ସାଲିହା ଗଡ଼ କ୍ରାନ୍ତି ଦିବସ-୨୦୨୫ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sep 29, 2025 - 20:02
 0  4
ସାଲିହା ଗଡ଼ କ୍ରାନ୍ତି ଦିବସ-୨୦୨୫ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ନୂଆପଡ଼ା ସ୍ଥିତ ସାଲିହା ଗ୍ରାମରେ ପ୍ରଥମ ଥର ପାଇଁ “ସାଲିହା ଗଡ଼ କ୍ରାନ୍ତି ଦିବସ- ୨୦୨୫” ମହାସମାରୋହରେ ପାଳନ କରାଯିବ l ଏହି ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଜିଲ୍ଲାପାଳ ଉପସ୍ଥିତ ସଭ୍ୟ ଓ ଆମନ୍ତ୍ରିତ ସଭ୍ୟଙ୍କୁ ସ୍ଵାଗତ କରି ଦିବସ ପାଳନର ଉଦ୍ଦେଶ୍ୟ ସମ୍ବନ୍ଧରେ ଅବଗତ କରିଥିଲେ । ଆସନ୍ତା ୩୦.୦୯. ତାରିଖ ଦିନ ସାଲିହା ସ୍ମୃତି ସ୍ଥମ୍ଭ ପ୍ରାଙ୍ଗଣରେ “ସାଲିହା ଗଡ଼ କ୍ରାନ୍ତି ଦିବସ- ୨୦୨୫” ପାଳନ କରାଯିବ । ଏହି ଉତ୍ସବରେ ସାଲିହା ଗଡ଼ର ସ୍ଵାଧୀନତା ସଂଗ୍ରାମୀଙ୍କ ପରିବାର ବର୍ଗଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ । ଏହି ଉତ୍ସବ ନିମନ୍ତେ ପର୍ଯ୍ୟଟନ ବିଭାଗ, ଓଡ଼ିଶା ସରକାର ସହଯୋଗ ଯୋଗାଇବେ l ଏଥିରେ ମଞ୍ଚ ସଜ୍ଜା, କାର୍ଯ୍ୟକ୍ରମ ପରିଚାଳନା, ସ୍ଵାଧୀନତା ସଂଗ୍ରାମୀଙ୍କ ପରିବାର ବର୍ଗଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ ଇତ୍ୟାଦି କରାଯିବ । ଏଥିପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ନୂଆପଡ଼ା, ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ସରପଞ୍ଚ, ସାଲିହା ଗ୍ରାମ ପଞ୍ଚାୟତ, ଶ୍ରୀ ହୋମ୍ ସିଂ ମାଝୀ ଶ୍ରୀ ଗୋବର୍ଦ୍ଧନ ସାହୁ ,ଶ୍ରୀ ମହେଶ ସାହୁ ,ଶ୍ରୀ ଚନ୍ଦ୍ର ଶେଖର ସାହୁ ଶ୍ରୀ ରୂପଧର ସାହୁ ପ୍ରମୁଖ ସଭ୍ୟ ଅଛନ୍ତି l ପର୍ଯ୍ୟଟନ ଅଧିକାରୀ କମିଟିର ସଭ୍ୟ ତଥା ଆବାହକ ରହିବେ l ଏହି ଉପଲକ୍ଷେ ବିଦ୍ୟାଳୟ ଛାତ୍ର/ଛାତ୍ରୀ ମାନଙ୍କ ମଧ୍ୟରେ ସାଲିହା ଗଡ଼ ବିଷୟରେ ବିଭିନ୍ନ ପ୍ରବନ୍ଧ, ଚିତ୍ରାଙ୍କନ ଓ ପ୍ରଶ୍ନମଞ୍ଚ ପ୍ରତିଯୋଗିତା ତା୨୯. ଦିନ ଆୟୋଜନ କରାଯିବ । ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଏହି ଉତ୍ସବରେ ସମ୍ମାନିତ କରାଯିବ । ଏହି ଉତ୍ସବ ପାଳନ ଅବସରରେ “ସାଲିହା ଗଡ଼” ଶୀର୍ଷକ ଆଧାରିତ ଏକ ଆଲୋଚନା ଚକ୍ରଆୟୋଜନ କରାଯିବ । "ସାଲିହା ଗଡ଼”ର ପର୍ଯ୍ୟଟନ ଭିତ୍ତି ଭୂମିର ଉନ୍ନୟନ ନିମନ୍ତେ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (DPR) ଓ ବ୍ୟୟ ଅଟକଳ ଉପରୋକ୍ତ ପାଳନ କମିଟିର ମତାମତ କ୍ରମେ ପ୍ରସ୍ତୁତ କରାଯିବ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜନ ସାଧାରଣ ଅଂଶ ଗ୍ରହଣ କରି ବୀର ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ନୂଆପଡାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ