ଶୀତ ରେ ଥରୁଛି କନ୍ଧମାଳ
କନ୍ଧମାଳ ଜିଲ୍ଲାରେ ଧୀରେଧୀରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ସକାଳ ଦଶଟା ପର୍ଯ୍ୟନ୍ତ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳୁଛି. ଜିଲ୍ଲାର ତୁମୁଡିବନ୍ଧ, କୋଟଗଡ଼, ବାଲିଗୁଡା, ଦାରିଙ୍ଗବାଡ଼ି, ରାଇକିଆ, ଜିଉଦୟଗିରି ଓ ଟିକାବାଲି ଅଞ୍ଚଳରେ ସକାଳ ସମୟରେ ଘନ କୁହୁଡ଼ି ଓ ଠଣ୍ଡା ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ସକାଳ ଓ ସନ୍ଧ୍ୟାବେଳେ ତାପମାତ୍ରା ଅଧିକ କମିଯାଉଥିବାରୁ ସାଧାରଣ ଲୋକେ ଗରମ ପୋଶାକ ଓ ଅଗ୍ନିର ସହାୟତା ନେଉଛନ୍ତି। ଶୀତର ପ୍ରଭାବରୁ ରାସ୍ତାଘାଟରେ ଲୋକଚଳାଚଳ କମିଥିବା ସହ ବଜାର ଅଞ୍ଚଳ ମଧ୍ୟ ସକାଳ ସମୟରେ ସୁନସାନ ଦେଖାଯାଉଛି। ବିଶେଷକରି ବୃଦ୍ଧ, ଶିଶୁ ଓ ଦୈନିକ ଶ୍ରମିକମାନେ ଅଧିକ ପ୍ରଭାବିତ ହେଉଛନ୍ତି। ଶୀତ ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ସତର୍କ ରହିବା, ଗରମ ପୋଶାକ ବ୍ୟବହାର କରିବା ଓ ଅତ୍ୟାବଶ୍ୟକ ନହେଲେ ରାତିବେଳେ ବାହାରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ଲୋକମାନେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ କାଠ ଗଣ୍ଡି ଲଗାଇ ନିଆଁ ଚାରି ପାଖେ ବସି ରହୁଥିବା ଜିଲ୍ଲା ସାରା ଦେଖିବାକୁ ମିଳୁଛି.
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0