।। ସମସ୍ୟା ଘେରରେ କାଠଘରା ଆବାସିକ ବିଦ୍ୟାଳୟ,ଶିକ୍ଷକ ଅନୁପସ୍ଥିତ:ସ୍କୁଲ ଛାଡ଼ି ଘରମୁହାଁ ହେଉଛନ୍ତି ଛାତ୍ରଛାତ୍ରୀ ।।

Mar 20, 2024 - 18:21
 0  40
।। ସମସ୍ୟା ଘେରରେ କାଠଘରା ଆବାସିକ ବିଦ୍ୟାଳୟ,ଶିକ୍ଷକ ଅନୁପସ୍ଥିତ:ସ୍କୁଲ ଛାଡ଼ି ଘରମୁହାଁ ହେଉଛନ୍ତି ଛାତ୍ରଛାତ୍ରୀ  ।।

ସରକାର ଆଦିବାସୀ ପଛୁଆ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରୁଛନ୍ତି। କିନ୍ତୁ ଏହାର ସଠିକ ବିନିଯୋଗ ଓ ବିଭାଗୀୟ ଅଧିକାରୀଙ୍କ କର୍ତ୍ତବ୍ୟରେ ଅବହେଳା ଓ ଉଚିତ ତଦାରଖର ଅଭାବ ଯୋଗୁଁ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ଛାଡି ଘରକୁ ଚାଲି ଯାଉଛନ୍ତି ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ । ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ଗୁଣପୁର ଗ୍ରାମପଞ୍ଚାୟତର କାଠଘରା ଆବାସିକ ବିଦ୍ୟାଳୟରେ ଏଭଳି ସମସ୍ୟା ଦେଖା ଦେଇଥିବା ଘଟଣା ସାମନାକୁ ଆସିଛି। ଘଟଣାରୁ ଜଣାପଡେ ଯେ, ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ନିୟମିତ ଅନୁପସ୍ଥିତ ରହୁଥିବା ଓ ମେସ୍ ପରିଚାଳନା ସୁଚାରୁ ରୁପେ ହେଉ ନଥିବା କାରଣରୁ ବିଦ୍ୟାଳୟରେ ସବୁବେଳେ ଅଶାନ୍ତିର ବାତାବରଣ ଲାଗି ରହିଛି। ଯଦ୍ବାରା ଛାତ୍ରଛାତ୍ରୀ ଙ୍କ ପଢାପଢିରେ ବ୍ୟାଘାତ ସ୍ତୃଷ୍ଟି ହେଉଛି । ଛାତ୍ରଛାତ୍ରୀ ମାନେ ଏଥିପାଇଁ ବିଦ୍ୟାଳୟ ଛାଡି ଘରକୁ ଚାଲି ଯାଉଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ବିଦ୍ୟାଳୟ ମାନଙ୍କରେ ପରୀକ୍ଷା ସବୁ ଚାଲିଛି ତଥାପି ଏଭଳି ସମସ୍ୟା ଲାଗି ରହିବା ବିଡ଼ମ୍ବନାର ବିଷୟ ।‌ କୌଣସି ଛୁଟିଦିନ ନ ଥିବା ସତ୍ତ୍ଵେ ପିଲାମାନେ ଘରକୁ ଚାଲି ଯିବା ଘଟଣା ଅଭିଭାବକ ମହଲରେ କ୍ଷୋଭ ପ୍ରକାଶ ପାଇଛି। ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ଛାତ୍ରଛାତ୍ରୀ ଓ ଅଭିଭାବକ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସତର୍କ କରାଇ ଦେଇଛନ୍ତି।

 ଥୁଆ ମୂଲ ରାମପୁର ବ୍ଲକ ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ୍ କରା ପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ