ଯୁବାଗୁଡ଼ା ପଞ୍ଚାୟତ ଗୃହପାଇଁ ବ୍ଲକ ଘେରାଉ କରିବା ସହ ରାଜରାସ୍ତା ଅବରୋଧ କରିଲେ ଅଞ୍ଚଳ ବାସି
ବାଲିଗୁଡ଼ା/କୋଟଗଡ-୮/୧/୨୬(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା)ଯୁବାଗୁଡ଼ାରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନଥିବାରୁ ପଞ୍ଚାୟତବାସୀ ହନ୍ତସନ୍ତ ହେଉଛନ୍ତି, ଚାରି ବର୍ଷ ହେବ ଯୁବଗୁଡ଼ା ପଞ୍ଚାୟତ ଗଠନ କରିଛନ୍ତି ସରକାର, ହେଲେ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ହେଇପାରୁନାହିଁ, କାରଣ କଣ ସରକାର ନିରବଦ୍ରଷ୍ଟା ରହିଚି, ଯୁବଗୁଡ଼ା ପଞ୍ଚାୟତରେ ଏଗାର ଗୋଟି ୱାର୍ଡ଼ ଅଛି, ୱାର୍ଡ଼ ଗୁଡ଼ିକର ନାମ ହେଉଚି - ସାନ୍ଦୀମାହା , ଗଙ୍ଗଡ଼ି,ଟୀକାରୀଗାଁ , ପଣ୍ଡାମାହା, ଜେଞ୍ଜକପାଟା, ମାଟିକାଡ଼ା, ଯୁବାଗୁଡ଼ା, କୋଚିମିଲା, ଗୁଡ୍ରିମାହା, ରୁସିମିଲା, ବର୍ଲପାଟା ଏହି ଏଗାରଟି ୱାର୍ଡ଼କୁ ନେଇ ଯୁବାଗୁଡ଼ା ପଞ୍ଚାୟତ ଗଠନ କରାଯାଇଛି କିନ୍ତୁ ପଞ୍ଚାୟତ କାର୍ଯ୍ୟାଳୟ ତିଆରି ହୋଇପାରୁନାହିଁ, ବାଧ୍ୟ ହୋଇ ରାଜରାସ୍ତାରେ ଅଣସନ କରିଛନ୍ତି ଯୁବାଗୁଡ଼ା ପଞ୍ଚାୟତବାସୀ, ସରକାର ଏବଂ ପ୍ରଶାସନ କୁମ୍ଭକର୍ଣ୍ଣ ପରି ଶୋଇ ପଡ଼ିଛନ୍ତି, ଜାଣି ଶୁଣି ସରକାର ଏବଂ ପ୍ରଶାସନ କାହିଁକି ଚୁପୁ ଅଛନ୍ତି, ପଞ୍ଚାୟତ ବାସୀଙ୍କ ଦୁଃଖ କେବେ ଶୁଣିବେ ସରକାର ଏବଂ ପ୍ରଶାସନ, ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଚି କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକର ଯୁବାଗୁଡ଼ା ଗ୍ରାମପଞ୍ଚାୟତରେ, କୋଟଗଡ ପଞ୍ଚାୟତସମିତି ୨୦୧୭ ମସିହାରେ ପଞ୍ଚାୟତ ସମ୍ପ୍ରସାରଣ କରି ଯୁବାଗୁଡ଼ାକୁ ନୂତନ ଗ୍ରାମପଞ୍ଚାୟତ ରୂପେ ମାନ୍ୟତା ପାଇଥିଲା |କିନ୍ତୁ ପଞ୍ଚାୟତ ଗୃହ ପାଇଁ ଅଦ୍ୟାବଧି ଲାଗିରହିଛି ୱାର୍ଡ ୱାର୍ଡ ମଧ୍ୟରେ ଗୋଷ୍ଠୀବିବାଦ | ଅଭିଯୋଗ କାରୀଙ୍କ କହିବାନୁଯାଇ ପୂର୍ବ ନିଷ୍ପତି ପ୍ରକାରେ ବଡ଼ଜାଲ ରେ ପଞ୍ଚାୟତଗୃହ ନିର୍ମାଣ ପାଇଁ ନିଷ୍ପତି ହୋଇଥିଲା | ଆଉ ପରବର୍ତୀ ସମୟରେ ଗୃହନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ବିବାଦ ଉପୁଜିବାରୁ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଥିଲା | ଆଉ ଏହାର ନ୍ୟାୟ ଦାବୀରେ ଗୋଟିଏ ଗୋଷ୍ଠୀ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ତ ହୋଇ 825/ରେ ପଞ୍ଚାୟତ ଗୃହନିର୍ମାଣ ପାଇଁ ଅନୁମତି ପତ୍ର ଆଣିଥିଲେ | ହେଲେ ପଞ୍ଚାୟତ ଗୃହଟି ଅନ୍ୟତ୍ର ନିର୍ମାଣ ହେଉଥିବାରୁ ସାନ୍ଧିମାହା, ବଡ଼ଜାଲ, ଟୀକାରୀଗାଁ, ମାଟିଗେଡ଼ା, ଯାଞ୍ଜକପାଟା, ମାଝୀଗୁଡା ଆଦିର ଶତାଧିକ ଲୋକେ କୋଟଗଡ ବ୍ଲକ କାର୍ଯ୍ୟାଳୟ ଘେରାଓ କରିଥିଲେ ଆଉ ବିଡିଓ ଅନୁପସ୍ଥିତ ଥିବାରୁ ଅତିରିକ୍ତ ତହସିଲଦାର ଅମର ପରାସେଟ ଉତ୍ୟକ୍ତଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରି ବିଫଳ ହେବାପରେ ଉତ୍ୟକ୍ତଲୋକେ ଅପରାହ୍ନ ୪ଟା ରୁ କୋଟଗଡ ବଜାରରେ ପହଞ୍ଚି ନାରାବାଜି ସହ ରାସ୍ତାରେ ଅବରୋଧ କରି ବସିଥିଲେ ଆଉ ହଣ୍ଡା ହାଣ୍ଡି ଆଣି ରନ୍ଧା ଖାଦ୍ୟ ଖାଇଥିଲେ | ଫଳରେ ଗାଡି ମଟର ଯାତାୟାତ ବନ୍ଦ ହୋଇଥିବା ଜନସାଧାରଣ ଅସୁବିଧାର ସମ୍ମୁଖୀନ ହୋଇଥିଲେ | ଘଟଣାସ୍ଥଳରେ ତହସିଲଦାର ଭୋଳାନାଥ ମାଝୀ ଓ ଥାନାଧିକାରୀ ସମୀର କୁମାର ବେହେରା ବୁଝାସୁଝା କରିଥିଲେ କିନ୍ତୁ ନିଷ୍ଫଳ ହେବାରୁ ଘଟଣା ସ୍ଥଳରେ ଏସଡ଼ିପିଓ ଶୁଭମ ଭୋସଲେ ପହଞ୍ଚିଥିଲେ | ତେଵେ ବହୁ ଚେଷ୍ଟାପରେ ଚାରି ଘଣ୍ଟା ପରେ ତହସିଲଦାରଙ୍କ ଆଗାମୀ ନିଷ୍ପତି ତାରିଖ ନିର୍ଧାରଣ ରୁ ରାସ୍ତା ଅବରୋଧ ହଟିଲା |
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0