ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତାରେ ମୟୂରଭଞ୍ଜ ଜିଲ୍ଲାର କୃତିତ୍ୱ

Oct 28, 2024 - 07:07
 0  15
ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତାରେ ମୟୂରଭଞ୍ଜ ଜିଲ୍ଲାର କୃତିତ୍ୱ

ବାରିପଦା ତା 27/10(ପି. ଏନ. ଏସ.) ଓଡିଶା ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ମୁନିସିପାଲ ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଅଛି. ଏହି ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ମାର୍ଗଦର୍ଶନରେ ଓ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥି ମଲ୍ଲିକଙ୍କ ସହିତ ବାଳକ ଟିମ ମ୍ୟାନେଜର ପିଇଟି ତରିଣୀସେନ ନାଏକ ଓ ବାଳିକା ଟିମ ମ୍ୟାନେଜର ପିଇଟି ଶକୁନ୍ତଳା ମହାନ୍ତଙ୍କ ନେତୃତ୍ୱରେ କ୍ରୀଡ଼ାବିତମାନେ ଯୋଗ ଦେଇଥିଲେ. ଏହି ପ୍ରତିଯୋଗିତା ରେ 14 ବର୍ଷରୁ କମ ବାଳିକା ବିଭାଗରେ ଇଣ୍ଡିଆନ ରାଉଣ୍ଡରେ କପ୍ତିପଦା ବ୍ଲକ ଅନ୍ତର୍ଗତ ଓଏଭି, ଭାଲୁବସାର ଅଷ୍ଟମ ଶ୍ରେଣୀର ଛାତ୍ରୀ ସାଇକ୍ରିଷ୍ଣା ବେହେରା ଦୁଇଟି ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ, 17 ବର୍ଷରୁ କମ ବାଳିକା ବିଭାଗର କମ୍ପାଉଣ୍ଡ ରାଉଣ୍ଡରେ କରଞ୍ଜିଆ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ ଲକ୍ଷ୍ମୀପ୍ରିୟା ମହାନ୍ତ ଗୋଟିଏ ବ୍ରଞ୍ଚ ପଦକ, ବାଙ୍ଗରିପୋଷି ବ୍ଲକ ଅନ୍ତର୍ଗତ ଝିଙ୍କପାହାଡ଼ୀ ଗ୍ରାମ ନେତୃପାଟ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ ଲିପସିତା ମହାନ୍ତ ଦୁଇଟି ବ୍ରଞ୍ଚ ପଦକ ଓ 14 ବର୍ଷରୁ କମ ବାଳକ ବିଭାଗ କମ୍ପାଉଣ୍ଡ ରାଉଣ୍ଡରେ ଉକ୍ତ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର ପ୍ରତ୍ୟୁଷ କୁମାର ଗିରି ଦୁଇଟି ସ୍ଵର୍ଣ୍ଣ ପଦକ ଗ୍ରହଣ କରି ପୁରସ୍କୃତ ହୋଇ ଛନ୍ତି. ଏହି ସଫଳତା ପାଇଁ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ବିଜେତା ମାନଙ୍କୁ ଶୁଭେଚ୍ଛା ଜଣେଇଛନ୍ତି।

 ମୟୂରଭଞ୍ଜ ବାରିପଦା ରୁ ଗୌର ଦାସଗିରି

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ