ଶକ୍ତିକ୍ଳବ ମାର୍ଗଦର୍ଶକ ଶିକ୍ଷକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

Sep 2, 2024 - 23:11
 0  15
ଶକ୍ତିକ୍ଳବ ମାର୍ଗଦର୍ଶକ ଶିକ୍ଷକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡା : ଆଜି ୦୨-୦୯-୨୦୨୪ ଏକ ଦିବସୀୟ ଶକ୍ତି କ୍ଳବ୍ ତାଲିମ କାର୍ଯ୍ୟ ସ୍ଥାନୀୟ କଣା ଭଇଁରା ଉଚ୍ଚ ବିଦ୍ୟାଳୟ ଟାନ୍ଵାଟ ଠାରେ ଅନୁଷ୍ଠିତ ହୋଇ ଯାଇଛି । ନୂଆପଡ଼ା ଓ କୋମନା ବ୍ଲକ ଅନ୍ତର୍ଗତ ଶକ୍ତି କ୍ଳବ୍ ଅନ୍ତର୍ଭୁକ୍ତ ସମସ୍ତ ବିଦ୍ୟାଳୟର ଶକ୍ତି କ୍ଳବ୍ ମାର୍ଗଦର୍ଶକ ଶିକ୍ଷକ ମାନେ ଉପସ୍ଥିତ ହୋଇଥିଲେ। ଶକ୍ତି କ୍ଳବ୍ ଅନ୍ତର୍ଗତ ମାର୍ଗଦର୍ଶିକା ଅନୁଯାୟୀ କାର୍ଯ୍ୟକ୍ରମ କରିବା ପାଇଁ ସାଧନ କର୍ମୀ ଶ୍ରୀ ରାଧେଶ୍ୟାମ ସାହା ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟୁତ୍ ବିଭାଗରୁ କନିଷ୍ଠ ଯନ୍ତ୍ରୀ ଶ୍ରୀ ରାକେଶ କୁମାର ବେହେରା ଓ ନିରାପତ୍ତା ଅଧିକାରୀ ଶ୍ରୀ ସୁଧାଂଶୁ ଶେଖର ସାହୁ ସାଧନ କର୍ମୀ ଭାବେ ଯୋଗ ଦେଇ ବିଦ୍ୟୁତ୍ ସଂରକ୍ଷଣ ତଥା ସାବଧାନତା ବିଷୟରେ ଶିଶୁମାନଙ୍କୁ ସଚେତନ ପାଇଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସୁଧାଂଶୁ ଶେଖର ମିଶ୍ର ଓ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଦେଓସିଂ ବିଶ୍ଵାଳ ପ୍ରମୁଖ ଯୋଗ ଦେଇ ସମସ୍ତଙ୍କୁ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ କହିଥିଲେ। ଉଦଯାପନୀ ସମୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ କରୁଣାକର ଭୁଏ ଏବଂ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଗିରିଧାରୀ ସା ଯୋଗଦେଇ ସମସ୍ତ ଶିକ୍ଷକଙ୍କୁ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ପରାମର୍ଶ ଦେଇଥିଲେ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ