇଥିଲା। ଏଥିରେ ବିନା ନିମନ୍ତ୍ରଣରେ ପ୍ରଫୁଲ୍ଲ ସାମନ୍ତରାୟ ଲିଙ୍ଗରାଜ ଆଜାଦ୍ ପ୍ରମୁଖ ଆସି ଏଠାରେ କଂଗ୍ରେସର ବରିଷ୍ଠ ନେତା ଶ୍ରୀ ଭକ୍ତ ଚରଣ ଦାସ ଙ୍କ ବିରୋଧରେ ବିଭିନ୍ନ ଅଶ୍ଳୀଳ ଭାଷା ପ୍ରୟୋଗ କରି ତାଙ୍କ ବିରୋଧରେ ଭାଷଣ ଦେଇଥିଲେ । ଏହାକୁ ଉପସ୍ଥିତ ଜନତାଙ୍କ ମଧ୍ୟରୁ ଆବାହକ ଲକ୍ଷଣ ମାଝୀ ଙ୍କ ସମେତ ଅନେକ ଉପସ୍ଥିତ ଜନତା ଭକ୍ତ ଚରଣ ଦାସଙ୍କ ସପକ୍ଷରେ ଯୁକ୍ତି ବାଢିଥିଲେ। ଏହାକୁ ନେଇ ଆଜି ତା ୨୨/୧୧/୨୦୨୩ ରିଖ ଦିନ ଶ୍ରୀ ଲକ୍ଷଣ ମାଝୀ, ଥୁଆମୂଳ ରାମପୁର ଆର ଡି ବଙ୍ଗଳା ଠାରେ ଏକ ସାମ୍ବାଦିକ ସମ୍ମିଳନୀକରି ଲିଙ୍ଗରାଜ ଆଜାଦ ଓ ପ୍ରଫୁଲ୍ଲ ସାମନ୍ତରାୟ ଙ୍କୁ ବିରୋଧ ସହିତ ଅଂଚଳ କୁ ଗୋଟିଏ ଅଶାନ୍ତ ପରିବେଶ ସୃଷ୍ଟି କରୁଥିବା ଦର୍ଶାଇ ଥିଲେ। ଏହି ପ୍ରେସ ମିଟ ରେ ତ୍ରିନାଥ ନାଏକ, ଜଗେଶ୍ବର ନାଏକ, କାର୍ତ୍ତିକ ନାଏକ, ସଂଗୀତ ନାଏକ, କୁଲଦୀପ ନାଏକ, ପ୍ରମୁଖ ଉପସ୍ଥିତ ରହିଥିଲେ।

 କଳାହାଣ୍ଡି ରୁ ମକୁନ୍ଦ ନାଏକ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ