।। ସରକାରୀ ବସ୍ ଭିତରେ ଫୁଟିଲା ଗୁଳି:କୋରାପୁଟ ବୈପାରି ଗୁଡ଼ା।।

ଚଳନ୍ତା ବସ୍ ଭିତରୁ ଗୁଳି ଫୁଟିବା ଶଦ୍ଦ। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଠାରୁ ମାତ୍ର ସହେ ମିଟର ଦୂରରେ ଚଳନ୍ତା ବସ୍ ଭିତରେ ଫୁଟିଲା ଗୁଳି । ସୂଚନା ଅନୁଯାୟୀ ବାଲିମେଳା ଠାରୁ ବ୍ରହ୍ମପୁର ଯାଉଥିବା ଏକ ସରକାରୀ ବସ୍ ଭିତରୁ ଗୁଳି ଫୁଟିବାର ଶଦ୍ଦ ଶୁଭିଥିଲା । ଯାହା ଫଳରେକି ଜଣେ ଆହତ ହେବାର ଖବର ରହିଥିବା ବେଳେ ବସ୍ ର କାଚ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ତେବେ କିଏ ଓ କାହିଁକି ଏହି ପରି ଘଟଣା ଘଟେଇଛି ତାହା ଏ ପର୍ଯ୍ୟନ୍ତ ଜଣା ପଡିନଥିବା ସୂଚନା ରହିଛି । ବସ୍ ଭିତରେ କେବଳ ଦଶ ଜଣ ଯାତ୍ରୀ ସମେତ ଡ୍ରାଇଭର ଓ କଣ୍ଡକ୍ଟର ରହିଥିଲେ । ଗୁଳି ଫୁଟିବା ଶଦ୍ଦ ହେବା ପରେ ଡ୍ରାଇଭର ଓ କଣ୍ଡକ୍ଟର ବୈପାରିଗୁଡ଼ା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଘଟଣା ପରେ ବୈପାରିଗୁଡ଼ା ପୋଲିସ୍ ବସଟିକୁ ଅଟକ ରଖିଥିବା ସହ ଜୟପୁର SDPO ଘଟଣସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣା ପଡ଼ିଛି ।
ବୈପାରିଗୁଡ଼ା ରୁ ଗୋମତି ପାଙ୍ଗି ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






