।। ସଡ଼କ ଦୁର୍ଘଟଣାରେ ଦୁଇ ଆହତ ଦୁଇ ଗୁରୁତ୍ତ୍ଵର ।।

May 31, 2023 - 11:57
 0  55
।। ସଡ଼କ ଦୁର୍ଘଟଣାରେ ଦୁଇ ଆହତ ଦୁଇ ଗୁରୁତ୍ତ୍ଵର ।।

ସଡ଼କ ଦୁର୍ଘଟଣାରେ ଦୁଇ ଜଣ ବ୍ୟକ୍ତି ଗୁରୁତ୍ତ ଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି। ସୂଚନା ମୁତାବକ ବୈପାରିଗୁଡ଼ା ଥାନା ଦିଗାପୁର୍ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଦମ୍ ଗୁଡ଼ା ଗ୍ରାମର ଶୁମନ୍ ଦଣ୍ଡସେନା ଓ ବିଷ୍ଣୁ ଦଳେଇଙ୍କ ପରିବାର ପ୍ରଧନୀ ପୁଟ୍ ଗ୍ରାମର ମହେନ୍ଦ୍ର ମାଳି ଚଲଉ ଥିବା ତିନି ଚକିଆ ଅଟ ଯୋଗେ ରାମ୍ ଗିରି ନିକଟସ୍ଥ ଭାଲୁଗୁଡ଼ା ଗ୍ରାମରେ ନିଜ ସମ୍ପାର୍କିୟ ଭଉଣୀ ଘରେ ଏକୁସିଆ ଭୋଜି ଖାଇବାକୁ ଯାଇଥିଲେ । ଏବଂ ଭୋଜି ଖାଇ ସାରି ଭାଲୁଗୁଡ଼ା ଠାରୁ ନିଜ ଗାଁକୁ ଫେରୁଥିଲେ । ଫେଇବା ବାଟରେ ପୁରୁଣା ଗୁଡ଼ା ଗ୍ରାମର ଡମ୍ବୁରୁ ମାଝି କୌଣସି ଏକ କାମରେ ବୈପାରିଗୁଡ଼ା ଯିବା ପାଇଁ ସେହି ଅଟକୁ ଲିଫ୍ଟ୍ ମାଗି ଆସୁଥିଲେ।

ତେବେ ରାମ୍ ଗିରି ଠାରୁ ବୈପାରିଗୁଡ଼ା ରାସ୍ତା ଦେଇ ଆସୁଥିବା ବେଳେ ମୁଣ୍ଡାଗୁଡ଼ା ନିକଟସ୍ଥ ରାସ୍ତାରେ ଭାର ଶ୍ୟାମ ହରାଇ ଅଟଟି ଓଲଟି ପଡ଼ିଥିଲା । ଫଳରେ ଅଟରେ ଥିବା ଚାରିଜଣ ବ୍ୟକ୍ତି ଗୁରୁତ୍ତର ଆହତ ହୋଇଥିଲେ । ଖବର ପାଇ ବୈପାରିଗୁଡ଼ା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ଉଧାର କରି ପ୍ରଥମେ ବୈପାରିଗୁଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଭର୍ତି କରିଥିଲେ । ସୁମନ୍ ଓ ବିଷ୍ଣୁ ବୈପାରିଗୁଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଥିବା ବେଳେ ମହେନ୍ଦ୍ର ଓ ଡମ୍ବୁରୁ ମାଝୀ ଗୁରୁତ୍ଵ ଅବସ୍ଥା ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଦୁଇ ବ୍ୟକ୍ତିଙ୍କୁ ବୈପାରିଗୁଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ଜୟପୁର ମୁଖ୍ୟ ଚିକିତ୍ସାଳୟରେ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଅଟକୁ ଜବତ୍ କରି ତଦନ୍ତ କରୁଥିବା ପୋଲିସ୍ ପକ୍ଷରୁ ସୂଚନା ରହିଛି । ବୈପାରିଗୁଡ଼ା ରୁ ଗୋମତି ପାଙ୍ଗି ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ