ସରଗଡାକୁ ଫାଣ୍ଡି କିମ୍ବା ଥାନା ହୋଇପାରିଲା ନାହିଁ / ଜିଲ୍ଲାପାଳ ଙ୍କ ପ୍ରତିଶୃତି ପାଣିର ଗାର

Dec 7, 2025 - 20:47
 0  32
ସରଗଡାକୁ ଫାଣ୍ଡି କିମ୍ବା ଥାନା ହୋଇପାରିଲା ନାହିଁ / ଜିଲ୍ଲାପାଳ ଙ୍କ ପ୍ରତିଶୃତି ପାଣିର ଗାର

ରାଇରଙ୍ଗପୁର ୭/୧୨(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା)କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ପାଇଁ ଆଇନଶୃଙ୍ଖଳା ପରିସ୍ଥିତିକୁ ଆଖି ଆଗରେ ରଖି ଗାଁ ରେ ବିଭିନ୍ନ ସ୍ଥାନରେ ଅପରାଧିକ କାର୍ଯ୍ୟକଳାପ ତଥା ଅନ୍ୟାନ୍ୟ ବିଷୟରେ ଦୃଷ୍ଟି ରଖିବା ପାଇଁ ମୟୁରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକର ସରଗଡା ଠାରେ ନୂତନ ଥାନା କରାଯାଉ l ପାଖରେ ଥାନା ନଥିବା ଯୋଗୁ ଚୋର, ଡକାୟତଙ୍କୁ ଧରିବା ପୋଲିସ ପକ୍ଷେ କଷ୍ଟସାଧ୍ୟ ହେଉଛି। ଲୁଟ୍‌ କରି ଆଖି ପିଛୁଳାକେ ଲୁଟେରାମାନେ ଫେରାର ହୋଇଯାଉଛନ୍ତି। ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ବି ଲୁଟେରାଙ୍କ ଟେର ପାଉନାହିଁ। ବିଜାତଳା ବ୍ଲକ ର ଲୁହାଶିଳା, ମାଣିକପୁର, ମଢେଇକଚା, ସରଗଡା ଏବଂ ଚଢେଇ ପାହାଡି ଏହି ସବୁ ପଂଚାୟତ ଗୋରୁମାହିଷାଣି ଥାନା ଉପରେ ନିର୍ଭର କରିଥାନ୍ତି l କୌଣସି କାମ ପଡିଲେ ଯିବା ଆସିବା ପାଇଁ ବହୁଦୂର ହୋଇଥାଏ l ସୂଚନା ଥାଉକି ଯେ ଗୋରୁମହିଷାଣୀ ଥାନା ଅଞ୍ଚଳର ବିଜାତଳା ବ୍ଳକର ମାଣିକପୁର ପଞ୍ଚାୟତରେ ଗତ ସେପ୍ଟେମ୍ବର ମାସ ରେ ରାତିରେ ଦୁବୃର୍ତ୍ତ ମାନେ କଳାକନା ବୁଲାଇ ଥିଲେ । ଅଫିସ ଭିତରେ ଇନଭର୍ଟର,ସୋଲାର ବେଟେରୀ, କମ୍ପ୍ୟୁଟର ,ଏଲସିଡି,ଛୋଟ ବେଟେରୀ ଇତ୍ଯାଦି ଲୁଟ କରି ନେଇଯାଇଥିଲେ l ସେମିତି ଲୁହଶିଳା ପଂଚାୟତ ବଳରାମପୁର ଏବଂ ଦଲକି ରେ ମଧ୍ୟ ଚୋରି ହୋଇ ଥିଲା l ଅଂଚଳ ରେ ଛୋଟ ବଡ଼ ଚୋରି ହେଉଛି l ରାମଦୋଳି ଯୁବକ ସଂଘ ଏବଂ ଅଂଚଳ ବାସୀ ସରଗଡା ଠାରେ ନୂତନ ଥାନା ହେଉ ବୋଲି ବାରମ୍ବାର ଦାବି କରୁଛନ୍ତି lରାମଦୋଳି ଯୁବକ ସଂଘ ର ପ୍ରତିଷ୍ଠାତା ସୁରେନ୍ଦ୍ର ମୁଣ୍ଡା କହିଛନ୍ତି ସରଗଡା ଠାରେ ଥାନା କିମ୍ବା ଫାଣ୍ଡି ନ ହେଲେ ରାଜରାସ୍ତା ବନ୍ଦ କରିବେ ବୋଲି ଚେତାବନି ଦେଇଛନ୍ତି l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ