।। ମୋବାଇଲ ଚାର୍ଜ କଲାବେଳେ ବିଦ୍ୟୁତ ଆଘାତ ଲାଗି ଯୁବକଙ୍କ ମୁତ୍ୟୁ ।।

Feb 13, 2024 - 11:51
 0  12
।। ମୋବାଇଲ ଚାର୍ଜ କଲାବେଳେ ବିଦ୍ୟୁତ ଆଘାତ ଲାଗି ଯୁବକଙ୍କ ମୁତ୍ୟୁ ।।

ବଲାଙ୍ଗୀର ଜିଲ୍ଲା- ଟିଟିଲାଗଡ ନିକଟସ୍ଥ ସତି ଘାଟ ଗ୍ରାମର କୈଳାସ ଜାନି ନାମକ ଯୁବକ ମୁରିବାହାଲ ବ୍ଲକ ଯୁଗିରତା ଗ୍ରାମକୁ ନିଜର ଏକ ହୋଟେଲ ତିଆରି କରିବା ପାଇଁ ଅନ୍ୟ କିଛି ଲୋକଙ୍କୁ ନେଇ ସେଠାରେ ରହି ନିର୍ମାଣ କାମ କରୁଥିଲେ। ସେ ମୋବାଇଲ ଚାର୍ଜ କରିବା ବେଳେ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା । ଖବର ପାଇ ଘଟଣା ସ୍ଥଳରୁ କୈଳାସ ଜାନିଙ୍କୁ ମୁରିବାହାଲ ପୋଲିସ ଧରି ଟିଟିଲାଗଡ ସରକାରି ଡାକ୍ତରଖାନାକୁ ଆଣିଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ କୈଳାଶ ଗରିବ ଶ୍ରେଣୀ ପରିବାରର ଅନ୍ତର୍ଭୁକ୍ତ ଥିବା ବେଳେ ତାଙ୍କ ପାରିବାରିକ ସ୍ଥିତି ମଧ୍ୟ ଭଲ ନ ଥିବା ଜଣାପଡିଛି।

ଟିଟିଲାଗଡ ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ସହିତ ବାଳକୃଷ୍ଣ ମିଶ୍ର ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ