ରାଇରଙ୍ଗପୁର ଠାରେ ହାଇଡ୍ରୋସିଲ ରୋଗୀଙ୍କ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ
ରାଇରଙ୍ଗପୁର ତା ୧୦.୧୨.୨୦୨୫ରିଖ ରାଇରଙ୍ଗପୁର ଉପଖଣ୍ଡସ୍ଥ ମୁଖ୍ୟ ଡାକ୍ତରଖାନା ପରିସରରେ ଫାଇଲେରିଆ ରୋଗର ନିରାକରଣ ଅଭିଯାନ ରେ ହାଇଡ୍ରୋସିଲ ରୋଗୀ ମାନଙ୍କର ଜିଲ୍ଲା ସ୍ତରୀୟ ଅସ୍ତ୍ରୋପଚାର ଶିବିର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଏବଂ ଲେପ୍ରା ସୋସାଇଟିର ମୟୂରଭଞ୍ଜ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଭି. ବି. ଡ଼ି.), ମୟୂରଭଞ୍ଜ ଡାକ୍ତର ବିଜୟ କୁମାର ଦାସ ଏବଂ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷକ ଡ଼ା ରବୀନ୍ଦ୍ରନାଥ ମାରାଣ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଉକ୍ତ ଶିବିର ଆୟୋଜିତ ହୋଇ ଯାଇଅଛି। ଏହି ସ୍ଵାସ୍ଥ୍ୟ ଶିବିରରେ ଅଭିଜ୍ଞ ସର୍ଜରୀ ବିଶେଷଜ୍ଞ ଡ଼ା. ସତ୍ୟପ୍ରକାଶ ଧଳ,ଡ଼ା ଦେବେନ୍ଦ୍ରନାଥ ପରିଡା, ଆନାସ୍ଥେସିଆ ବିଶେଷଜ୍ଞ ଡ଼ା. ଜ୍ୟୋତି ପ୍ରକାଶ ସାମଲ , ମେଡିକାଲ ଅଫିସର ଡ଼ା ଦେବେନ୍ଦ୍ର ନାଥ ଟୁଡୁଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ୨୦ ଜଣ ହାଇଡ୍ରୋସିଲ ରୋଗୀଙ୍କୁ ମାଗଣା ସଫଳ ଅସ୍ତ୍ରୋପଚାର କରାଯାଇଅଛି। ଏହି ସ୍ୱାସ୍ଥ୍ୟ ଶିବିରରେ ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶଦାତା ଶ୍ରୀ ତପନ କୁମାର ସାହୁ, , ଲେପ୍ରl ସୋସାଇଟି ର ପ୍ରକଳ୍ପ ଅଧିକାରୀ ପ୍ରହଲ୍ଲାଦ ମଙ୍ଗରାଜ,ନର୍ସିଂ ଅଫିସର ସବିତା ଷଡଙ୍ଗୀ, ଭେକ୍ଟର ବାହିତ ରୋଗ ବୈଷୟିକ ପରିଦର୍ଶକ ଶ୍ରୀ ଦୀପକ କୁମାର ମହାନ୍ତ, , ଶ୍ରୀ ବିଜୟ କୁମାର ବସା , ମ୍ୟାଲେରିଆ ସଂଯୋଜକ ହିମାଂଶୁ କୁମାର ମହାନ୍ତ ଆଟେଣ୍ଡେଟ ପବିତ୍ର ବେହେରା, ସରସ୍ଵତୀ ବାରିକ, ସୁଇପର ଅଜୟ କାରୁଆ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0