।। ସରସ୍ଵତୀ ଶିଶୁ ମନ୍ଦିର ରେ ରୌପ୍ୟ ଜୟନ୍ତୀ ପାଳିତ ।।

Feb 18, 2024 - 16:05
 0  71
।। ସରସ୍ଵତୀ ଶିଶୁ ମନ୍ଦିର ରେ ରୌପ୍ୟ ଜୟନ୍ତୀ ପାଳିତ ।।

ଲକ୍ଷ୍ମୀପୁର ୧୭/୦୨ ୧୯୯୮ ମସିହା ଅଗଷ୍ଟ ମାସ ୧୫ ତାରିଖ ଦିନ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଠାରେ ଶିଶୁ ମନ୍ଦିର ସ୍ଥାପନ ହୋଇଥିଲା।କୁନି କୁନି ଛାତ୍ର ଛାତ୍ରୀଙ୍କୁ ଉଚିତ୍ ଶିକ୍ଷା ପ୍ରଦାନ କରିବା ଦିଗରେ ଏଇ ଶିଶୁ ମନ୍ଦିର ଆଜି ୨୫ ବର୍ଷର ସଂଘର୍ଷ ପରେ ଏକ ବିଶାଳ କାୟ ଅନୁଷ୍ଠାନରେ ପରିଣତ ହୋଇଛି।ଶହ ଶହ ଛାତ୍ର ଛାତ୍ରୀ ଏଇ ଶିକ୍ଷାନୁଷ୍ଠାନରେ ଉଚିତ୍ ଶିକ୍ଷା ଗ୍ରହଣ କରି ବଡ ବଡ ପଦବୀରେ ଯୋଗ ଦେଇ ଆଜି ଶିଶୁ ମନ୍ଦିର ର ଟେକ ରଖିଛନ୍ତି।ସେଇ ସରସ୍ଵତୀ ଶିଶୁ ମନ୍ଦିର ଆଜି ୨୫ ବର୍ଷରେ ପଦାର୍ପଣ କରିଛି।ଏହି ଅବସରରେ ଲକ୍ଷ୍ମୀପୁର ଶିଶୁ ମନ୍ଦିର ଠାରେ ଦୁଇ ଦିନ ଧରି ରୌପ୍ୟ ଜୟନ୍ତୀ ଉତ୍ସବ ମହା ସମାରୋହରେ ପାଳନ ହୋଇ ଜାଇଛି।ଶିଶୁ ମନ୍ଦିରର ସଭାପତି ଭି.ନାଗାରାଜୁ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ସକାଳୁ ସକାଳୁ ମହିଳା ମାନଙ୍କ ଦ୍ଵାରା ସ୍ଥାନୀୟ ଘୋଡ଼ାବନ୍ଧରୁ ଏକ କଳସ ଯାତ୍ରା ବାହାରି ଥିଲା।ଦୁଇଦିନ ଧରି ଅନୁଷ୍ଠିତ ଏହି ଉତ୍ସବର ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୁରେଶ୍ୱର ଭୋଇ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ତହସିଲଦାର ନୈବେଦ୍ୟ ଭୋଇ ଓ ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ଶତାବ୍ଦୀ ବିସ୍ତାରକ ପ୍ରଭାତ କୁମାର ମହାପାତ୍ର ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।କୁନି କୁନି ପିଲା ମାନଙ୍କ ଦ୍ଵାରା ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା ବେଳେ ବହୁ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା।ଅନୁଷ୍ଠାନର ଚଳିତ ଶିକ୍ଷା ବର୍ଷ ଓ ବାର୍ଷିକ କ୍ରୀଡାରେ କୃତି ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ପୂର୍ବତନ ପରିଚାଳନା କମିଟି ସଦସ୍ୟ ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।ଏଥି ସହ ପୂର୍ବତନ ପରିଚାଳନା କମିଟି ସଦସ୍ୟ ସ୍ୱର୍ଗତଃ ଡ.ପ୍ରକାଶ ସେନାପତିଙ୍କୁ ମନେ ପକାଇ ଭାବ ବିହୁଳ ହୋଇ ପଡ଼ିଥିଲେ ସମସ୍ତେ।ପରେ ତାଙ୍କ ଧର୍ମ ପତ୍ନୀଙ୍କ ଜରିଆରେ ସ୍ୱର୍ଗତଃ ସେନାପତିଙ୍କୁ ସମ୍ମାନିତ କରାଯାଇଥିଲା।ସେହିପରି କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ଲକ୍ଷ୍ମୀପୁର ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୂଳଶିକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କୋରାପୁଟ ପୂର୍ବତନ ସାଂସଦ ଝିନ୍ନ ହିକକା ଯୋଗ ଦେଇଥିଲେ। ଶ୍ରୀଯୁକ୍ତ କୁଲେଶିକା ଶିକ୍ଷାନୁଷ୍ଠାନ ପାଇଁ ତାଙ୍କର ଦୁର୍ବଳତା ଥିବା ଦର୍ଶାଇ ଶିଶୁ ମନ୍ଦିରର ଉନ୍ନତି ଦିଗରେ ଏକ ଲକ୍ଷ ଟଙ୍କାର ଚ୍ୟାକ୍ ପ୍ରଦାନ କରିଥିଲେ।ମଞ୍ଚାସୀନ ଅତିଥି ମାନଙ୍କ ଅଭିଭାଷଣ ସରିବା ପରେ ଛାତ୍ର ଛାତ୍ରୀ ମାନେ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ସମ୍ପାଦକ ଏକଲବ୍ୟ ଚୌଧୁରୀ,ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପାଣିଗ୍ରାହୀ ଙ୍କ ସମେତ ପରିଚାଳନା ସମିତିର ସମସ୍ତ ସଦସ୍ୟ,ସମସ୍ତ ଗୁରୁଜୀ ଗୁରୁମା,ପୂର୍ବତନ ପରିଚାଳନା ସମିତିର ସମସ୍ତ ସଦସ୍ୟ ସଦସ୍ୟା, ପୂର୍ବ ଆଚାର୍ଯ୍ୟ ଆଚାର୍ଯ୍ୟା,ପୂର୍ବ ଛାତ୍ର ଛାତ୍ରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ।ଦୁଇଦିନ ଧରି ଅବିଭାବକ ଓ ଅଭିଭାବିକା ମାନଙ୍କ ପ୍ରବଳ ଗହଳି ଲାଗି ରହିଥିଲା।

ଲକ୍ଷ୍ମୀପୁର ରୁ ପ୍ରମୋଦ ଜେନାଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 3
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ