ଶ୍ରୀଅରବିନ୍ଦଙ୍କ ଦେକାଂଶ ରଥକୁ କୋଲାବିରା ଠାରେ ଭବ୍ୟ ସ୍ବାଗତ
କୋଲାବିରା, ୯ ।୧୨ (ଫାଷ୍ଟ ନ୍ୟୁଜ ଓଡ଼ିଶା):ସୁଦୁର ପଣ୍ଡିଚେରୀ ରୁ ବାହାରି ଭାତଲଇତା ଯୋଗାଶ୍ରମକୁ ଶ୍ରୀ ଅରବିନ୍ଦଙ୍କ ପବିତ୍ର ଦେକାଂଶ ନେଇ ଆସୁଥିବା ଶ୍ରୀରଥକୁ କୋଲାବିରା ଠାରେ ଭବ୍ୟ ସ୍ବାଗତ କରାଯାଇଛି । ପୂର୍ବାହ୍ନ ୧୦ଟା ସମୟରେ ଏହିରଥ ମାତୃଜ୍ୟୋତି ଝାରସୁଗୁଡା କେନ୍ଦ୍ରରୁ ବାହାରି କୋଲାବିରା ଅତିକ୍ରମ କରିବା ସମୟରେ ମୁଖ୍ୟରାସ୍ତା ଜଗନ୍ନାଥ ମନ୍ଦିର ନିକଟରେ ରଥକୁ ଅଟକାଇ ପୂଜାର୍ଚ୍ଚନା ସହ ହେକାଂଶରେ ପୁଷ୍ପବୃଷ୍ଟି କରି ସ୍ବାଗତ ଜଣେଇବା ସହ ଦର୍ଶନ ଓ ସ୍ପର୍ଶ କରିବାର ସୌଭାଗ୍ୟ ପ୍ରାପ୍ତ କରିଥିଲେ କୋଲାବିରା ଗ୍ରାମବାସୀ । ପରେ ରଥ କୋଲାବିରା ମୁଖ୍ୟ ସତକ ଦେଇ ଭାତଲଇତା ଶ୍ରୀଅରବିନ୍ଦ ପୂର୍ଣାଙ୍କ ଶିକ୍ଷାକେନ୍ଦ୍ର ତଥା ଶ୍ରୀଅରବିନ୍ଦ ଯୋଗାଶ୍ରମ ପାଇଁ ପ୍ରସ୍ଥାନ କରିଥିଲା ।ଏହି ସମୟରେ ଗ୍ରାମର ବାବଲୁ ମିଶ୍ର.ତନୟା ମିଶ୍ର, ପ୍ରତିମା ଧୁରୁଆ, ପଙ୍କଜିନୀ ସମର୍ଥା,ଦୀଲିପ ସଂ.ଗୋବିନ୍ଦ ଚନ୍ଦ୍ର ଭୋଇ ଅଇନଜୀବୀ ପ୍ରକାଶ ଚନ୍ଦ୍ର ହୋତା, ଭଲି ମିଶ୍ର,କୀର୍ତିଚନ୍ଦ୍ର ବହିଦାର, ବିଜୟ ପୂଝାରୀ,ବିରଂଚି କୁମାର ପଟେଲ, ସାଧି ପଦ୍ମିନୀ ହୋତା,ଦିଲିପ ପୁରୋହିତ ପ୍ରମୁଖଙ୍କ ସମେତ ବହୁ ଶ୍ରଦ୍ଧାଳୁ ଉପସ୍ଥିତ ରହି ସ୍ବାଗତ କରିଥିଲେ । ।
କୋଲାବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା।
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0