।। ରାୟଗଡ଼ା ସହରରେ ବନ ସୁରକ୍ଷା ଆମରି ରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ।।

Feb 25, 2024 - 15:58
 0  14
।। ରାୟଗଡ଼ା ସହରରେ ବନ ସୁରକ୍ଷା ଆମରି ରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ।।

ରାୟଗଡ଼ା ଜିଲ୍ଲା ସହରରେ ଗତ କିଛି ଦିନ ତଳେ ବନ ସୁରକ୍ଷା ଆମରି ରକ୍ଷା। ଏହିଭଳି ସଚେତନତା ଆଳରେ ରାୟଗଡ଼ ବନାଞ୍ଚଳ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ କରଯାଇଥିଲା। ପ୍ରାୟ ସକାଳ 7ରୁ ହିଁ ଏକ ଗଣ ଦୌଡ଼ର କାର୍ଯ୍ୟକ୍ରମ ରଖିଥିଲେ ରାୟଗଡ଼ ବନାଞ୍ଚଳ। କିନ୍ତୁ ବିଡ଼ମ୍ବନାର ବିଷୟ ଏହିକି ଯେ, ଏହି ଗଣ ଦୌଡରେ କୌଣସି ପ୍ରକାର ଟ୍ରାଫିକ ନିୟନ୍ତ୍ରଣ ସୁରକ୍ଷା ନଥାଇ ଗଣ ଦୌଡ଼ ହୋଇଥିଲା। ପୁଅ ଝିଅ ରାସ୍ତା ଉପରେ ଦୌଡ଼ୁଥିବା ସମୟରେ ସେମାନଙ୍କ ଆଗରେ ପଛରେ ସାମ୍ନା ପଟୁ ବାଇକ୍, କାର, ଟ୍ରକ୍ ଓ ବଡ ବଡ ଟ୍ରେଲର ଭଳି ଭାରି ଯାନ ବାହାନ ଗାଡ଼ି ଘୋଡ଼ା ଗୁଡ଼ିକ ଯିବା ଆସିବା କରୁଥିବା ଦୃଶ୍ୟ ନଜରକୁ ଆସିଛି। ଏତେ ବଡ ସରକାରୀ ଅନୁଷ୍ଠାନ ହୋଇଭି ଏହିଭଳି ଖାମ ଖିଆଲି ମନଭାବ କାହିକି ବୋଲି ଦୌଡ଼ ରେ ସାମିଲ୍ ହୋଇଥିବା ପୁଅ ଏବଂ ଝିଅ ମାନଙ୍କ ଅଭିଭାବକ ମାନେ ମତ ଦେଇଛନ୍ତି। ଆଉ କେବେ ମଧ୍ୟ ବନ ବିଭାଗ ର ଗଣ ଦୌଡ଼ ଭଳି କାର୍ଯ୍ୟକ୍ରମ ଗୁଡ଼ିକ ରେ ନିଜ ନିଜର ପୁଅ ଝିଅ ଙ୍କୁ ମନା କରିବା ସହିତ ଏହି କାର୍ଯ୍ୟକ୍ରମର ଆୟଜକ ପରିଚାଳନାରେ ଥିବା ଅଧିକାରୀ ଙ୍କୁ ପଚାରିବୁ ବୋଲି ମତ ଦେଇଛନ୍ତି। ଏହା ପୂର୍ବରୁ ଅନେକ ଗୁଡ଼ିଏ ଗଣ ଦୌଡ଼ ହୋଇଛି କିନ୍ତୁ, ସେମାନେ ରାସ୍ତା ଅବରୋଧ ଯାନ ବାହନ କିଛି ସମୟ ଅଟକାଇ ଗଣ ଦୌଡ଼ କରାଇ ଥାଆନ୍ତେ। ବର୍ତ୍ତମାନ୍ ରାୟଗଡ଼ ବନାଞ୍ଚଳ ପକ୍ଷରୁ ଯେଉଁ କାର୍ଯ୍ୟକ୍ରମ ହୋଇଛି ଏହା ପିଲା ମାନଙ୍କ ଜୀବନ ସହ ଖେଳୁଛନ୍ତି ବୋଲି ବୁଦ୍ଧିଜୀବି ମତ ଦେଇଛନ୍ତି। ଏପରିକି ସ୍ଥାନୀୟ ବାସିନ୍ଦା ଏହିଭଳି ଗଣ ଦୌଡ଼ ହେବା ପୂର୍ବରୁ ହିଁ ବନ୍ଦ କରି ଦେବା ଉଚିତ ବୋଲି କହିଛନ୍ତି। ଯଦି ଗଣ ଦୌଡ଼ କରାଯାଏ ତେବେ ଜାନବାହନ ଚଳାଚଳ କିଛି ସମୟ ପାଇଁ ବନ୍ଦ କରି ପିଲାଙ୍କୁ ସମ୍ପୁର୍ଣ୍ଣ ସୁରକ୍ଷା ଦେବା ଉଚିତ୍ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

 ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ