।। ରାୟଗଡାରେ ତେଲୁଗୁ ସମ୍ପ୍ରଦାୟର ଭୋଗୀ ଉତ୍ସବ ।।

Jan 14, 2024 - 19:35
 0  9
।। ରାୟଗଡାରେ ତେଲୁଗୁ ସମ୍ପ୍ରଦାୟର ଭୋଗୀ ଉତ୍ସବ ।।

ତେଲୁଗୁ ସାମ୍ପ୍ରଦାୟର ନିଆରା ପର୍ବ ହେଉଛି ପଙ୍ଗଲ, ଯେତେବେଳେ ଫସଲ ଆମଦାନୀ ହୋଇ ଘରକୁ ଅଣାଯାଏ ସେତେବେଳେ ପାଳନ କରନ୍ତି ଏହି ପର୍ବ, କେବଳ ସେତିକି ନୁହେଁ ବିଶ୍ୱାସ ରହିଛି ପିତୃ ପୁରୁଷଙ୍କ ଏହି ସମୟରେ ଆଶୀର୍ବାଦ ମିଳିଥାଏ, ତେବେ ରାୟଗଡା ଜିଲ୍ଲା ଆନ୍ଧ୍ର ସୀମାନ୍ତ ହୋଇଥିବାରୁ ଧୁମ ଧାମ ରେ ପାଳନ୍ତି ଏହି ପର୍ବ, ଏହି ପବିତ୍ର ପର୍ବ ମକର ସଂକ୍ରାନ୍ତି କୁ ପଙ୍ଗଲ ବା ଭୋଗୀ ଭାବେ ପାଳନ କରିଥାନ୍ତି, ଏହି ପର୍ବ ତିନିଦିନ ଧରି ପାଳନ କରାଯାଇଥାଏ,, ପ୍ରଥମ ଦିନରେ ଭୋଗୀ ଦ୍ଵିତୀୟ ଦିନରେ ମକର ସଂକ୍ରାନ୍ତି ଏବଂ ଶେଷ ଦିନକୁ ପଙ୍ଗଲ ଭାବେ ପାଳନ କରିଥାନ୍ତି, ଏହି ପଙ୍ଗଲ ଉତ୍ସବରେ ନିଜ ନିଜ ଘରକୁ ରଙ୍ଗ ବେରଙ୍ଗ ସହିତ ଆଲୋକ ମାଳାରେ ସଜାଇଥାନ୍ତି, ସମସ୍ତ ଘରକୁ ବନ୍ଧୁ ବାନ୍ଧବ ଆସିଥାନ୍ତି ଏବଂ ସମସ୍ତଙ୍କ ପାଇଁ ନୂଆ ପୋଷାକ କରାଯାଇଥାଏ, ଏହି ଉତ୍ସବ ଗାନ୍ଧୀ ନଗର ନିକଟ ଓଟୋ ଷ୍ଟାଣ୍ଡ ନିକଟରେ ନାଚ ଗୀତ ସହ ଧୂମଧାମରେ ପାଳିତ ହୋଇଥିଲା, ଏହି ଉତ୍ସବରେ ପ୍ରେସିଡେଣ୍ଟ ଶ୍ରୀ P. ଅପରାଅ, ସେକ୍ରେଟାରୀ ଶ୍ରୀ N. ଶ୍ରୀନିବାସ ରାଓ, ଟ୍ରେଜେରି ଶ୍ରୀ G ଶ୍ୟାମ ସୁନ୍ଦର ଏବଂ executive body members ସମସ୍ତେ ଉପସ୍ଥିତ ଥିଲେ ।

କ୍ୟାମେରା ମେନ ରବି ଗୌଡ଼ଙ୍କ ସହ ରାୟଗଡ଼ରୁ ଜଗନ୍ନାଥ ଖୋସଳାଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ