।। ରଥ ଟାଣିବା ସମୟରେ ବିଦ୍ୟୁତ ତାର ଲାଗି ଜଣେ ମୃତ୍ୟୁ ଓ ଜଣେ ଆହତ ।।

Jun 29, 2023 - 15:28
 0  10
।। ରଥ ଟାଣିବା ସମୟରେ ବିଦ୍ୟୁତ ତାର ଲାଗି ଜଣେ ମୃତ୍ୟୁ ଓ ଜଣେ ଆହତ ।।

ବାହୁଡା଼ ରଥ ଟାଣିବା ସମୟରେ ରଥ ରେ ବିଦ୍ୟୁତ ତାର ଲାଗି ଜଣେ ଆହତ ହେଇଥିବା ବେଳେ ୨୮ ବର୍ଷର ଯୁବକ ଜଣକଙ୍କ ମୃତ୍ୟୁ ଘଟିଛି । କୋରାପୁଟ ଜିଲ୍ଲା କୋଲାବ ବହୁମୁଖୀ ଜଳ ବିଦ୍ୟୁତ୍ ଯୋଜନାର ଡ୍ୟାମ୍ ସାଇଟ୍ ରେ ଥିବା କୋଲାବ ନଗରରେ ଆଜି ବାହୁଡା଼ ଯାତ୍ରା କରିବା ସମୟରେ ତିନି ଠାକୁରଙ୍କ ଲୁହାର ରଥ ରାସ୍ତା ଉପର ଦେଇ ଯାଇଥିବା ବିଦ୍ୟୁତ ତାରର ସଂସ୍ପର୍ଶରେ ଆସିବା ଯୋଗୁ ଜଣେ ଯୁବକଙ୍କ ବିଦ୍ୟୁତ ତାର ଲାଗି ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ପ୍ରକଳ୍ପ କର୍ମଚାରୀ ଗୁରୁତ୍ୱର ଭାବେ ଆହତ ହୋଇଥିବା ଜଣା ପଡ଼ିଛି ।

ଆହତ ବ୍ୟକ୍ତିଙ୍କୁ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ରହିଛି । ସମ୍ପୂର୍ଣ୍ଣ ରୂପେ ଲୁହାରେ ତିଆରି ଏହି ରଥ ଅନେକ ବର୍ଷ ଧରି ରଥ ଯାତ୍ରା ରେ ସାମିଲ ହୋଇଥିବା ବେଳେ ପ୍ରତ୍ୟେକ ବର୍ଷ ଯାତ୍ରା ସମୟରେ ରାସ୍ତା ଉପର ଦେଇ ଯାଇଥିବା ବିଦ୍ୟୁତ୍ ତାର କୁ କାଢି ଦିଆ ଯାଏ ।

କିନ୍ତୁ ଆଜି ଟାଟା ପାୱାର କମ୍ପାନୀର କର୍ମଚାରୀ ବିଦ୍ୟୁତ୍ ତାରକୁ କାଢି ନ ଥିବା ଯୋଗୁ ଭକ୍ତ ମାନେ ରଥକୁ ଟାଣିବା ସମୟରେ ରଥଟିରେ ବିଦ୍ୟୁତ ତାର ଲାଗି ଯାଇଥିଲା । ରଥ ର ବ୍ରେକ ଚାଳନା କରୁଥିବା ବେଳେ ୨୮ ବର୍ଷୀୟ ଯୁବକ ବାବୁଲା ନାୟକ ପ୍ରଚଣ୍ଡ ବିଜୁଳି ଧକ୍କା ପାଇ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ ।

ରଥର ଉପର ଭାଗରେ ରଥ ପରିଚାଳନା କରୁଥିବା ସମୟରେ ଆଉ ଜଣେ ୫୮ ବୟସ୍କ ବ୍ୟକ୍ତି କ୍ରିଷ୍ଣା ରାଓ ବିଦ୍ୟୁତ୍ ଝଟକା ପାଇ ଗୁରୁତର ଭାବେ ଆହତ ହୋଇଛନ୍ତି । କ୍ରୀଷ୍ଣା ରାଓଙ୍କୁ ସଂକଟାପନ୍ନ ଅବସ୍ଥାରେ କୋରାପୁଟ ସ୍ଥିତ ମେଡିକାଲ କଲେଜ ହସ୍ପିଟାଲ୍ ଆଇ ସି ୟୁରେ ଭର୍ତି କରାଯାଇଛି।

ଏହି ରଥଟି ଶ୍ରୀ ଗୁଣ୍ଡିଚା ଯାତ୍ରା ଦିନ ମଧ୍ୟ ରଥ ଟଣା ହେବା ସମୟରେ ଏକ ମହୁମାଛି ବସାରେ ଲାଗି ଯାଇଥିବା ଯୋଗୁ ଅନେକ ବ୍ୟକ୍ତି ମହୁ ମାଛି ଆକ୍ରମଣର ଶିକାର ହୋଇଥିଲେ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ହସ୍ପିଟାଲରେ ମୃତ ଦେହ ନିକଟରେ ପରିବାର ବର୍ଗ ଓ କୋଲାବ ବାସୀଙ୍କ ଶୋକାକୁଳ ପରିବେଶ ମଧ୍ୟରେ ରଥ ପରିଚାଳକ ଏବଂ ବିଦ୍ୟୁତ୍ ବିଭାଗ ମଧ୍ୟରେ ସମନ୍ବୟର ଅଭାବରେ ଏପରି ଦୁର୍ଘଟଣା ଘଟିଯାଇଥିବା ସ୍ଥାନୀୟ ଲୋକେ କ୍ଷବ ପ୍ରକାଶ କରି ଟାଟା ପାୱାର୍ କମ୍ପାନୀ କର୍ମ କର୍ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର ଧରିଛି ।

 ବୈପାରିଗୁଡ଼ା ରୁ ଗୋମତିି ପାଙ୍ଗି ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ