।। ରାଧା କୃଷ୍ଣ ଯୁବକ ସଂଘ ଦ୍ୱାରା ଗାନ୍ଧୀ ଜୟନ୍ତୀ ପାଳିତ ।।

Oct 3, 2024 - 23:59
 0  22
।। ରାଧା କୃଷ୍ଣ ଯୁବକ ସଂଘ ଦ୍ୱାରା ଗାନ୍ଧୀ ଜୟନ୍ତୀ ପାଳିତ ।।

ନୂଆପଡା : ଭାରତ ସରକାରଙ୍କ ଯୁବ କ୍ରୀଡା ମନ୍ତ୍ରାଳୟ କେନ୍ଦ୍ର ସରକାରଙ୍କ ନେହେରୁ ଯୁବ କେନ୍ଦ୍ର ନୂଆପଡା ଅନୁକୂଲ୍ୟରୁ ଵିରୋମାଳ ଗ୍ରାମ ପଞ୍ଚଯାତ ଵିରୋମାଳ ଗ୍ରାମ ଠାରେ ରାଧା କୃଷ୍ଣ ଯୁବକ ସଂଘ ଦ୍ୱାରା ଗାନ୍ଧୀ ଜୟନ୍ତୀ ବଡ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଗାନ୍ଧୀ ଜୟନ୍ତୀ ଅବସରରେ ମହାତ୍ମା ଗାନ୍ଧୀଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଏକ ରାଲି ବାହାର କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସରପଞ୍ଚ ଏବଂ ଅତିଥି ଭବରେ ସମିତି ସଭ୍ୟ ଯୋଗଦେଇ ଗାନ୍ଧୀ ଜୟନ୍ତୀ ଉପରେ ଗାନ୍ଧୀଙ୍କ ବିଷୟରେ ସ୍ମୃତି ଚାରଣ କରିଥିଲାବେଳେ ସ୍ୱଛତା ବିଷୟରେ ଯୁବ ପିଢିଙ୍କୁ କିପରି ପରିବେଶକୁ ସ୍ୱଛତା ରଖାଯାଇପାରେ ତାହା ବିଷୟରେ ଆସିଥିବା ଅତିଥିମାନେ ନିଜ ନିଜ ମତ ରଖିଥିଲେ l ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ ପାଇଁ ନେହେରୁ ଯୁବ କେନ୍ଦ୍ରର ମୁକେଶ ପାଣ୍ଡେ ଏବଂ ରାଧା କୃଷ୍ଣ ଯୁବକ ସଂଘର କୁଶଳ ବିଭାର, ସଞ୍ଜୟ ତାଣ୍ଡି, ଗୋବିନ୍ଦ ଦୀପ, ଭୁବନ ହରିଜନ ସହଯୋଗ କରିଥିଲାବେଳେ ଗ୍ରାମର ଅନେକ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ l

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ