ଲାଞ୍ଜିଗଡରେ ଉଦଘାଟିତ ହେଲା ଜେ ଏମ ଏଫ ସି କୋର୍ଟ : ଅଂଚଳରେ ଖୁସିର ଲହରୀ (କଳାହାଣ୍ଡି )

Nov 13, 2024 - 17:54
Nov 13, 2024 - 17:54
 0  129
ଲାଞ୍ଜିଗଡରେ ଉଦଘାଟିତ ହେଲା ଜେ ଏମ ଏଫ ସି କୋର୍ଟ : ଅଂଚଳରେ ଖୁସିର ଲହରୀ (କଳାହାଣ୍ଡି )

ଭବାନୀପାଟଣା : ଲାଞ୍ଜିଗଡ ଅଂଚଳ ବାସୀଙ୍କ ଦୀର୍ଘଦିନର ସ୍ବପ୍ନ ଆଜି ପୂରଣ ହୋଇଛି ! ଲାଞ୍ଜିଗଡରେ ଆଜି ବିଧିବଦ୍ଧ ଭାବରେ ଉଦଘାଟିତ ହୋଇଛି ଜେ ଏମ ଏଫ ସି କୋର୍ଟ ! ଆ ଭା ସି ମାଧ୍ୟମରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ, ବିଚାରପତି ଭି :ରେସିଂ ଯୋଗଦେଇ ଉଦଘାଟନ କରିଥିବା ବେଳେ କଳାହାଣ୍ଡି ଜିଲ୍ଲା ଦୌରା ଓ ସେସନ ବିଚାରପତି ଅନୁପରଞ୍ଜନ ପଟ୍ଟନାୟକ, ସିଭିଲ କୋର୍ଟ ରେଜିଷ୍ଟର ଚରରଂଜିତ ଓରାମ, ଜେ ଏମ ଏଫ ସି ବିଚାରପତି ନାଦେଜା ଖାଟୁନ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ, ଅତିରିକ୍ତ ଏସ ପି ଆନନ୍ଦ ବର୍ଦ୍ଧନ ଗୁରୁ, କଳାହାଣ୍ଡି ବାର ଆସୋସେଶନର ସଭାପତି ସୁଧାଂଶୁ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ !ସଭା ପ୍ରାରମ୍ଭରେ ଘୁମୁରା, ବଜାଶାଲ, ଢୋଲ ନିଶାଣ, ସଂକୀର୍ତନ ତାଲେ ତାଳେ ଅତିଥିମାଙ୍କୁ ସ୍ୱାଗତ କରାଯାଇଥିଲା ! ସେହିପରି ଲାଞ୍ଜିଗଡର ସରପଞ୍ଚ ସରସ୍ବତୀ ମୁଣ୍ଡା ସମେତ ୨୬ ଗୋଟି ପଂଚାୟତ ଅଂଚଳରୁ ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଓ ବହୁ ସଂଖ୍ୟାରେ ପୁରୁଷ, ମହିଳା ଓ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ! କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳା ରକ୍ଷପାଇଁ ଡି ଏସ ପି ଅଜୟ ଦାସ, ଲାଞ୍ଜିଗଡ ଥାନାଧିକାରୀ ଜିତେନ୍ଦ୍ର ବିଶ୍ୱାଳଙ୍କ ନେତୃତ୍ୱରେ ପୁଲିସ ବାହିନୀ ନିୟୋଜିତ ଥିଲେ !

କଳାହାଣ୍ଡି ଜିଲ୍ଲା ଭବାନୀ ପାଟଣା ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 1
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ