।। ସଂଗ୍ରାମୀ ସହିଦ ରେଣ୍ଡୋମାଝୀ ଙ୍କୁ ଅସମ୍ମାନ ନେଇ ବହୁଜନ ସମାଜବାଦୀ ପାର୍ଟି ତରଫରୁ ମୁନିଗୁଡ଼ା ଥାନାରେ ଏତଲା ।।

Nov 13, 2023 - 20:23
 0  264
।। ସଂଗ୍ରାମୀ ସହିଦ ରେଣ୍ଡୋମାଝୀ ଙ୍କୁ ଅସମ୍ମାନ ନେଇ ବହୁଜନ ସମାଜବାଦୀ ପାର୍ଟି ତରଫରୁ ମୁନିଗୁଡ଼ା ଥାନାରେ ଏତଲା ।।

ମୁନିଗୁଡ଼ା ନ୍ୟିୟୁଜ୍ : ରାୟଗଡ଼ା ଜିଲ୍ଲା ବହୁଜନ ସମାଜବାଦୀ ପାର୍ଟିର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଜିତୁ ଯାକାସିକାଙ୍କ ତରଫରୁ ସଂଗ୍ରାମୀ ସହିଦ ରେଣ୍ଡୋମାଝୀ ଙ୍କୁ ଅସମ୍ମାନ କରି ଆଦିବାସୀ ଓ ସରକାର ଙ୍କ ନିତି ବିରୋଧି ଶ୍ରୀ ବାବା ମିଶ୍ର ,ଦାଶରଥ ଆଚାର୍ଯ୍ୟ,ଓ ସିମାଞ୍ଚଳ ମିଶ୍ର ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଥାନାରେ ଏତଲା ଦେଇଥିବା ଦିଆଯାଇଥିବା ଜଣାପଡିଛି। ଖବର ନେବାରେ ଜଣା ଯାଇଛି ଜେ ଗତ ତା-01/11/2023 ରିକ ବୁଧବାର ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ସରକାରଙ୍କ ଦ୍ଵାରା ଶୁଭ ଉଦ୍ ଘାଟନ କାର୍ଯ୍ୟକ୍ରମ ରେ ହୋଇଥିବା ସ୍ଵାଧୀନତା ସଂଗ୍ରାମୀ ସହିଦ୍ ରେଣ୍ଡୋମାଝୀ ମେଡିକାଲ କଲେଜ ଓ ହସ୍ପିଟାଲ ଭବାନୀପାଟଣା କଳାହାଣ୍ଡି ବିରୁଦ୍ଧରେ କଳାହାଣ୍ଡି ଜିଲ୍ଲା ବାସିନ୍ଦା ଶ୍ରୀ ଵାଵା ମିଶ୍ର ଦାଶରଥ ଆଚାର୍ଯ୍ୟ ଓ ସିମାଞ୍ଚଳ ମିଶ୍ର ସାଧାରଣ ବର୍ଗ ବ୍ୟକ୍ତି ମାନେ, ସଂଗ୍ରାମୀ ସହିଦ୍ ରେଣ୍ଡୋମାଝୀ ଙ୍କ ନାମରେ ନାମିତ ହୋଇଥିବା ଓଡଶା ସରକାର ଙ୍କ ଅର୍ଡର୍ କୁ ଖାରଜ କରିଵା ପାଇଁ ଜାଣି ଶୁଣି ସହିଦ ରେଣ୍ଡୋମାଝୀ ଜଣେ ନିଜ କନ୍ଦ ଜାତି ଆଦିବାସୀ ସଂପ୍ରଦାୟର ହୋଇଥିବାରୁ ନିର୍ଯ୍ୟାତିତ, ଅପମାନିତ, ଲାଞ୍ଚତ ଓ ଘୃଣିତ କରିଵା ହୀନମିନସିକ ଚିନ୍ତାଧାରା ରଖି ଉଚ୍ଚ ନ୍ୟାୟାଳୟ କଟକ ଠାରେ କେସ ଫାଇଲ କରିଥିଲେ। କିନ୍ତୁ ମାନ୍ୟବର ହାଇକୋର୍ଟ ଓଡିଶା, ତାଙ୍କର କେସ ଫାଇଲ ପିଟିସନ ଖାରଜ କରିଦେଇଥିଲେ। ଯାହାଦ୍ବାରା ଉକ୍ତ ପିଟିସନ ଯୋଗୁ ଜିଲ୍ଲା ତଥା ସମଗ୍ର ଭାରତ ବର୍ଷରେ ବସ ବାସ କରୁଥିଵା ସମସ୍ତ ଆଦିବାସୀ ଓ ଜନ ସାଧାରଣଙ୍କ ମାନସପଟ୍ଟରେ କୁଠାରା ଘାତ ପରି ଘୋର ମାନସିକ ନିର୍ଯ୍ୟାତନା ଦେଇଛି।ତେଣୁ ଉକ୍ତ ଆଦିବାସୀ ଓ ସରକାର ଙ୍କ ନିତି ବିରୋଧି ମାନଙ୍କୁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ନିର୍ଯ୍ୟାତନା ଓ ନିବାରଣ ଆଇନ -1989 ଅନୁସାରେ ଶ୍ରୀଘ ଗିରଫ କରାଯାଉ ଏବଂ ଆଦିବାସୀ ମାନଙ୍କ ମାନ ସମ୍ମାନ ଓ ସ୍ଵାଭିମାନକୁ କ୍ଷୁର୍ଣ୍ଣ କରିଥିଵାର ରୁ 100କୋଟି ଟଙ୍କାର ମାନହାନି ମୋକଦ୍ଦମା ରୁଜୁ କରାଯିଵା ସହିଦ ଆଇନ୍ ଅନ୍ତେ ଦୃଢ଼ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରିଵା ପାଇଁ ଜିଲ୍ଲା ସଭାପତି ଜିତୁ ଯାକାସିକା , ବୁଦ୍ଧଦେବ ସିକକା,କରୁଣା କର ପାଲକିଆ, ମୁନିଖୋଲ ସରପଞ୍ଚ ପାଇକ ଯାକାକା, ରାମଚନ୍ଦ୍ର ଵାଘ,ସାନି ସିକକା,ଡାଡୁ କାଡ଼୍ରାର୍କା, ସମିତି ମେମ୍ବର ଅନଙ୍ଗ ନାଗ ,କୃପା ସିନ୍ଧୁ କୈଶିଲିଆ,ଭଗଵାନ କୈଶଲିଆ,ସୁନିଳ ଗରଡିଆ, ଗୋବିନ୍ଦ ପିଡିକାକା, ପ୍ରମୁଖ ଯାଇ ମୁନିଗୁଡ଼ା ଥାନା ଅଧିକାରୀ ଦାଇତ୍ୱ ରେ ଥିବା ଶ୍ରୀ ନିରଞ୍ଜନ ବିଶ୍ୱାଳ ଙ୍କୁ ଏକ ଲିଖିତ ଭାଵେ ଅଭିଯୋଗ କରା ଯାଇଥିବା ଉକ୍ତ ଦାବିପତ୍ର ରେ ଉଲ୍ଲେଖ ରହିଅଛି।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ୧ମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ