।। ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ:ମାତୃ କର୍ମଶାଳା ।।

Oct 1, 2024 - 15:33
 0  6
।। ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ:ମାତୃ କର୍ମଶାଳା ।।

ଅଦ୍ୟ ତା ୨୯-୯-୨୪ରିଖ ରବିବାର ଦିନ ୧୦-ଘଟିକା ସମୟରେ ତୁଳସୀ ଚଉରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କର୍ମଶାଳାରେ ମୁଖ୍ୟ ଅତିଥି ଭାବରେ ଶ୍ରୀରାମ ଚନ୍ଦ୍ର ଭଞ୍ଜ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ଼ଃ ଗାର୍ଗୀ ମହାନ୍ତି ଦୀପ ପ୍ରଜ୍ଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଶିଶୁ ଶିକ୍ଷା କ୍ଷେତ୍ରରେ ମାଆମାନଙ୍କ ଭୂମିକା ବିଷୟରେ ଆଲୋକପାତ କରିଥିଲେ । ସହ ପ୍ରଧାନ ଆଚାର୍ଯ୍ୟ ଛତିଶ ଚନ୍ଦ୍ର ମହାନ୍ତ ସ୍ୱାଗତ ଭାଷଣ ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ଶିଶୁ ବିଦ୍ୟା ମନ୍ଦିରର ଆଚାର୍ଯ୍ୟା ଅନସୂୟା ସିଂହ ହିନ୍ଦୁ ଗୃହ ସଙ୍କଳ୍ପନା ପ୍ରସଙ୍ଗରେ ଆଲୋଚନା କରିଥିଲେ। ଶିଶୁ ବାଟିକା ପ୍ରମୁଖ ବିଷ୍ଣୁ ଚରଣ ମହାନ୍ତ ଶିଶୁଶିକ୍ଷାର ସ୍ୱରୂପ ଓ ଶିଶୁ ବାଟିକାର ବ୍ୟବସ୍ଥା ବିଷୟରେ ଆଲୋଚନା କରିଥିଲେ। ସଭାପତି ଶ୍ରୀଯୁକ୍ତ ଗଙ୍ଗାଧର ବେହେରା ସମସ୍ତଙ୍କୁ ଆଶିର୍ବଚନ ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିଶୁ ବାଟିକା ବିଭାଗର ୫୨ଜଣ ମାଆ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଶିଶୁ ବାଟିକାର ଆଚାର୍ଯ୍ୟା ଅପର୍ଣ୍ଣା ସାହୁ, ସବିତା ଘୋଷ, ଶକୁନ୍ତଳା ଆଚାର୍ଯ୍ୟ, ଦୀପ୍ତିପ୍ରଭା କୁଅଁରବାବୁ, ମାଣିକେଶ୍ଵରୀ କୁଅଁର ଶିଶୁ ବାଟିକାର ବିଜ୍ଞାନ ପ୍ରୟୋଗଶାଳା, ଚିତ୍ର ପ୍ରଦର୍ଶନୀ, ପୁସ୍ତକାଳୟ, କାର୍ଯ୍ୟଶାଳା , କ୍ରୀଡ଼ାଙ୍ଗନ, ସନ୍ତରଣ କୁଣ୍ଡ, ରଙ୍ଗମଞ୍ଚ ଓ ଯୋଗର କାଳାଶରେ ପୂର୍ଣ୍ଣ ସହଯୋଗ କରିଥିଲେ। ମାଆମାନେ ସ୍ୱୟଂ ପ୍ରତ୍ୟକ୍ଷ ଅଂଶ ଗ୍ରହଣ କରିଥିବାରୁ ଅତ୍ୟନ୍ତ ଆନନ୍ଦିତ ହୋଇଥିଲେ l ଅପରାହ୍ନ ୪ଘଟିକାରେ ସମାରୋପ କରିଥିଲେ। ଆଚାର୍ଯ୍ୟ ଡ଼ାକ୍ତର ମହାନ୍ତ ସମସ୍ତ ବ୍ୟବସ୍ଥାର ସୁପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ l

 ବାରିପଦାରୁ -ଗୌର ଦାସଗିରି

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ