।। ଶିକ୍ଷକଙ୍କ ମନମୁଖି କାର୍ଯ୍ୟକୁ ଗ୍ରାମବାସୀଙ୍କ ବିରୋଧ, ଆଉ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ପାଇଁ ଦାବି l।

ଶିକ୍ଷକଙ୍କ ମନମୁଖି କାର୍ଯ୍ୟକୁ ଗ୍ରାମବାସୀଙ୍କ ବିରୋଧ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଚକ୍ରଧରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକମାନେ ମନମୁଖି କାର୍ଯ୍ୟ କରୁଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ ।ଅଭିଯୋଗ ଅନୁଯାୟୀ, ଶିକ୍ଷକମାନେ ଠିକ୍ ସମୟରେ ଆସୁନାହାନ୍ତି । ଅନେକ ସମୟରେ ପ୍ରଧାନ ଶିକ୍ଷକ କାହାରିକୁ କିଛି ନଜଣାଇ ଛୁଟିରେ ରହିଯାଉଛନ୍ତି । ତେବେ ଶିକ୍ଷକମାନଙ୍କ ଏଭଳି କାର୍ଯ୍ୟ ବାରମ୍ବାର ଦେଖିବା ପରେ ଶୁକ୍ରବାର ସକାଳୁ ସ୍କୁଲ ସାମ୍ନାରେ ଜଗି ରହିଥିଲେ ଅଭିଭାବକ । ତେବେ ୭ଟାରେ ପିଲାଙ୍କ ପରୀକ୍ଷା ଥିବାବେଳେ ପ୍ରଧାନ ଶିକ୍ଷକଙ୍କର ଦେଖାନଥିଲା । ଏହାସହ ସହକାରୀ ଶିକ୍ଷକ ୮ଟା ବେଳେ ଆସିଥିବା ଜିପିଏସ୍ କ୍ୟାମେରାରେ ଫଟୋ ଉଠାଇ ରଖିଛନ୍ତି ଗ୍ରାମବାସୀ । ତେବେ ଯଥା ସମ୍ଭବ ସ୍କୁଲରେ ଆଉ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦେବା ପାଇଁ ଦାବି କରିଛନ୍ତି ।
What's Your Reaction?






