ସିକିଗୁଡ଼ା ଜଙ୍ଗଲରୁ ମାଓ ସାମଗ୍ରୀ ଓ ବିସ୍ପୋରକ ଜବତ କରିଛି ବାଲିଗୁଡ଼ା ପୋଲିସ
ବାଲିଗୁଡ଼ା/୧୦/୧୨ (ଫାଷ୍ଟ ନ୍ୟୁଜ୍ ଓଡ଼ିଶା ) କିଛି ଦିନ ତଳେ କନ୍ଧମାଳ ପୋଲିସ କୁ ସଫଳତା ମିଳିଥିଲା ତୁମୁଡ଼ିବନ୍ଧ ଥାନା ବେଲଘର୍ ଅଞ୍ଚଳରୁ ମାଓ ସାମଗ୍ରୀ ଜବତ କରିବା ସହ ମାଓବାଦି ଏବଂ ଯବାନ ମାନଙ୍କ ମଧ୍ୟରୁ ଗୁଳି ବିନିମୟ ହୋଇଥିଲା ଆଉ ମାଓ ସାମଗ୍ରୀ ଜବତ କରିବାରେ ମଧ୍ୟ ସଫଳ ହୋଇଥିଲା ବାଲିଗୁଡ଼ା ପୋଲିସ କୁ ସେହିପରି ପୁଣି ଥରେ ଆଜି ବିଏ ସ୍ ଏଫ୍ ଯବାନ ମାନଙ୍କ କମ୍ବିଙ୍ଗ ଅପରେସନ ବେଳେ ବାଲିଗୁଡ଼ା ଥାନା ଶିକିଗୁଡ଼ା ଜଙ୍ଗଲରୁ ବି ଏସ ଏଫ୍ ପକ୍ଷରୁ ଏହି ମାଓ ସାମଗ୍ରୀ ଜବତ କରିଥିବା ସୂଚନା ମିଳିଛି ବାଲିଗୁଡ଼ା ଵିଏ ଏସ ଏଫ୍ ଯବାନ ମାନେ ବିସ୍ପୋରକ ଏବଂ କିଛି ମାଓ ସାମଗ୍ରୀ ଜବତ କରିଛନ୍ତି ସେଥି ମଧ୍ୟରୁ ଗୋଟିଏ ସୋଲାର , ସତରଟି ବେଟ୍ରି, ଆଠଟି ଡିଟନେଟର , ବାର ମିଟର ୱେର, ଅଠରଟି ଜିଲେଟିନ୍, ଦୁଇଟି କୁରାଡ଼ି, ଦୁଇଟି ଲୁହା ରୋଡ଼ ଜବତ କରିଥିବା ସୂଚନା ମିଳିଛି କନ୍ଧମାଳ ଜିଲ୍ଲାରେ ମାଓ ଦମନ କରିବା ପାଇଁ ଜୋରଦାର ପ୍ରସ୍ତୁତ ଅଛନ୍ତି ଯବାନ ମାନେ ଆଉ କିଛି ମାସ ମଧ୍ୟରେ କନ୍ଧମାଳରେ ମାଓ ମୁକ୍ତ କରିବା ପାଇଁ ଯବାନ ମାନେ ପ୍ରୟାସ କରୁଛନ୍ତି ଗୋଟିଏ ପରେ ଗୋଟିଏ ସ୍ଥାନରୁ ମାଓ ସାମଗ୍ରୀ ଜବତ କରୁଛନ୍ତି I ହିଂସା ଘଟାଉ ଥିବା ମାଓ ଦମନ ଖୁବ୍ ଶୀଘ୍ର ହେବ ବୋଲି ଆଶା କରାଯାଉଛି I
ବାଲିଗୁଡ଼ା ଉପଖଣ୍ଡ ସ୍ତରୀୟ ସାମ୍ବାଦିକ ସଲମନ୍ ବିନ୍ଧାଣୀଙ୍କ ରିପୋର୍ଟ୍
What's Your Reaction?
Like
0
Dislike
0
Love
0
Funny
1
Angry
0
Sad
0
Wow
0