ରୋଟାରି ହେରିଟଜ ତରଫରୁ ଜାତି ନିର୍ମାତା ପୁରସ୍କାର ପ୍ରଦାନ

Nov 17, 2025 - 20:05
 0  24
ରୋଟାରି ହେରିଟଜ ତରଫରୁ ଜାତି ନିର୍ମାତା ପୁରସ୍କାର ପ୍ରଦାନ

ବାରିପଦା ତା 16/11(ପି. ଏନ. ଏସ.) ରୋଟାରୀ କ୍ଲବ ଅଫ ବାରିପଦା ହେରିଟଜ ତରଫରୁ ଜାତି ନିର୍ମାତା ପୁରସ୍କାର ପ୍ରଦାନ ତଥା ନୈତିକ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ସ୍ଥାନୀୟ ସେଣ୍ଟ ଜାଭିଆର ହାଇସ୍କୁଲ ପାଲବଣି ପରିସରରେ ଅନୁଷ୍ଠିତ ହୋଇଯାଇଛି. କ୍ଲବର ସଭାପତି ରୋଟାରୀଆନ ବ୍ରହ୍ମାନନ୍ଦ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ସ୍ୱାମୀ ସୁଧାନନ୍ଦ ଜି ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବକୁ ଉଦଘାଟନ କରିବା ସହିତ ପ୍ରବଚନ ପ୍ରଦାନ କରିଥିଲେ. ରୋଟାରୀଆନ ସନ୍ତୋଷ କୁମାର କାସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ, ସମ୍ପାଦକ ଦେବଦତ୍ତ ମହାନ୍ତି, ରୋଟାରୀୟାନ ନଳିନ କୁମାର ଚୌଧୁରୀ ରୋଟାରିର ଲକ୍ଷ ଓ ଉଦେଶ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ. ସେହିପରି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୋରଡା ଗୋଷ୍ଠୀ ଶିକ୍ଷାଧିକାରୀ ବିଜୟ କୁମାର ପାଣିଗ୍ରାହୀ, ମୁଖ୍ୟ ବକ୍ତା ଭାବେ ରୋଟାରୀ ଜୋନାଲ ଚେୟାର ରାକେଶ ସିଂ, ସମ୍ମାନିତ ଅତିଥି ଭାବେ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ବୁଗୁଡେଇ ପ୍ରମୁଖ ଯୋଗଦେଇ ବିଶିଷ୍ଟ ସମାଜସେବୀ ସେକ କୋହିନୁର ଇସଲାମ, ନୁଦଡିହା ଲାଲବାହାଦୁର ସରକାରୀ ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ଗଣନାଥ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରିବା ସହ ତିନୋଟି ବ୍ଲକରୁ ୭ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଜାତି ନିର୍ମାତା ପୁରସ୍କାର ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା. ଶେଷରେ ସଭ୍ୟ ପ୍ରଦୀପ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ. ରୋଟାରୀୟାନ ତରଣୀସେନ ଧଳ, ଅମିତାଭ ପଟ୍ଟନାୟକ,ଶୈବାଳ କାନ୍ତ ନାୟକ, ସଂଜୀବ ଦଣ୍ଡପାଟ, ଚିତ୍ତରଞ୍ଜନ ପଳତା, ଡାକ୍ତର ଚନ୍ଦ୍ରମୋହନ ସିଂ, ଅମୀୟ ଗିରି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ.

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ