ସାହିତ୍ୟିକ କୀର୍ତିବହିଦାରଙ୍କୁ ନୀଳଚକ୍ର ଦିବ୍ୟଜ୍ୟୋତି ସମ୍ମାନ
କୋଲାବିରା, ୭ ।୧୨ (ଫାଷ୍ଟ ନ୍ୟୁଜ ଓଡିଶା): କୋଲାବିରା ଗ୍ରାମର ସମାଜସେବୀ ତଥା ସାହିତ୍ୟିକ ଡ.କୀର୍ତି ଚନ୍ଦ୍ର ବହିଦାରଙ୍କୁ ନୀଳଚକ୍ର ସାହିତ୍ୟ ସଂସଦ ବୌଦ୍ଧ,ବୌଦ୍ଧ ଚକ୍ର ଓ ଭାବ ସମ୍ରାଟ ପକ୍ଷରୁ ନୀଳଚକ୍ର ଦିବ୍ୟଜ୍ୟୋତି ସମ୍ମାନ ପ୍ରଦାନ କରାଯାଇଛି । ସାହିତ୍ୟ ସଙ୍ଗଠନ ଓ ସାମ୍ବାଦିକ କ୍ଷେତ୍ରରେ ସାଙ୍ଗଠାନିକ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ବୌଦ୍ଧର ଏକ ଘରୋଇ ହୋଟେଲ ସମ୍ମିଲନି କକ୍ଷରେ ଆୟୋଜିତ ନିଳଚକ୍ର ସାହିତ୍ୟ ସଂସଦର ସପ୍ତମ ବାର୍ଷିକ ଉତ୍ସବ ଓ ସାରସ୍ଵତ ସମାରୋହ ଅବସରରେ ପ୍ରତିଷ୍ଠାତା ସଭାପତି ଡ.(ଇଂଜିନିୟର) ସଂଜୟ କୁମାର ପଣ୍ଡା ଡ. ବହିଦାରଙ୍କୁ ଉତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନୀତ କରିଥିଲେ । ଏଇଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଗୋକର୍ଣିକା ସାହିତ୍ୟ ସମାଜର ସମ୍ପାଦକ ରମାକାନ୍ତ ଜେନା,ପ୍ରାଇନ ଓଡିଆ ପ୍ରାଧ୍ୟାପକ ଡ.ରମେଶ ଚନ୍ଦ୍ର ପ୍ରଧାନ,ବ୍ରହ୍ମବରଦା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ମହେଶ୍ଵର ପାଢୀ,ବିଶିଷ୍ଟ ସମାଲୋଚକ,ପ୍ରବନ୍ଧକ ତଥା ବାଗ୍ମୀ ପ୍ରଫେସର ଡ.କୃଷ୍ଣ ଚନ୍ଦ ପ୍ରଧାନ,ପ୍ରାବନ୍ଧିକ,ସମ୍ପାଦକ ତ୍ରିଧାରା ସାହିତ୍ୟ ସଂସଦର ଡ.ଲକ୍ଷ୍ମୀନାରାୟଣ ଦାସ,ପ୍ରାକ୍ତନ ଆସୋସିଟ ପ୍ରଫେସର,ୟୁ ଏନ ମହାବିଦ୍ୟାଳୟ ,ସୋର ର ଡ.ରବୀନ୍ଦ୍ର କୁମାର ବିହାରୀ,ଭୈରବୀ ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପକ ଡ.ପ୍ରମୋଦ କୁମାର ମହାପାତ୍ର,ହୋଲି ଜେସସ ବିଦ୍ୟାଳୟର ଅଧ୍ୟକ୍ଷ ସୁଶ୍ରୀ କାମିନୀ ନାୟକ,ଶିଶୁ ସାହିତ୍ୟିକ ସୁଶାନ୍ତ ମହାପାତ୍ର ପ୍ରମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।
କୋଲାବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ (ଫାଷ୍ଟ ନ୍ୟୁଜ ଓଡିଶା) ।
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0