ସାପ କାମୁଡା ଓ ବଜ୍ରପାତ ସଚେତନତା ତଥା ପ୍ରାଥମିକ ଚିକିତ୍ସା କୌଶଳ ତାଲିମ କାର୍ଯ୍ୟକ୍ରମ

Sep 19, 2025 - 20:19
 0  32
ସାପ କାମୁଡା ଓ ବଜ୍ରପାତ  ସଚେତନତା ତଥା ପ୍ରାଥମିକ ଚିକିତ୍ସା କୌଶଳ ତାଲିମ କାର୍ଯ୍ୟକ୍ରମ

ଅଦ୍ୟ ଟା 18.9.2025 ରିଖ କେନ୍ଦ୍ରୀୟ ବିଦ୍ୟାଳୟ ମୂର୍ଗାବାଡି ସଭା କକ୍ଷ୍ୟରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଭୁବନେଶ୍ୱର ଓ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ମୟୁରଭଞ୍ଜ ସହାୟତାରେ ଓ ଜିଲ୍ଲା ଶିକ୍ଷା ବିଭାଗ ମୟୁରଭଞ୍ଜ ଦ୍ୱାରା “ସାପ କାମୁଡା ଜନିତ ମୃତ୍ୟୁ ନିରାକରଣ ଓ ବିଜୁଳୀ ଘଡ଼ଘଡ଼ି ସଚେତନତା କାର୍ଯ୍ୟକ୍ରମ” ତଥା ପ୍ରାଥମିକ ଚିକିତ୍ସା ସହାୟତା ଓ ଜୀବନ ବଞ୍ଚାଇବା କୌଶଳ ତାଲିମ ବିଦ୍ୟାଳୟର ପ୍ରିନ୍ସିପାଲ ଶ୍ରୀ ଅକ୍ଷୟ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଏହି ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଜରୁୀକାଳୀନ ବିଭାଗର ଡ଼ିପିଓ ଶ୍ରୀ ଜଗବନ୍ଧୁ ମହାନ୍ତି, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷା ବିଭାଗର ବିଜ୍ଞାନ ପ୍ରକଳ୍ପ ଅଧିକାରୀ ଶ୍ରୀ ଜ୍ଞାନରଞ୍ଜନ ଆଚାର୍ଯ୍ୟ ତଥା ଓଡ୍ରାଫ ଟିମ ପଞ୍ଚମ ଦୂର୍ଗ ର ମାଷ୍ଟର ଟ୍ରେନର ଅରୁଣ କୁମାର ମହାନ୍ତ ସହିତ ପଦ୍ମଲୋଚନ ଏବଂ ଓସଡମାର କମ୍ୟୁନିଟୀ ମାଷ୍ଟର ଟ୍ରେନର ଜୁୂଲିମଣି ବେହେରା ଓ କବିତା ଘଡେ଼ଇ ଯୋଗଦେଇଥିଲେ। ପ୍ରାରମ୍ଭରେ ପ୍ରିନ୍ସିପାଲ ଶ୍ରୀ ମଲ୍ଲିକ ଆଜିର ସଚେତନତା କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ଡିପିଓ ଶ୍ରୀ ମହାନ୍ତି ବିଦ୍ୟାଳୟ ଓ ଘରେ କଣ ସବୁ ଜରୁରୀକାଳୀନ ପ୍ରସ୍ତୁତି କରିବାକୁ ହେବ, ବିପର୍ଯ୍ୟୟ ସମୟରେ କେଉଁ ସବୁ ନିୟମ ପାଳନ କରିବାକୁ ହେବ ଓ ତତ୍ ସହିତ ବଜ୍ରପାତ, ସାପ କାମୁଡା ସମୟରେ କଣ ସବୁ କରିବା ଓ କଣ ସବୁ ନକରିବା ଉଚିତ ତାହା ବୁଝାଇ ଥିଲେ। ସାପ କାମୁଡ଼ିଲେ ସମୟ ନଷ୍ଟ ନକରି ତୁରନ୍ତ ଏଏସଭି ମହଜୁଦ ଥିବା ଗୋଷ୍ଠୀ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବାକୁ ପରାମର୍ଶ ଦେଇଥିଲେ।ବିଜ୍ଞାନ ପ୍ରକଳ୍ପ ଅଧିକାରୀ ଶ୍ରୀ ଆଚାର୍ଯ୍ୟ ବିଦ୍ୟାଳୟ ନିରାପତ୍ତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିବାବେଳେ ଓଡ୍ରାଫ ର ମାଷ୍ଟର ଟ୍ରେନର ଶ୍ରୀ ମହାନ୍ତ ଓ ପଦ୍ମଲୋଚନ ଫାର୍ଷ୍ଟ ଏଡ୍ ସହିତ ସିପିଆର ଉପରେ ତାଲିମ ଦେଇଥିଲେ। ସେଇପରି ଓସଡମାର କମ୍ୟୁନିଟୀ ମାଷ୍ଟର ଟ୍ରେନର ଦ୍ବୟ ବିଭିନ୍ନ ପ୍ରକାରର ବ୍ୟାଣ୍ଡେଜର ବ୍ୟବହାର ଉପରେ ତାଲିମ ପ୍ରଦାନ କରିଥଲେ। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଶେଷରେ ଅଧ୍ୟକ୍ଷ ଶ୍ରୀ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ