ରାଷ୍ଟ୍ରୀୟ ଗୀତ "ବନ୍ଦେ ମାତରମ୍" ର ୧୫୦ତମ ବାର୍ଷିକୀ ଓ " ଜାତୀୟ ଯୁବ ଦିବସ" ପାଳିତ
କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ପଞ୍ଚାୟତ ସମିତି ଆନୁକୂଲ୍ୟରେ ରାଷ୍ଟ୍ରୀୟ ଗୀତ " ବନ୍ଦେ ମାତରମ୍' ର ୧୫୦ତମ ବାର୍ଷିକୀ ଓ " ଜାତୀୟ ଯୁବ ଦିବସ" ସରକାରୀ ବାଳକ ଉଚ୍ଚ ମାଧ୍ୟମିକ ବିଦ୍ଯାଳୟ ଗୋପାଳପୁର ଠାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୃବଚରଣ ମୁଦୁଲିଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସାଂସଦ ବ୍ଳକ ପ୍ରତିନିଧି ଶ୍ରୀ ପବିତ୍ର ନାଏକ, ସମ୍ମାନିତ ଅତିଥି ଭାବରେ ଲାଞ୍ଜିଗଡ ବିଜେପି ପ୍ରଭାରୀ ବିଷ୍ଣୁ ନାଏକ, ବାଜ୍ରା ଭୋଇ ବରିଷ୍ଠ ବିଜେପି ନେତା, ସନ୍ତୋଷ ନାଏକ ପୂର୍ବତନ ମଣ୍ତଳ ସଭାପତି, ପୁଷ୍ପ ନାଏକ ଡୁମେରପଦର ମଣ୍ତଳ ସଭାପତି, ବିପିନ ବିହାରୀ ନାଏକ ବରିଷ୍ଠ ବିଜେପି ନେତା, ଦୟାନିଧି ଭୋଇ ଥୁଆମୁଳ ରାମପୁର ମଣ୍ତଳ ସଭାପତି, ପ୍ରଧାନ ଶିକ୍ଷକ ଭାରତ ନାୟକ ସରକାରୀ ବାଳକ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ଗୋପାଳପୁର, ଅଧ୍ଯକ୍ଷ ସରକାରୀ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ଗୋପାଳପୁର, ଥୁଆମୁଳ ରାମପୁର ଡିଗ୍ରୀ କଲେଜ ଅଧ୍ଯାପକ ବଳଭଦ୍ର ହରିଜନ, ଥୁଆମୁଳ ରାମପୁର ବିଜେପି ମଣ୍ତଳ ସାଧାରଣ ସମ୍ପାଦକ ଆଲୋକ ନାଏକ, ମହାଦେବ ସିଂ ବିଜେପି ସାଧାରଣ ସମ୍ପାଦକ ପ୍ରମୁଖ ଙ୍କୁ ମଞ୍ଚାସୀନ ପୂର୍ବକ ସ୍ବାଗତ ଅଭ୍ଯର୍ଥନା ଜଣାଇଥିଲେ। ପରବର୍ତ୍ତୀ ସମୟରେ ବିଦ୍ଯିଦାତା ଗଜାନନଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା ପରେ ମୁଖ୍ଯ ଅତିଥି ସମ୍ମାନିତ ଅତିଥି ଗଣ ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍ ର ମୁଖ୍ୟ ଉଦ୍ଦେଶ୍ୟ ଉପରେ ନିଜ ନିଜ ଅଭିଭାଷଣ ରଖିଥିବା ବେଳେ ଥୁଆମୁଳ ରାମପୁର ଡିଗ୍ରୀ କଲେଜର ଅଧ୍ଯକ୍ଷାପକ ବଳଭଦ୍ର ହରିଜନ ସ୍ଵତନ୍ତ୍ର ଭାବରେ ବନ୍ଦେ ମାତରମ୍ ଗୀତାର ମୂଳ ଉଦ୍ଦେଶ୍ୟ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଉପସ୍ଥାପନ କରିଥିଲେ। ପରେ ଉପସ୍ଥିତ ଅତିଥି ଶିକ୍ଷକ, ଓଡିଶା ଆଦର୍ଶ ବିଦ୍ୟାଳୟ ର ଓଡ଼ିଆ ଭାଷା ଶିକ୍ଷୟିତ୍ରୀ, ସଂଗୀତା ଧୂରୁଆ ସମେତ ଶିକ୍ଷ ୟିତ୍ରୀ ଛାତ୍ରଛାତ୍ରୀ ମାନ୍ଯଗଣ୍ଯ ଭଦ୍ର ବ୍ଯକ୍ତି ସମସ୍ତେ ମିଳିତ ଭାବରେ ଏକା ସାଙ୍ଗରେ ବନ୍ଦେ ମାତରମ୍ ଗାନ କରି ପ୍ରକମ୍ପିତ ହୋଇଥିଲା। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଦେଶାତ୍ମବୋଧକ ଗୀତା ନେଇ କଳା ପ୍ରଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏତିକି ନୁହନ୍ତି ଆହୁରି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତ୍ତିତ୍ଵ ହାସଳ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ଉକ୍ତ ମଞ୍ଚକୁ ରାଜେନ୍ଦ୍ର ନାରାୟଣ ଦେବ ପରିଚାଳନା କରିଥିବାବେଳେ ଡବ୍ଲ୍ୟୁଇଓ ଶୁଭଜିତ ସ୍ବାଇଁ,ଓ ସାମାଜିକ ସୁରକ୍ଷା ଅଧିକାରୀ ସୁନାରାମ ସୋରେନ, ଯୋଗାଣ ନିରୀକ୍ଷକ ଶୁଭଜିତ ସାହୁ ଏବଂ ଅନାଦି ନାଏକଙ୍କ ସମେତ୍ ବିଭିନ୍ନ ବିଦ୍ୟାଳୟ ଓ ସ୍ଥାନୀୟ ଶିକ୍ଷକ, ଶିକ୍ଷୟିତ୍ରୀ କାର୍ଯ୍ଯକ୍ରମରେ ସମ୍ପୂର୍ଣ୍ଣ ଭାବରେ ସହଯୋଗ କରି ସୁଚାରୁ ରୁପେ ସମ୍ପାଦନା କରିଥିଲେ। କଳାହାଣ୍ଡି ଜିଲ୍ଲା ରୁ ଅଫିସ କର୍ମଚାରୀ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0