।। ଶ୍ଵଶୁର ଘରୁ ଜ୍ବାଇଁଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ ।।

Mar 13, 2024 - 06:35
 0  15
।। ଶ୍ଵଶୁର ଘରୁ ଜ୍ବାଇଁଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ ।।

ମୁରିବାହାଲ ;ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗୁଡିଘାଟ ପଞ୍ଚାୟତ ବାବେଜୁରୀ ଗ୍ରାମ ଶ୍ଵଶୁର ଘର ଗାଁର ଏକ ଜମିରେ ଥିବା ମହୁଲ ଗଛରୁ ଜ୍ବାଇଁଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି। ଲାଠୋର ଥାନା କଲୋନୀପଡ଼ାର ରଘୁ ମାଝୀଙ୍କ ପୁଅ ନିଲି ମାଝୀ(୨୫) ବାବେଜୁରୀ ଗ୍ରାମ ଟୁରିପଡ଼ାର ଅଦବଲ ଧରୁଆଙ୍କ ଝିଅ ଶାନ୍ତି ଧରୁଆଙ୍କୁ ଵିଵାହ କରିଥିଲେ।ଉଭୟ ବାହାର ଅଞ୍ଚଳକୁ କାମଧନ୍ଦା କରି ଯାଉଥିଲେ। ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ କୌଣସି ପାରିବାରିକ କାରଣରୁ ସେ ରାତିରେ ଗ୍ରାମର ଏକ ମହୁଲ ଗଛରେ ଦଉଡିରେ ଆତ୍ମହତ୍ୟା କରିଥିବା ଜଣାପଡିଛି।ସୋମବାର ସକାଳୁ ଗ୍ରାମର ଯୁବକମାନେ ସେହି ସ୍ଥାନକୁ ଶୌଚ ପାଇଁ ଯାଇଥିବା ବେଳେ ଏକ ମହୁଲ ଗଛରେ ଦଉଡିରେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ।ଗ୍ରାମବାସୀ ଏ ସଂପର୍କରେ ମୁରିବାହାଲ ଥାନା ପୁଲିସକୁ ସୂଚନା ଦେଇଥିଲେ। ମୁରିବାହାଲ ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ଓ ସବଇନସ୍ପେକ୍ଟର ପ୍ରମୋଦ କୁମାର ପ୍ରଧାନଙ୍କ ନେତୃତ୍ବରେ ପୁଲିସ ଟିମ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ଲାଠୋରରୁ ଜ୍ବାଇଁ ନିଲିଙ୍କ ବାପଘର ଲୋକେ ପହଞ୍ଚିଲେ ଶବ ଉଦ୍ଧାର କରାଯିବ ବୋଲି ପୁଲିସ ସୂତ୍ରରୁ ଜଣାପଡିଛି। ଏ ସମ୍ପର୍କରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।ଶ୍ଵଶୁର ଘର ଗାଁର ଏକ ମହୁଲ ଗଛରୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାଟି ପ୍ରକୃତରେ ହତ୍ୟା ନା ଆତ୍ମହତ୍ୟା ତାହା ବର୍ତ୍ତମାନ ସୁଦ୍ଧା କାରଣ ଅସ୍ପଷ୍ଟ ରହିଛି। ଗାଁ ର ସମସ୍ତେ ଗ୍ରାମ ବାସି ଏହାର ବଡ଼ ଧରଣ ତଦନ୍ତ ହେଉ ବୋଲି ଅଭିଯୋଗ କରିଥିଲେ, ।

ମୁରିବହାଲ ରୁ ବାଳକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ