।। ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଓ ରତ୍ନମୁଦ କାର୍ଯ୍ୟକ୍ରମ ଅନୁଷ୍ଟିତ ।।

Jan 23, 2024 - 16:34
 0  11
।। ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଓ ରତ୍ନମୁଦ କାର୍ଯ୍ୟକ୍ରମ ଅନୁଷ୍ଟିତ ।।

ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ସଦରମହକୁମାରେ ନବ ନିର୍ମିତ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଉତ୍ସବ ଏହି ଅବସର ରେ ଆଜି ଅଷ୍ଟ ପ୍ରହାରି ସହ ରତ୍ନମୁଦ କାର୍ଯକ୍ରମ ଅନୁଷ୍ଟିତ ହୋଇ ତିନି ଦିନଧରି କାର୍ଯ୍ୟକ୍ରମ ଚାଲିଥିବା ଆଜି ଶେଷ ହୋଇଯାଇଛି। ପ୍ରଭୁ ରାଧାକୃଷ୍ଣ ଙ୍କ ଏହି ଅବସରକୁ ଆଖପାଖ ଅଞ୍ଚଳ ସହ ବିଷମ କଟକ ଅଞ୍ଚଳ ର ହଜାର ହଜାର ଶ୍ରଦ୍ଧାଳୁ ରତ୍ନମୁଦ କାର୍ଯକ୍ରମ ରେ ତିନି ଦିନଧରି ଭାଗନେଇ ଧାନ,ଚାଉଳ, ଶସ୍ୟ, ସୁନା, ରୁପା, ଅଷ୍ଟଧାତୁ ମନ୍ଦିର ମୁଣ୍ଡିରେ ଢାଳିବା ସହ ମୁଦ ପ୍ରତିଷ୍ଠା ରେ ଅଂଶ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଷମକଟକ ର ଥାଟ ରାଜ ପରିବାର ର ବଂଶଧର ଶ୍ରୀ ଅନନ୍ତ ଭାସ୍କର ଦେଓ ମନ୍ଦିର ପଦିଷ୍ଟl ରେ ହୁମ,ପୂଜା ଅର୍ଚନା ରେ ଅଂଶ ଗ୍ରହଣ କରିଥିଲେ । ପୂଜା କମିଟି ତରଫରୁ ପ୍ରସାଦ ସେବନ ସହ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ ଚାଲୁ ରହିଥିବା ବେଳେ। ସୂଚନା ଅନୁଯାୟୀ ୧୯ ତାରିଖ ଦିନ ଅଙ୍କୁରାରୋପଣ କାର୍ଯ୍ୟକ୍ରମ ସହ ପୂଜାକାର୍ଯ୍ୟ ର ପ୍ରାରମ୍ଭ ହୋଇଥିଲା । ଗତ କାଲି କଳସ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ସହ ସହ ମହିଳାମାନେ ଏଥିରେ ସାମିଲ ହୋଇ କୋଳସ ଶୋଭାଯାତ୍ରା କରିବା ସହ ପୂଜାର୍ଚ୍ଚନା କରିଥିଲେ । ଦ୍ବିତୀୟ ଦିନରେ ଗଙ୍ଗା ଆବାହନ ପୂର୍ବକ ସ୍ଥାନୀୟ ମୁଣ୍ଡାବନ୍ଧ ନାଳରେ ଜଳାଭିଷେକ ପୂର୍ବକ ଜଳ ଉଠା ଯାଇଥିଲା । ବିଷମକଟକ ଓ ଆଖପାଖ ଅଞ୍ଚଳ ର ମହିଳାମାନେ ଏଥିରେ ସାମିଲ ହୋଇଥିଲେ । କଳସରେ ଗଙ୍ଗା ପାଣିଧରି ମହିଳାମାନେ ଶୋଭାଯାତ୍ରାରେ ଆସି ମନ୍ଦିର ପରିସରରେ ସ୍ଥାପନ କରିଥିଲେ। ଏହି ଗଙ୍ଗା ଜଳରେ ଦେବସ୍ନାନ କରିବା କାର୍ଯ୍ୟକ୍ରମ ରହିଛି। ସୋମବାର ମନ୍ଦିର ପ୍ରତିଷ୍ଠା ଏବଂ ବିଗ୍ରହ ପ୍ରବେଶ କାର୍ଯ୍ୟକ୍ରମ କରାଯିବ ମନ୍ଦିର ପ୍ରତିଷ୍ଠା ନିମନ୍ତେ ୧୫ଜଣ ବ୍ରାହ୍ମଣ ପୂଜାପାଠରେ ନିୟୋଜିତ ରହିଥିବା ବେଳେ। ମନ୍ଦିର ପରିଚାଳନା କମିଟି ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗରେ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ସୁରୁଖୁରୁରେ ଚାଲିଥିବା ବେଳେ ବିଷମ କଟକ ପୁଲିସ ପ୍ରଶାସନ ର IIC ଶ୍ରୀ ସୂର୍ଯ୍ୟ ଚନ୍ଦ୍ର ପାଢ଼ୀ ଙ୍କ ସହଜଗ ରେ ଶାନ୍ତି ଶୃଙ୍ଖଳା ରେ ସହିତ ଶ୍ରଦ୍ଧାଳୁ ମାନେ ଅଂଶ ଗ୍ରହଣ କରିବାକୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା l

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ