।। ସାପ କାମୁଡ଼ାରେ ୧୬ ବର୍ଷର ନାବାଳକ ମୃତ ।।

Jul 8, 2024 - 18:59
 0  7
।। ସାପ କାମୁଡ଼ାରେ ୧୬ ବର୍ଷର ନାବାଳକ ମୃତ ।।

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ପାଟଣା ଥାନା ବ୍ଲକ ବଡ ପାଟଣା ପଞ୍ଚାୟତ ଅନ୍ତର୍ଗତ ପୁଟୁଳିଆ ଗ୍ରାମର ୧୬ ବର୍ଷର ନାବାଳକଙ୍କର ଆଜି ସାପ କାମୁଡ଼ାରେ ମୃତ୍ୟୁ ହୋଇଛି।‌ ସୂଚନା ଅନୁଯାୟୀ ପୁଟୁଳିଆ ଗ୍ରାମର ଦାଶରଥି ପାତ୍ରଙ୍କ ପୁଅ ପଦ୍ମଲୋଚନ ପାତ୍ର(୧୬)ବର୍ଷ ରାତିରେ ଘର ଛାତ ଉପରେ ଶୋଇଥିବା ସମୟରେ ତାଙ୍କୁ ଏକ ବିଷଧର ସାପ କାମୁଡି ଥିଲା। କିଛି ସମୟ ପରେ ପରିବାର ଲୋକେ ଜାଣି ପାରି ତାଙ୍କୁ ଗୁରୁତର ଅବସ୍ଥାରେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଡାକ୍ତର ମୃତ ଘୋଷଣା କଲା ପରେ ମଧ୍ୟ ପୁଅ ବଞ୍ଚିବା ଆଶାରେ ତାଙ୍କ ପରିବାର ଲୋକ ଗୁଣିଆ ଡାକି ମେଡିକାଲ ରେ ଛଡାଫୁଙ୍କା କଲା ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଏନେଇ ପାଟଣା ଥାନାରେ‌‌ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ପୁଲିସ୍ ଶବକୁ ଜବତ କରି ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି ।

କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ