ସଞ୍ଚୟ ପକ୍ଷ ଉପଲକ୍ଷେ ବରିଷ୍ଠ ନାଗରିକ ଓ ପେନସନ ଭୋଗୀ ଙ୍କ ନିମନ୍ତେ ଆର୍ଥିକ ସଚେତନତା ଶିବିର

Nov 12, 2025 - 19:12
 0  9
ସଞ୍ଚୟ ପକ୍ଷ ଉପଲକ୍ଷେ ବରିଷ୍ଠ ନାଗରିକ ଓ ପେନସନ ଭୋଗୀ ଙ୍କ ନିମନ୍ତେ ଆର୍ଥିକ ସଚେତନତା ଶିବିର

କଳାହାଣ୍ଡି ମକୁନ୍ଦ ନାଏକ :-(ଫାଷ୍ଟ ନ୍ୟୁଜ ଓଡିଶା )11/11/2025ସଞ୍ଚୟ ପକ୍ଷ ପାଳନ ଉପଲକ୍ଷେ ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ତରଫରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା ଗୃହରେ ଆଜି ବରିଷ୍ଠ ନାଗରିକ ଓ ପେନସନ ଭୋଗୀ ଙ୍କ ନିମନ୍ତେ ସହକାରୀ ନିର୍ଦ୍ଦେଶକ ଜିଲ୍ଲା ସ୍ଵଳ୍ପ ସଞ୍ଚୟ ଓ ଆର୍ଥିକ ସେବା ବିବେକାନନ୍ଦ ମହାନନ୍ଦଙ୍କ ଅଧ୍ୟକ୍ଷତାରେ ଆର୍ଥିକ ସାକ୍ଷରତା ଓ ସାଇବର ଅପରାଧ ସମ୍ପର୍କରେ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା କୋଷାଗାର ଅଧିକାରୀ ପ୍ରଦୀପ କୁମାର ମଲିକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ,ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢି, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପ ସିଂ ରାଉତ, ଜିଲ୍ଲା ଯୁବ ଅଧିକାରୀ ନେହେରୁ ଯୁବ କେନ୍ଦ୍ର ପ୍ରସନ୍ନ ମେହେର,ଆଇ ଆଇ ସି, ସାଇବର କ୍ରାଇମ, ସର୍ବେଶ୍ଵର ମହାନ୍ତି,ଡି ଓ,ପି ଏଲ୍ ଆଇ,ଅଭିଷେକ ପଣ୍ଡା ଯୋଗଦେଇ ଆର୍ଥିକ ସାକ୍ଷରତା ଓ ସାଇବର ଅପରାଧ ସମ୍ପର୍କରେ ଆଲୋକପାତ କରିଥିଲେ । କୌଣସି ଅର୍ଥ ଲଗାଣ ସଂସ୍ଥା, ଚିଟଫଣ୍ଡ ଠକେଇ ରେ ନ ପଡି ନିଜର ସଞ୍ଚୟ ଅର୍ଥ କୁ କିପରି ସୁରକ୍ଷିତ ଭାବରେ ଜାତୀୟ ବ୍ୟାଙ୍କ, ପୋଷ୍ଟାଲ ଅଫିସ ମାଧ୍ୟମରେ ସଞ୍ଚୟ କରିରଖି ଲାଭବାନ ହୋଇପାରିବେ ସେ ସମ୍ପର୍କରେ ସୂଚନା ଦେଇଥିଲେ । ଡାକଘର ମାଧ୍ୟମରେ ଉପଲବ୍ଧ ହେଉଥିବା ବିଭିନ୍ନ ସ୍କିମ ର ସଞ୍ଚୟ ଖାତା ଖୋଲି ତାର ଲାଭ କିପରି ଉଠାଇ ପାରିବେ ସେ ସମ୍ପର୍କରେ ପୋଷ୍ଟାଲ ବିଭାଗୀୟ ଅଧିକାରୀମାନେ ଅବଗତ କରାଇଥିଲେ । ବର୍ତ୍ତମାନ ସାଇବର୍ ଅପରାଧ ଘଟୁଥିବାରୁ ଏଥିପ୍ରତି କିପରି ସଚେତନ ହୋଇ ନିଜର ସ୍ମାର୍ଟ ଫୋନ ବ୍ୟବହାର ସମୟରେ ଅଧିକ ସଚେତନତା ଅବଳମ୍ବନ କରିବା ପାଇଁ ମଧ୍ୟ ଅତିଥିମାନେ ପରାମର୍ଶ ଦେଇଥିଲେ । ଏଥିରେ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ଜିଲ୍ଲା ସଭାପତି ଶରତ ଚନ୍ଦ୍ର ନାୟକ, ଅବସର ପ୍ରାପ୍ତ ଜେଲ ସୁପରିଟଣ୍ଡେଣ୍ଟ ପ୍ରେମାନନ୍ଦ ବାଗ ଙ୍କ ସମେତ ଅବସର ପ୍ରାପ୍ତ ସରକାରୀ ଅଧିକାରୀ,ପେନସନ୍ ଭୋଗୀ, ବରିଷ୍ଟ ନାଗରିକ ପ୍ରମୁଖ ଯୋଗଦେଇଥିଲେ ।କାର୍ଯ୍ୟକ୍ରମ କୁ ସହକାରୀ ନିର୍ଦ୍ଦେଶକ ଜିଲ୍ଲା ସ୍ଵଳ୍ପ ସଞ୍ଚୟ ବିଭାଗ ଶ୍ରୀ ମହାନନ୍ଦ ପରିଚାଳନା କରିଥିଲାବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ନିଆଲ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ