ରାଜନୀତି ବିଜ୍ଞାନ ବିଭାଗର ଶିକ୍ଷକ ଅଭିଭାବକ ବୈଠକ

Nov 28, 2025 - 17:01
 0  9
ରାଜନୀତି ବିଜ୍ଞାନ ବିଭାଗର ଶିକ୍ଷକ ଅଭିଭାବକ ବୈଠକ

ବାରିପଦା ତା27/11 (ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) ବାରିପଦା ସ୍ଥିତ ସରକାରୀ ମହିଳା ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଶିକ୍ଷକ-ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଯାଇଛି. ଏହି ଅବସରରେ ରାଜନୀତି ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଡଃ ଦେବପ୍ରିୟା ପରିଡା ପୌରହିତ୍ୟ କରିଥିବା ବେଳେ ଅଧ୍ୟାପକ କୁମାରେଶ ନାୟକ ଓ ଅଧ୍ୟାପିକା ମାମାଲି ନାୟକ ଉପସ୍ଥିତ ଥିଲେ. ବୈଠକରେ ରାଜନୀତି ବିଜ୍ଞାନ ବିଭାଗର ଶିକ୍ଷାର ପରିବେଶ, ପାଠ୍ୟ ଖସଡା, ପରୀକ୍ଷା ପ୍ରସ୍ତୁତି, ଛାତ୍ରୀ ମାନଙ୍କର ଉପସ୍ଥାନ ଆଦି ଗୁରୁତ୍ବପୂର୍ଣ୍ଣ ବିଷୟରେ ସବିଶେଷ ଆଲୋଚନା ହେବା ସହ ଭବିଷ୍ୟତରେ କିପରି ବିଭାଗର ଶିକ୍ଷଣ ପରିବେଶ ଓ ଫଳାଫଳ ଅଧିକ ଆଖିଦୃଶିଆ ହୋଇପାରିବ, ସେ ସମ୍ପର୍କରେ ଆଲୋଚନା ହୋଇଥିଲା. ଉପସ୍ଥିତ ଅଭିଭାବକ ମାନେ ବିଭାଗୀୟ ଶିକ୍ଷାର ପରିବେଶ ସମ୍ପର୍କରେ ସନ୍ତୋଷ ପ୍ରକାଶ କରିଥିଲେ.

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ