ସାମାଜିକ ବୈଠକରେ ରଣେଶ୍ଵର ରାମଚଣ୍ଡିଙ୍କ ନାମରେ ଜମିଦାନ କଲେ ଧନସିଂ

Oct 17, 2023 - 11:58
 0  61
ସାମାଜିକ ବୈଠକରେ ରଣେଶ୍ଵର ରାମଚଣ୍ଡିଙ୍କ ନାମରେ ଜମିଦାନ କଲେ ଧନସିଂ

ନୂଆପଡ଼ା: ନୁଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ କୁଲୁତା ସମାଜ କୋମନା କେନ୍ଦ୍ରର ବଞ୍ଜାରି ଅଞ୍ଚଳ କୁଲୁତା ସମାଜ ର ଗୋହିରାପଦର ବାସିନ୍ଦା ଧନସିଂ ପ୍ରଧାନଙ୍କ ଆହ୍ୱାନକ୍ରମେ ବାଞ୍ଜି ବାହାଲ ଛକଠାରେ ଏକ ସାମାଜିକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଅଞ୍ଚଳର କୁଲୁତା ସମାଜର ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ତତ୍ ସଙ୍ଗେସଙ୍ଗେ ସମାଜ ର କୋମନା କେନ୍ଦ୍ରର ସଭାପତି ତଥା ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ବୈରାଜ ସାହୁ ଙ୍କୁ ମଧ୍ୟ ବୈଠକରେ ଯୋଗଦେବାପାଇଁ ଅନୁରୋଧ କରିଥିଲେ। ଶ୍ରୀ ସାହୁ ସମୟ ବାହାର କରି ଉକ୍ତ ବୈଠକରେ ଯୋଗଦାନ କରିଥିଲେ।ଏହି ବୈଠକରେ ଗୋହିରାପଦର ବାସିନ୍ଦା ଶ୍ରୀ ଧନସିଂ ପ୍ରଧାନ ଆମକୁଲୁତା ସମାଜକୁ ରଣେଶ୍ଵର ରାମଚଣ୍ଡି ନାମରେ ନିଜ ସ୍ତ୍ରୀ ନେପୁର ପ୍ରଧାନ ଙ୍କ ନାମରେ ଥିବା ୪ ଡିସିମିଲ ଜମିକୁ ଦାନ କରିବାପାଇଁ ବୈଠକରେ ଶ୍ରୀ ପ୍ରଧାନ ଓ ତାଙ୍କ ଧର୍ମପତ୍ନି ନେପୁରପ୍ରଧାନ ଉଭୟ ମତବ୍ୟକ୍ତ କରି ଖୁସି ଅନୁଭବ କରିଥିଲେ।ଏହି ବୈଠକରେ ସୁବାସ ପ୍ରଧାନ, ଧନୁ ପ୍ରଧାନ, ଛବି ଲୋଚନ ସାହୁ, ଘାସିଁ ରାମଭୋଇ, ବିରବଲ ପ୍ରଧାନ, ନବିନ ପ୍ରଧାନ, ନବଘନ ପ୍ରଧାନ, ବୁନ୍ଦାବନ ପ୍ରଧାନ ଓ ଅନ୍ୟାନ୍ୟ ମାନେ ଉପସ୍ଥିତ ଥିଲେ। ରଣେଶ୍ଵର ରାମଚଣ୍ଡିକୁ ଜମି ଦାନ କରିବାପାଇଁ ଆଗେଇ ଆସିବା ଭଳି ମହତ କାମକୁ ସମସ୍ତେ ପ୍ରଶଂସା କରିଥିଲେ।

ନୂଆପଡାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ