।। ରାୟଗଡ଼ା ଜିଲ୍ଲାର ୧୧ଟି ବ୍ଲକରେ ଜୟ ଜଗନ୍ନାଥ ଅର୍ପଣ ରଥ ।।

Jan 10, 2024 - 12:00
 0  87
।। ରାୟଗଡ଼ା ଜିଲ୍ଲାର ୧୧ଟି ବ୍ଲକରେ  ଜୟ ଜଗନ୍ନାଥ ଅର୍ପଣ ରଥ ।।

ଜୟ ଜଗନ୍ନାଥ ଦ୍ୱନୀରେ ପ୍ରକମ୍ପିତ l ଜନସାଧାରଣଙ୍କ ଭବ୍ୟ ସ୍ୱାଗତର ସହିତ ଚାଉଳ ଗୁଆ ପ୍ରଦାନ କଲେ l ସାମିଲ ହେଲେ ମାନ୍ୟବର ମନ୍ତ୍ରୀ, ବିଧାୟକ, ଜନପ୍ରତିନିଧି, ମନ୍ୟଗଣ୍ୟ ବ୍ୟକ୍ତି l ରାୟଗଡା ଜିଲ୍ଲା ପୁରୀ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଆସନ୍ତା ୧୭ ତାରିଖ ଦିନ ଲୋକାର୍ପଣ ହେବ । ଶ୍ରୀ ଜଗନ୍ନାଥ ଚେତନା ଜାଗ୍ରତ ଓ ପରିକ୍ରମା ପ୍ରକଳ୍ପର କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରାୟଗଡା ଜିଲାର l କଲାନାରା ବ୍ଲକ କାର୍ଯ୍ୟକ୍ରମ ରେ ଶ୍ରୀଯୁକ୍ତ ଜଗନ୍ନାଥ ସାରକା,ମାନ୍ୟବର ମନ୍ତ୍ରୀ, ଅନୁସୂଚିତ ଜାତି, ଜନଜାତି କଲ୍ୟାଣ, ସଂଖ୍ୟା ଲଘୁ ଓ ପଛୁଆ ବର୍ଗ ବିକାଶ, ଆଇନ ବିଭାଗ, ସୁଧୀର ଦାସ, ଉପଦେଷ୍ଠା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯାଜନl, ଜିଲ୍ଲାପରିଷଦ ଅଧ୍ୟକ୍ଷା, ସୁଶ୍ରୀ ସରସ୍ବତୀ ମାଝୀ,ଅଧ୍ୟକ୍ଷ ପଂଚାୟତ ସମିତି, ପଂଚାୟତ ପ୍ରତିନିଧି ପ୍ରମୁଖ ଯୋଗଦାନ କରି ପତାକା ଦେଖାଇ ଶୁଭରମ୍ବ କରିଥିଲେ l କଲାନାରା ବ୍ଲକର ୫ଟି ରଥ ବୁଲି ଭବ୍ୟ ପରିବେଶ ମଧ୍ୟରେ ଚାଉଳ ଗୁଆ ସଂଗ୍ରହ କରିବ l ରାୟଗଡା ବ୍ଲକରେ ଅଧ୍ୟକ୍ଷା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅନୁସୂୟା ମାଝୀ, ବ୍ଲକ ଅଧ୍ୟକ୍ଷା ଟୁନି ହୁଇକା, ଅନ୍ୟାନ୍ୟ ଜନପ୍ରତିନିଧି, କର୍ମଚାରୀ, ବିଡ଼ିଓ ଅମୁଲ୍ୟ ସାହୁ ପ୍ରମୁଖ ଉପସ୍ଥିତ ରହି ରଥ ଉଦଘାଟନ କରିଥିଲେ l ରାୟଗଡା ବ୍ଲକର ୪ଟି ରଥ ପରିକ୍ରମା କରୁଛି ଓ ଏହା ଭବ୍ୟ ପରିବେଶ ସୃଷ୍ଟି କରୁଛି l ଗୁଣୁପୁର ବ୍ଲକରେ ମାନ୍ୟବର ବିଧାୟକ ରଘୁନାଥ ଗମାଙ୍ଗ ଓ ଅନ୍ୟାନ୍ୟ ଜନପ୍ରତିନିଧି ମନେ ଯୋଗଦେଇ ରଥ ଶୁଭାରମ୍ଭ କରିଥଲେ l ଏହା ସହିତ ଜିଲାର ଗୁଡାରି, ଵିଷମ କଟକ, ମୁନିଗୁଡା, ରାମନାଗୁଡ଼ା, ପଦ୍ମପୁର ଓ କାଶୀପୁର, କଲ୍ୟାଣ ସିଂପୁର ବ୍ଲକରେ ଆଜି ଭାବ୍ୟରଥ ପରିକ୍ରମା କରିଥିଲା ସମ୍ପୃକ୍ତ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଲୋକ ପ୍ରତିନିଧି ଓ ଜନସାଧାରଣଙ୍କର ଉପସ୍ଥିତିରେ ଭକ୍ତି ଭାବ, ଉତ୍ସାହର ସହିତ ରଥ ଘର ଘର ପରିକ୍ରମା କରିଛି । ଲୋକ ମାନେ ପୂଜା ଅର୍ଚନା ପୂର୍ବକ ଅର୍ପଣ ରଥକୁ ଭବ୍ୟ ସ୍ୱାଗତ କରିଥିଲେ । କଳସରେ ଲୋକ ମାନେ ଚାଉଳ ଓ ଗୁଆ ପ୍ରଦାନ କରି ଶୁଭ ମନାସିଛନ୍ତି l

ରାୟଗଡ଼ା ମୁନିଗୁଡା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ