।। ଯନ୍ତ୍ରୀ ଙ୍କ ଦାଦାଗୀରି ,, ଭାଇରାଲ,ହେଲା ଭିଡିଓ ।।

Dec 27, 2023 - 15:34
 0  16
।। ଯନ୍ତ୍ରୀ ଙ୍କ ଦାଦାଗୀରି ,, ଭାଇରାଲ,ହେଲା  ଭିଡିଓ ।।

ସରପଞ୍ଚ ସଂଘର ସଭାପତି ସୁଶିଲ କୁମାର ଗୁରୁ ଓ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ମଧ୍ୟରେ ହାତାହାତି ଦୁହିଁଙ୍କୁ କୋର୍ଟ ଚାଲାଣ କଲା ଖପ୍ରାଖୋଲ ପୋଲିସ ଖପ୍ରାଖୋଲ - ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ମୁଖ୍ୟ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ମନ୍ଦିର ର ଉନ୍ନତି କରଣ ବିକାଶ କାମ ଚାଲିଥିବା ବେଳେ କାମର ମାନ କୁ ନେ଼ଇ ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ସରପଞ୍ଚ ସୁଶିଲ କୁମାର ଗୁରୁ ଓ କଣ୍ଟାବାଞ୍ଜି ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ଦାସ ମଧ୍ୟ ରେ କଥା କଟାକଟି ଭିଡିଓ ଭାଇରାଲ ସହ ସହକାରୀ ଯନ୍ତ୍ରୀ ସରପଞ୍ଚ ଗୁରୁ କୁ ଚାପି ଧରିଥିବା ଭିଡିଓ ଭାଇରାଲ୍ ହେଉଥିବା ଦେଖିବାକୁ ମିଳିଛି। ଏନେଇ ଉଭୟ ପକ୍ଷରୁ ଖପ୍ରାଖୋଲ ଥାନା ରେ ଅଭିଯୋଗ ହୋଇଥିବା ବେଳେ ଉଭୟ ଙ୍କୁ ପୋଲିସ ଅଟକ ରଖି ପଚରଉଚରା କରୁଥିବା ଜଣା ଯାଇଛି । ସୂଚନା ଅନୁସାରେ ମନ୍ଦିର ପାଖ କାମ କୁ ନେଇ ଉଭୟେ କଥା କଟା କଟି ହୋଇଥିବା ବେଳେ ସହକାରୀ ଯନ୍ତ୍ରୀ ଉତ୍ୟକ୍ତ ହୋଇ ସରପଞ୍ଚ ଗୁରୁଙ୍କୁ ଚାପି ଧରିଥିବା ଭିଡିଓ ଭାଇରାଲ ହେଉଛି । ଏନେଇ ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ଦାସ ଙ୍କୁ ପଚାରିବାରୁ ସୁଶୀଲ ଗୁରୁ ନିମ୍ନ ମାନର କାମ ହେଉଥିବା କହି ପ୍ରଥମେ ପାଟି ତୁଣ୍ଡ , ଅସଭ୍ୟ ଭାଷାରେ ଗାଳି ଗୁଲଜ ଏବଂ ପରେ ଏକ କାଠରେ ଆକ୍ରମଣ କରିଥିବା କହିଥିଲେ । ସେହିପରି ସୁଶୀଲ ଗୁରୁଙ୍କୁ ପଚାରିବାରୁ ନିମ୍ନ ମାନର କାମ ହେଉଥିବା ଦେଖି ବିଭାଗୀୟ ଅଧିକାରୀ ଙ୍କୁ କହିବାରୁ ସଙ୍ଘ ବଦ୍ଧ ଭାବେ ସହକାରୀ ଯନ୍ତ୍ରୀ ଓ ଅନ୍ୟ ମାନେ ଆକ୍ରମଣ କରି ଜୀବନ ରେ ମାରି ଦେବାକୁ ଉଦ୍ୟମ କରିଥିବା ଯାହାକି ଭିଡ଼ିଓ ରେ ଭାଇରାଲ ହେଉଥିବା କହିଛନ୍ତି । ଘଟଣାର ଗୁରୁତ୍ବ କୁ ଦେଖି ପାଟଣାଗଡ ଏସ ଡି ପି ଓ ଜ୍ୟୋତିର୍ମୟ ଭୁକ୍ତା , ଲାଠୋର ଥାନା ଅଧିକାରୀ ।2023 ଓ 275/2023 ରେ ଦୁଇଟି ମାମଲା ରୁଜୁ କରି ଉଭୟ ଙ୍କୁ ପାଟଣାଗଡ଼ କୋର୍ଟ ଚାଲାଣ କରିଥିବା ଏସଡିପିଓ ଭୁକ୍ତା ପ୍ରକାଶ କରିଛନ୍ତି। ଏନେଇ ଅଧିକ ତଦନ୍ତ କରୁଥିବା ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି l ଖପ୍ରାଖୋଲ ଥାନା ରେ ପୂର୍ବତନ ମନ୍ତ୍ରୀ ବିଧାୟକ କନବର୍ଦ୍ଧନ ସିଂ ଦେଓ , କଂଗ୍ରେସ ଦଳରୁ ଅନିଲ ମେହେର, କୋଶଳ ମୁକ୍ତି ମୋର୍ଚ୍ଚା, ସରପଞ୍ଚ ସଂଘ, ଗନ୍ଧମାର୍ଦନ ସୁରକ୍ଷା ଯୁବ ପରିଷଦ , ବିଭିନ୍ନ ସାମାଜିକ ସଂଗଠନ ଜମା ହୋଇଥିଲେ ।

ବଲାଙ୍ଗୀର ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ