ମୃତିକା ସଂରକ୍ଷଣ ବିଭାଗ ସଭାଗୃହରେ ଜ଼ିଲ୍ଲା ସବୁଜ ପ୍ରତ୍ରିକା ଧାରୀ ସଂଘର ବୈଠକ ଅନୁଷ୍ଠିତ

Jul 15, 2023 - 16:31
 0  41
ମୃତିକା ସଂରକ୍ଷଣ ବିଭାଗ ସଭାଗୃହରେ ଜ଼ିଲ୍ଲା ସବୁଜ ପ୍ରତ୍ରିକା ଧାରୀ ସଂଘର ବୈଠକ ଅନୁଷ୍ଠିତ

ନୂଆପଡା :(କୋରାପୁଟ ପ୍ରଥମ ଖବର) ମୃତିକା ସଂରକ୍ଷଣ ବିଭାଗ ସଭାଗୃହରେ ଜ଼ିଲ୍ଲା ସବୁଜ ପ୍ରତ୍ରିକା ଧାରୀ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ନୂଆପଡା ଏବଂ କଳାହାଣ୍ଡି ଜ଼ିଲ୍ଲା ସଭାପତି ଘନଶ୍ୟାମ ପାଣ୍ଡେ ସଭାପତିତ୍ୱ କରିଥିବାବେଳେ ଏଥିରେ ପଶ୍ଚିମ ଓଡିଶା ସଂଗଠକ ଅଶୋକ ମିଶ୍ର ମୁଖ୍ୟ ଅତିଥି, ଜୋନାଲ ସଂଯୋଜକ ସୁଶାନ୍ତ ପାତ୍ର, ନୂଆପଡା ଜ଼ିଲ୍ଲା ସଭାନେତ୍ରୀ ଯୋଶବନ୍ତ ଧାରୁଆ, ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ l ଏହି ଅବସରରେ ସବୁଜ ପ୍ରତ୍ରିକା ଧାରୀ ପରିବାର ଗୁଡିକର ଆର୍ଥିକ ସ୍ଥିତିରେ କିପରି ସୁଧାର ଆସିବ ସେମାନଙ୍କୁ କିପରି ଆତ୍ମନିର୍ଭରଶୀଳ କରିବାକୁ ସଂଘ ଯୋଜନା ପ୍ରସ୍ତୁତ କରୁଛି ସେ ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା ଆଗମୀ ଦିନରେ ସଂଘକୁ ମଜବୁତ କରି ସରକାରଙ୍କ ନିକଟରେ ବିଭିନ୍ନ ଦାବିକୁ ଉପସ୍ଥାପନ କରାଯିବ ବୋଲି ନିଷ୍ପତି କରାଯାଇଥିଲା l

ନୂଆପଡାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ