ସଦ୍ଭାବନା ସମିତିର ୪୭ତମ ମାନବ ଧର୍ମ ସମ୍ମିଳନୀ ବାର୍ଷିକୋତ୍ସବ -ଜିଲ୍ଲାର ଶ୍ରେଷ୍ଠ ୪ସେବକଙ୍କୁ ସେବାଶ୍ରୀ ଉପାଧି ଓ ସର୍ବଧର୍ମ ସଞ୍ଚାଳକ ବର୍ଗଙ୍କୁ ଭବ୍ୟ ଅଭ୍ୟର୍ଥନା
ବାରିପଦା,(୧/୦୪): ୧୯୮୦ ମସିହା ଠାରୁ ଦେଶରେ ନିଆରା ଗଠିତ ବାରିପଦା ସଦ୍ଭାବନା ସମିତି ତାର ପ୍ରତିଷ୍ଠା ଦିବସ ଅପ୍ରେଲ ୧ ଉତ୍କଳ ଦିବସରେ ୪୭ତମ ମାନବ ଧର୍ମ ସମ୍ମିଳନୀ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସଦଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉତ୍ସବରେ ଓଡିଶାରେ ମାନବ ଧର୍ମର ତଥା ବାରିପଦା ସଦ୍ଭାବନା ସମିତିର ପ୍ରତିଷ୍ଠାତା ପୂର୍ଣ୍ଣଚନ୍ଦ୍ର ବୁଗୁଡେଇ ପୌରହିତ୍ୟ କରି ସଦ୍ଭାବନା ପରସ୍ପର ମଧ୍ୟରେ ସାମ୍ୟଭାବ ଏବଂ ପରସ୍ପରକୁ ସମତୁଲତାରେ, ସରସତାରେ ଯୋଡିବାକୁ ଆହ୍ବାନ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଯୋଗଦେଇ ଜାତୀୟ ସଂହତି ଥାଇ ସଦ୍ଭାବନା ସମିତିର ପ୍ରୟାସ ଅନୁସରଣୀୟ କହିଥିଲେ । ସ୍ବତନ୍ତ୍ର ଅତିଥି ଭାବେ ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ଯୋଗଦେଇ ସନ୍ଥ ଭକ୍ତି ଆମୋଘ ସାଧନା ହେଲେ ସମାଜ ସୁଧୁରିଯିବ ବକ୍ତବ୍ୟ ରଖିଥିଲେ । ବରେଣ୍ୟ ପ୍ରବକ୍ତା ଭାବେ ବେଦ ବିଶାରଦ ଆଚାର୍ଯ୍ୟ ଦେବ ବିଜୟଜୀ ଧର୍ମ ଏବଂ ଆଧ୍ୟାତ୍ମିକତା ଭିତରେ ଅନ୍ତର ଯେ ବୁଝେ ସେ ଅତିମାନବ ଓ ମନୁଷ୍ୟକୁ ଉପାସ୍ୟ ଦେବତା ମାନବ ସେବା ହିଁ ମାନବ ସେବାର ଯେ ମର୍ମ ବୁଝେ ସେ ପୂଜାପଶାରେ ବିଳାସିତାକୁ ଆପଣେଇ ନଥାଏ ବୋଲି ବକ୍ତବ୍ୟ ରଖିଥିଲେ । ପୂର୍ବ ବର୍ଷ ଭଳି ଚଳିତ ଥର ଜିଲ୍ଲାର ଶ୍ରେଷ୍ଠ ପୁଲିସ କନେଷ୍ଟବଳ ଭାବେ ପରମାନନ୍ଦ ମହାନ୍ତ, ଶ୍ରେଷ୍ଠ ଆଗ୍ନିକ ଭାବେ ପ୍ରଭାସ କୁମାର ଜେନା, ଶ୍ରେଷ୍ଠ ନର୍ସିଂ ଅଫିସର ଭାବେ ପିଆରଏମ ମେଡିକାଲର ଦେବାଶିଷ ବେହେରା ଓ ଶ୍ରେଷ୍ଠ ସଫେଇ କର୍ମଚାରୀ ଭାବେ ବାରିପଦା ପୌରପରିଷଦର ହରେନ୍ଦ୍ର ମୁଖିଙ୍କୁ ସମ୍ବର୍ଦ୍ଧନା ସନନ୍ଦ, ସାଲ୍, ଉତ୍ତରୀୟ, ପୁଷ୍ପମାଲ୍ୟ ଦେଇ ଅତିଥିବର୍ଗ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ଜିଲ୍ଲାର ପ୍ରମୁଖ ସର୍ବଧର୍ମ ସଂସ୍ଥାନର ସଞ୍ଚାଳକ ମାନଙ୍କ ସଙ୍ଗଠନ ପ୍ରଜାପିତା, ସତ୍ସଙ୍ଗ ବିହାର ଅନୁକୂଳ ଚନ୍ଦ୍ର, ସତ୍ୟସାଇ ସଂସ୍ଥାନ, ଠାକୁର ନିଗମାନନ୍ଦ, ମୁନିସମାଜ, ବିବେକାନନ୍ଦ କେନ୍ଦ୍ର, ଚିନ୍ମୟ ମିଶନ୍, ଗାୟତ୍ରୀ ପରିବାର, ରାଧେଗୋବିନ୍ଦ ଧାମ୍, ଖାଲସା ପଦ୍ମ, ଇସ୍ଲାମ ଶାଖା, ଖ୍ରୀଷ୍ଟିୟାନ୍ ଶାଖା ପ୍ରମୁଖଙ୍କୁ ଅତିଥି ବର୍ଗ ଉତ୍ତରୀୟ, ପୁଷ୍ପମାଲ୍ୟ ଦେଇ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ । ସଭାରେ ସମିତିର କୋଷାଧ୍ୟକ୍ଷ ଅବସରପ୍ରାପ୍ତ ଅଧ୍ୟକ୍ଷ ସନ୍ଦିପ କୁମାର ଚାନ୍ଦ ସ୍ବାଗତ ଅଭିଭାଷଣ, ସଦସ୍ୟ ସାମ୍ବାଦିକ ମନୋଜ କୁମାର ପଣ୍ଡା ଅତିଥି ପରିଚୟ ଓ ସମ୍ପାଦକ ମାନସ ରଞ୍ଜନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0